ହେଡଲାଇନସ୍:

ପଦ୍ମପୁର ବିଜେଡି କାର୍ଯ୍ୟାଳୟ ରେ ଜୋନ୍ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଏକ ଜୋନ୍ ସ୍ତରୀୟ କର୍ମୀ ସମ୍ମିଳନୀ ରାଜ୍ୟ ସମ୍ପାଦକ ରାଜୁ ଘିଭେଲା, ଜୋନ୍ ପ୍ରଭାରୀ ନବ କିଶୋର ସାହୁ, ସୂର୍ଯ୍ୟ ପ୍ରସାଦ ହୋତା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା କିପରି ସମସ୍ତ ହିତାଧିକାରୀ ମାନଙ୍କ ପାଖକୁ ପହଁଞ୍ଚି ପାରିବ ତଥା ଆଗାମୀ ଦିନରେ ସଂଗଠନ କିପରି ମଜଭୁତ ହୋଇପାରିବ ତାହା ଉପରେ ଆଲୋଚନା ହୋଇଥିଲା lଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଜୋନ୍ -୦୧ ଅନ୍ତର୍ଗତ ୭ ଗୋଟି ପଞ୍ଚାୟତର ସଭାପତି ରଞ୍ଜନ ତ୍ରିପାଠୀ, ଉମେଶ ପ୍ରସାଦ ସାହୁ, ଚୈତନ୍ୟ ମେହେର, ନାରାୟଣ ବେହେରା, ଜି.ଶଗରିଆ ,ଡିଲେଶ ଦିଶରି, ତୁଳାରାମ ବରିହା ଙ୍କ ସମେତ ବରିଷ୍ଠ କର୍ମକର୍ତ୍ତା ଯୋଗ ଦେଇଥିଲେ l

0
0
0
s2sdefault