ହେଡଲାଇନସ୍:

ଏସିଡ ଆକ୍ରମଣ ଶିକାର ହେଇଥିବା ପୀଡିତାଙ୍କୁ ଆର୍ଥିକ ସହାୟତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
ବଲାଙ୍ଗିର ୧୯/୮: ବଙ୍ଗୋମୁଣ୍ଡା ଏସିଡ ଆକ୍ରମଣ ଶିକାର ହେଇଥିବା ପୀଡିତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଏବଂ ନ୍ୟାୟକୁ ପ୍ରୋସ୍ଛାହିତ କରିବା ଦିଗରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ , ବଲାଙ୍ଗିର ପ୍ରଶଂସନୀୟ ପଦକ୍ଷେପ ନେଇଛି । ବଙ୍ଗୋମୁଣ୍ଡା ଥାନା ରୁ ଏସିଡ ଆକ୍ରମଣରେ ଆଘାତପ୍ରାପ୍ତ ପୀଡିତା ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଆସିଥିବା ଏକ ଆବେଦନ ର ବିଚାର ପାଇଁ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅପରାଧିକ ଆଘାତଜନିତ କ୍ଷତିପୂରଣ ମଣ୍ଡଳୀ ତରଫ ରୁ ଜିଲ୍ଲା ନ୍ୟାୟାଧୀଶ ତଥା ଅଧ୍ୟକ୍ଷ , ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଜିଲ୍ଲାପାଳ , ଆରଖି ଅଧିକ୍ଷକ ,ଜିଲ୍ଲା ମୁଖ୍ୟ ଚିକିଶ୍ଚାଧିକାରୀ ଙ୍କ ବୈଠକ ରେ ପୀଡିତା ମାନଙ୍କ ଶାରୀରିକ ଆଘାତର ସମୀକ୍ଷା କରାଯିବ ସହ ସେମାନଙ୍କର ଡାକ୍ତରି ପରୀକ୍ଷା କରା ଯାଇ 4 ଜଣ ଙ୍କୁ ୧୩ଲକ୍ଷ ଟଙ୍କା ର ଚିକିସ୍ଚା ସହ ଥଇଥାନ ନିମନ୍ତେ ପ୍ରଦାନ କରାଯିବାକୁ ନିଷ୍ପତି ନିଆ ଯାଇଛି ।
0
0
0
s2sdefault