ହେଡଲାଇନସ୍:

ଓଡିଶାର ସଂସ୍କୃତି ପୁରୁଷ , ସୁବିଖ୍ୟାତ ଐତିହାସିକ ପ୍ରତ୍ନତତ୍ତ୍ୱବିଦ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁଙ୍କ ୧୨୧ ତମ ଜୟନ୍ତୀ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ସଂସ୍କୃତି ପୁରୁଷ , ଐତିହାସିକ , ଯୁଗ ପୁରୁଷ ପ୍ରତ୍ନତତ୍ତ୍ୱବିଦ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ ଙ୍କ ୧୨୧ ତମ ଜୟନ୍ତୀ ଉତ୍ସବ , ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସଭା ଗୃହ ଠାରେ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁ ସ୍ମୃତି ସଂସଦ , ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଗଜପତି ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠିତ ସଭାରେ ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ ଗବେଷକ ତଥା ସାହିତ୍ୟିକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବରେ ଉଦଘାଟକ ଭାବେ ଗଜପତି ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ଏବଂ ମୁଖ୍ୟଅତିଥି ଭାବେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠ ଶ୍ରୀମନ୍ଦିର ଗବେଷକ ଡ଼ଃ ଭାସ୍କର ମିଶ୍ର ଯୋଗଦେଇ ପଦ୍ମଶ୍ରୀ ଡ଼ଃ ରାଜଗୁରୁଙ୍କ ବିଭିନ୍ନ କୃତୀ ଜପରେ ଆଲୋଚନା କରି ସେ ଏକାଧାରରେ ଜଣେ ସଂସ୍କୃତି ପୁରୁଷ , ଐତିହାସିକ , ପଣ୍ଡିତ , ପ୍ରତ୍ନତତ୍ତ୍ୱ ଓ ଲବ୍ଧପ୍ରତିଷ୍ଠିତ ଲିପିତତ୍ତ୍ୱବିଦ , ତାମ୍ରଲିପି ପାଠକ , ଗବେଷକ , ନାଟ୍ୟକାର , ଶିକ୍ଷାବିତ , ସାହିତ୍ୟିକ ଓ , କୁଟନିତିଜ୍ଞ ସମାଲୋଚକ , ମହାନ୍ ସମାଜ ସେବୀ ଓ ସଂସ୍କାରକ ଥିଲେ ବୋଲି କହିଥିଲେ।
ମୁଖ୍ୟତଃ ଓଡିଶାର ଧର୍ମ , ସାହିତ୍ୟ ଓ ସଂସ୍କୃତିର ପ୍ରବକ୍ତା ତଥା ଲିପିତତ୍ତ୍ୱବିତ ଭାବେ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁଙ୍କ ଯଶ-କୀର୍ତ୍ତି କେବଳ ଓଡିଶାରେ ସୀମିତ ନ ଥିଲା , ଏହା ସମଗ୍ର ଭାରତବର୍ଷ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ପରିବ୍ୟାପ୍ତ ହୋଇ ରହିଥିଲା ବୋଲି ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ପୁରୀରୁ ଆସିଥିବା ଲବ୍ଧ ପ୍ରତିଷ୍ଠ ଶ୍ରୀ ମନ୍ଦିର ଗବେଷକ ଡ଼ଃ ଭାସ୍କର ମିଶ୍ରଙ୍କ ଦ୍ଵାରା ପଦ୍ମଶ୍ରୀ ଡ଼ଃ ରାଜଗୁରୁଙ୍କ ଜୀବନୀ ଆଲୋଚନା କରା ଯାଇଥିବା ବେଳେ ଡ଼ଃ ଭାସ୍କର ମିଶ୍ରଙ୍କୁ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ ସ୍ମୃତି ସମ୍ମାନ-୨୦୨୩ ପ୍ରଦାନ ପୂର୍ବକ ପୁଷ୍ପଗୁଚ୍ଛ , ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରା ଯାଇଥିଲା। ମାନପତ୍ର ପାଠ କରିଥିଲେ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର।
ପରେ ଏହି ଅବସରରେ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁଙ୍କ ମନୋରମା କାବ୍ୟ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ରୀ ଭାଗବତ ପାଢ଼ୀ।
ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଅନିତା ରଇତ (ପ୍ରଥମ), ରାଜେଶ୍ୱରୀ ସ୍ୱାଇଁ ଓ ବର୍ଷା ରାଉତ ( ଦ୍ଵିତୀୟ) ଏବଂ ପାଏଲ ପାତ୍ର (ତୃତୀୟ) ପ୍ରମୁଖଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ପ୍ରମାଣପତ୍ର ବଣ୍ଟନ କରା ଯାଇଥିଲା।
ଏହି ଅବସରରେ ସକାଳେ ସ୍ଥାନୀୟ ପୁରୁଣା କୋର୍ଟ ଛକ ଠାରେ ଥିବା ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁଙ୍କ ପ୍ରତିମୂର୍ତ୍ତି ଉପରେ ଉତ୍କଳ ହିତୈଷିଣୀ ସମାଜର କର୍ମକର୍ତ୍ତା ମାନେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।
ଏହି ସାରସ୍ଵତ ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ଆବାହନ ଶ୍ରୀ ଜଗଦୀଶ ଚନ୍ଦ୍ର ମହାପାତ୍ର କରିଥିବା ବେଳେ ସ୍ଵାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପିକା ଡ଼.କଲ୍ୟାଣୀ ମିଶ୍ର। ସାରସ୍ଵତ ସଭା କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ସଂଯୋଜନା କରିଥିବା ବେଳେ ଉତ୍କଳ ହିତୈଷିଣୀ ସମାଜ ଅନୁଷ୍ଠାନର ସମ୍ପାଦକ ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା ବିବରଣୀ ପାଠ କରିବା ସହ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ସ୍ଥାନୀୟ ଭକ୍ତି ସଙ୍ଗୀତ ସଂସଦର କଣ୍ଠଶିଳ୍ପୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀ ଭାରତ ଭୁଷଣ ମହାନ୍ତି।

0
0
0
s2sdefault