ହେଡଲାଇନସ୍:

ବିଷ ପିଇ ବିବାହିତା ମହିଳାଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ପରେ ସ୍ବାମୀ ଅଟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗଂଜାମ ଜିଲ୍ଲା ପ୍ରତିନିଧି,(ନିଲୁ ବିଷୋୟୀ),୨୦/୮: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସାନବଦାଙ୍ଗି ଗ୍ରାମରେ ସ୍ୱାମୀ ସ୍ତ୍ରୀ କଳହରୁ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ମୃତକ ଜଣକ ୨୫ ବର୍ଷୀୟ ରିଙ୍କି ବେହେରା । ସୂଚନା ମୁତାବକ, ବଡ଼ଗଡ଼ ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମର ରମେଶ ବେହେରାଙ୍କ ଝିଅ ରିଙ୍କି ବେହେରା । ଗତ ୫ ବର୍ଷ ତଳେ ସେ ସୋରଡ଼ା ଥାନା ଅନ୍ତର୍ଗତ ବଡ଼ବଦାଙ୍ଗୀ ଗାଁର ଅଜାମ୍ବିଳ ବେହେରାଙ୍କ ପୁଅ ରାଧାକାନ୍ତ ବେହେରାଙ୍କୁ ରୀତିନୀତି ଅନୁସାରେ ବିବାହ କରିଥିଲେ । ବିବାହ ପରଠାରୁ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ି ଉଠିଥିଲା । ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ମନମାଳିନ୍ୟ ଯୋଗୁଁ ଅନେକ ସମୟରେ ଉଭୟଙ୍କ ମଧ୍ୟରେ କଳହ ଲାଗିରହୁଥିଲା । ଏବେ କିଛି ଦିନ ଧରି ଝିଅର ଦୁର୍ଘଟଣା ଜନିତ ଚିକିତ୍ସା ପରେ ରିଙ୍କିଙ୍କ ବାପ ଘର ଲୋକେ ବଳରାମପୁରରେ ରହି ଆସୁଥିଲେ । ଶନିବାର ସକାଳୁ ଏମାନେ ଝିଅକୁ ନେଇ ବଡ଼ ବଦାଙ୍ଗୀ ଗ୍ରାମକୁ ଫେରିଥିବା ବେଳେ କୌଣସି କାରଣରୁ ଏମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ସନ୍ଧ୍ୟା ସମୟରେ ଗୁରୁତର ଅବସ୍ଥାରେ ରିଙ୍କିଙ୍କୁ ତାଙ୍କ ସ୍ବାମୀ ରାଧାକାନ୍ତ ସୋରଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ରବିବାର ରିଙ୍କିଙ୍କ ମୃତ୍ୟୁ ହୋଇଥିଲା । ଏ ସମ୍ପର୍କରେ ଖବର ପାଇଁ ରିଙ୍କିଙ୍କ ଭାଇ ଶିଶିର ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଶାଶୁ ଘର ଲୋକ କହୁଥିବା ବେଳେ ଭାଇ ଶିଶିର କିନ୍ତୁ ନିର୍ଯ୍ୟାତନା କାରଣରୁ ତାଙ୍କ ଭଉଣୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି । ଏନେଇ ସୋରଡ଼ା ଥାନାରେ ଏକ ମାମଲା ରୁଜ୍ଜୁ ହେବା ପରେ ପୁଲିସ ରିଙ୍କିଙ୍କ ସ୍ବାମୀ ରାଧାକାନ୍ତ ବେହେରାଙ୍କୁ ଥାନାରେ ଅଟକ ରଖି  ପଚରାଉଚରା କରୁଥିବା ଜଣାପଡ଼ିଛି । ସେହିପରି ସୋରଡ଼ା ପୁଲିସ ରିଙ୍କିଙ୍କ ଶବକୁ ଜବତ କରି ଏହାର ଏଫ୍ ଏମ୍ ଟି ଟେଷ୍ଟ ପାଇଁ ଶବକୁ ବ୍ରହ୍ମପୁର ଏମକେସିଜି ପଠାଇଛି ।

0
0
0
s2sdefault