ହେଡଲାଇନସ୍:

ଜିଲ୍ଲା ପ୍ରଶାସନ ,ବଲାଙ୍ଗିର ଏବଂ ମହାନଦୀ କୋଲଫିଲ୍ଡ ଲିମିଟେଡ ମଧ୍ୟରେ ୨ଟି ଚୁକ୍ତି ସ୍ଵାକ୍ଷର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • • ୪କୋଟି ୬୩ ଲକ୍ଷରେ ହେବ ଅନେକ ଉନ୍ନତି ମୂଳକ କାର୍ଯ୍ୟ

  • • ମିନିଷ୍ଟାଡିୟମ,କଲ୍ୟାଣ ମଣ୍ଡପ ପାଇଁ ଏମସିଏଲ ଦେବ ଏକ କୋଟି ଟଙ୍କା


ବଲାଙ୍ଗିର/ସନ୍ତୋଷ ଠାକୁର : ଆଜି ଜିଲ୍ଲା ମୁଖ୍ୟାଳୟ କନଫରେନ୍ସ ହଲରେ ଜିଲ୍ଲା ପ୍ରଶାସନ ଏବଂ ମହାନଦୀ କୋଲଫିଲ୍ଡ ଲିମିଟେଡ, ବୁର୍ଲା ମଧ୍ୟରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ୪କୋଟି ୬୩ ଲକ୍ଷ ଦୁଇ ହଜାର ଛଅ ଶହ ଚଉଷଠି ଟଙ୍କାର ଚୁକ୍ତି ସ୍ଵାକ୍ଷର ହେଇଛି । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଲ ରାଣା ଏବଂ ଏମସିଏଲ ସାଧାରଣ ସମ୍ପାଦକ (ସିଏସଆର) ଶ୍ରୀ ରଜନୀକାନ୍ତ ପାଣିଗ୍ରାହୀଙ୍କ ମଧ୍ୟରେ ଏହି ଚୁକ୍ତି ସ୍ଵାକ୍ଷରିତ ହୋଇଛି । ସମୁଦାୟ ୪ କୋଟି ୬୩ ଲକ୍ଷ ଟଙ୍କା ମହିଳାଙ୍କ ସୁରକ୍ଷା ସକାଶେ ପେଟ୍ରୋଲିଂ ପାଇଁ ଦୁଇ ଚକିଆ ଯାନ, ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ ପାଇଁ ୫୦୦ ଲିଟର ବିଶିଷ୍ଠ ଜଳ ବିଶୋଧନ ଯନ୍ତ୍ର, ମୁଖ୍ୟ ଡାକ୍ତରଖାନ ରେ ଦାନ୍ତ ଏକ୍ସରେ ଏବଂ ଧାଡି ପରିଚାଳନା ପାଇଁ ସୁବ୍ୟବସ୍ଥିତ ସଂଚାଳନ ପଦ୍ଧତି ନିମନ୍ତେ ଚୁକ୍ତି ହେଇଛି । ସେହିପରି ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଗର୍ଭବତୀ ମହିଳାମାନଙ୍କ ପରୀକ୍ଷା ନିମନ୍ତେ ଟେବୁଲ ତଥା ପାର୍ଶ୍ଵ ପରଦା ଭଳି ଜିନିଷ ପାଇଁ ଏମସିଏଲ ଟଙ୍କା ଦେବ । ଛୋଟ ଛୁଆଙ୍କ ବାଳାଶ୍ରମ ମାନକ ପାଇଁ ୪ଟି ମିନି ପାର୍କ, ଖେଳ ସାମଗ୍ରୀ ଓ ସଙ୍ଗୀତ ବାଦନ ସାମଗ୍ରୀ ତଥା ଅନୁସୂଚିତ ଜାତି/ଅନୁସୂଚିତ ଜନଜାତିଙ୍କ ପାଇଁ ପରିଚାଳିତ ହଷ୍ଟେଲେର ଖାଇବା ଟେବୁଲ ସହ ଉଚ୍ଚମାଧ୍ୟମିକ ବିଦ୍ୟାଳୟମାନକରେ ବେଞ୍ଚ ଆଉ ଡେସ୍କ କିଣାଯିବାକୁ ଚୁକ୍ତିରେ ଉଲ୍ଲେଖ ହେଇଛି । ସେହିପରି ସଇଁତଳା ସ୍ଥିତ ଦିବ୍ୟାଙ୍ଗ ହାଇସ୍କୁଲର ୫ଟି ରୂପାନ୍ତରଣ ପାଇଁ ଏକ କୋଟି ଟଙ୍କାର ଚୁକ୍ତି ସ୍ଵାକ୍ଷରିତ ହୋଇଛି । ଗାନ୍ଧିଭବନ ଲାଇବ୍ରେରୀ ର ଉନ୍ନତି ପାଇଁ ମଧ୍ୟ ୧୪ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏହା ସହ ଏମସିଏଲ ଭବିଷ୍ୟତରେ ଆହୁରି ଅଧିକ ସହାୟତା କରିବାକୁ କହିଥିଲେ । ଏହାସହ ସମ୍ପୃକ୍ତ ଅଫିସମାନକୁ ଟଙ୍କାର ସୁବିନିଯୋଗ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ସଭାକୁ ସିଏସଆରର ନୋଡାଲ ଅଫିସର ସୋନିଆଶ୍ରୀ ମଲିକ ସ୍ଵାଗତ ଭାଷଣ ଦେଇ ପରିଚାଳନା କରିଥିଲେ । ଆରକ୍ଷୀ ଅଧିକ୍ଷକ ଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ମଧ୍ଯ ଉପସ୍ଥିତ ଥିଲେ ।

0
0
0
s2sdefault