ଗଂଜାମ ଜିଲ୍ଲା ପ୍ରତିନିଧି,(ନିଲୁ ବିଷୋୟୀ) :- ଗଂଜାମ ଜିଲ୍ଲା ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଠାରେ ଶନିବାର ଗଞ୍ଜାମ ଜିଲ୍ଲାର ଯୁବ ରେଡକ୍ରସ୍ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରାଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ବିଭାଗର ବ୍ରହ୍ମପୁର ଆଞ୍ଚଳିକ ନିର୍ଦ୍ଦେଶକ ଡ଼ଃ ଲକ୍ଷ୍ମୀକାନ୍ତ ତ୍ରୀପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ଉପ ନିର୍ଦ୍ଦେଶକ ଡ଼ଃ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ଯୁକ୍ତ ଦୁଇ ଆଞ୍ଚଳିକ ନିର୍ଦ୍ଦେଶକ ଡ଼ଃ ସୁଶାନ୍ତ କୁମାର ଦାସ, ଏସ.କେ.ସି.ଜି କଲେଜ ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ତ୍ରିପାଠୀ, ପୂର୍ବତନ ଯୁବ ରେଡକ୍ରସ୍ ସଂଯୋଜକ ଶ୍ରୀ ବି ଗୋବିନ୍ଦ ରାଓ, ଛତ୍ରପୁରର ଅନ୍ୟତମ ଏମ.ଭି.ଆଇ ଇଂ ରବୀନ୍ଦ୍ର ନାଥ ଜେନା, ବର୍ତ୍ତମାନର ଯୁବ ରେଡକ୍ରସ୍ ସଂଯୋଜକ ଦିଲ୍ଲିପ କୁମାର ଆଚାର୍ଯ୍ୟ, ବରିଷ୍ଠ ଅଧ୍ୟାପକ ଡ଼ଃ ପ୍ରମୋଦ କୁମାର ତ୍ରପାଠୀ ଆଦି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ କାଉନସିଲର ଲୋକନାଥ ମହାନ୍ତି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଜିଲ୍ଲା ଯୁବ ରେଡକ୍ରସ୍ ଆବାହକ ସମ୍ପାଦକ ମନୋରଞ୍ଜନ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗଞ୍ଜାମର ବିଭିନ୍ନ କଲେଜରୁ ୮୭ ଜଣ ଅଧ୍ୟକ୍ଷ ଓ ଯୁବ ରେଡକ୍ରସ୍ ପରାମର୍ଶଦାତା ଯୋଗ ଦେଇଥିଲେ । ଏହି ବୈଠକରେ ଚଳିତ ବର୍ଷ ଯୁବ ରେଡକ୍ରସ୍ ର କଲେଜ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ କିପରି ସୁଚାରୁ ରୁପେ ହୋଇ ପାରିବ ସେ ବିଷୟ ରେ ଆଲୋଚନା ହୋଇଥିଲା । ଏହି ବର୍ଷ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ତାଲିମ୍ ଶିବିର ପିପୁଲସ କଲେଜ ବୁଗୁଡ଼ା ଠାରେ ଅନୁଷ୍ଠିତ ହେବ ବୋଲି କାଉନସିଲର ବିନୋଦ କୁମାର କର ପ୍ରସ୍ତାବ ଦେବା ପରେ ଜିଲ୍ଲା କମିଟି ଦ୍ୱାରା ସ୍ଥିର କରାଯାଇଛି । ସର୍ବ ଶେଷରେ କଲେଜର ଅନ୍ୟତମ ଯୁବ ରେଡକ୍ରସ୍ ପରାମର୍ଶଦାତା ଡ଼ଃ ମିଲିମିତା ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାଉନସିଲର ସୁଧାକର ବିଷୋୟୀ, ବିଭୁ ପ୍ରସାଦ ପାତ୍ର ଓ ସରୋଜ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ ।
ରାଜ୍ୟ
ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
- Hits: 320









