ହେଡଲାଇନସ୍:

୨୦୧୮ ମସିହା ତିନି ଛକିଆ ଜିତୁ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗଂଜାମ ଜିଲ୍ଲା ପ୍ରତିନିଧି/ ନିଲୁ ବିଷୋୟୀ  : ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ ଦେବଦତ୍ତ ପଟ୍ଟନାୟକ ଏକ ହତ୍ୟା ମାମଲାରେ ହୋଇ ଥିବା ସ୍ଵତନ୍ତ୍ର ଜିଆର କେସ୍ ନମ୍ବର ୨୬/୨୦୧୮ ମାମଲାର ବିଚାରଣ କରି ମୁଖ୍ୟ ଅଭିଯୁକ୍ତ ପ୍ରଭଞ୍ଜନ ତ୍ରିପାଠୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜୋରିମାନା ଦେବା ନେଇ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ଶୁଣାଣି କରିଥିବା ସରକାରୀ ଆଇନଜୀବୀ ଉଷାକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏଥିସହ ଏହି ମାମଲାରେ ଜଡିତ ଥିବା ଅନ୍ୟ ଦୁଇ ଅଭିଯୁକ୍ତ ବଂଶୀ ଗୌଡ ଏବଂ ଶେଷ ମୂଳିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମୋଟ ୧୯ ଜଣ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଶନିବାର ଏହି ରାୟ ଶୁଣାଇଥିବା ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ୨୦୧୮ ମସିହା ଅଗଷ୍ଟ ୨୮ ତାରିଖ ଦିନ ଜିତୁକୁ ଅଭିଯୁକ୍ତ ପ୍ରଭଞ୍ଜନ ତିନିଛକିଆ ନିକଟକୁ ଫୋନ୍ ଯୋଗେ ଡାକିଥିଲା। ଏହାପରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ସେଠାରେ ମଦ୍ୟପାନ କରିବା ସହ କୌଶଳ କ୍ରମେ ନିକଟସ୍ଥ କିରିଆମ୍ବା ଜଙ୍ଗଲ ଭିତରକୁ ଡାକି ନେଇଥିଲେ। ସେଠାରେ ପ୍ରଭଞ୍ଜନ ଏକ ଧାରୁଆ କୁରାଢିରେ ଜିତୁକୁ ହତ୍ୟା କରି ଜଙ୍ଗଲ ଭିତରେ ବନ୍ୟଜନ୍ତୁଙ୍କ ପିଇବା ହୋଇଥିବା ଖାଲୁଆ ସ୍ଥାନରେ ପୋତି ଦେଇଥିଲା। ଅନ୍ୟ ଏକ ସ୍ଥାନରେ ତାର ବାଇକକୁ ମଧ୍ୟ ଜଙ୍ଗଲରେ ପୋତି ଦେଇଥିଲେ। ଜିତୁ ନିଖୋଜ ହୋଇଥିବା ନେଇ ତାର ଦାଦା ପ୍ରତାପ କୁମାର ପ୍ରଧାନ ତାରାସିଙ୍ଗି ଥାନାରେ ଏତଲା ଦେଇଥିଲା। ଦୀର୍ଘ ଦିନ ଧରି ଜିତୁର କୌଣସି ସନ୍ଧାନ ମିଳି ପାରିନଥିବା ବେଳେ ପରିବାର ଲୋକ ପୁଲିସ୍ ଓ ପ୍ରଶାସନ ଦ୍ବାରାସ୍ଥ ହେବା ସହ ଆଖପାଖ ଇଲାକାରେ ଖୋଜା ଖୋଜି କରିଥିଲେ। ଏହାପରେ ୨୦୧୮ ସେପ୍ଟେମ୍ବର ୧୮ ତାରିଖ ଦିନ କିରିଆମ୍ବା ଜଙ୍ଗଲରେ ତାର ବାଇକ ପୋତା ଯାଇଥିବା ଅବସ୍ଥାରେ ମିଳିଥିବା ବେଳେ ତା ପରଦିନ ଆଉ କିଛି ଦୂରରେ ମାଟିତଳୁ ଜିତୁର ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣା ପରେ ଶତାଧିକ ଆଦିବାସୀ ସେଠାକୁ ଆସି ହତ୍ୟାକାଣ୍ଡ ପ୍ରତିବାଦରେ ଚାପା ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତାରୋକ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ୍ ସହ ମୁହାଁମୁହିଁ ସ୍ଥିତି ଉପୁଜିଥିବା ବେଳେ ତତ୍କାଳୀନ ଏସ୍ପି ବ୍ରିଜେଶ ରାୟ ଓ ଉପଜିଲ୍ଲାପାଳ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏହାପରେ ତତ୍କାଳୀନ ଏସ୍ଡିପିଓ ଉତ୍କଳ କେଶରୀ ଦାଶ ଏହି ମାମଲାର ତଦନ୍ତ ଭାର ନେବା ସହ ବ୍ୟବସାୟୀ ଉଦେଶ୍ୟ ଜନିତ କାରବାରକୁ ନେଇ ତିକ୍ତତା ଓ ପରେ ପ୍ରେମ ଜନିତ କାରବାରକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟାଇବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ପ୍ରଭଞ୍ଜନ ତ୍ରିପାଠୀ ଓ ତାର ସହଯୋଗୀ ବଂଶୀ ଗୌଡ,ଶେଷ ମୂଳିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

0
0
0
s2sdefault