ଭୁବନେଶ୍ୱର : ୫-ଟି ସଚିବ ଶ୍ରୀ ଭି.କେ.ପାଣ୍ଡିଆନଙ୍କ ଉପରେ କାଳିମାଡ଼ ଘଟଣାକୁ ନିନ୍ଦା କରିଛି ଓଡିଶା ସୂଚନା ସେବା ସଂଘ | ଆଜି ପୂର୍ବାହ୍ନରେ ପୁରୀ ଜିଲ୍ଲା ସତ୍ୟବାଦୀ ଠାରେ ଉତ୍କଳ ମଣି ଗୋପବନ୍ଧୁ ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ୫-ଟି ସଚିବ ଶ୍ରୀ ଭି.କେ.ପାଣ୍ଡିଆନଙ୍କ ଉପରେ କାଳିମାଡ଼ ଘଟଣାକୁ ଓଡ଼ିଶା ସୂଚନା ସେବା ସଂଘ ତରଫରୁ ଦୃଢ ନିନ୍ଦା କରାଯାଇଛି । ଏଭଳି ନିନ୍ଦନୀୟ କାର୍ଯ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ଓଡ଼ିଶା ବାସୀଙ୍କୁ ଗଭୀର ଭାବେ ମର୍ମାହତ କରିଛି ।
ଏଭଳି ଅଶୋଭନୀୟ ଆଚରଣ ଲୋକଙ୍କର ବିକାଶ ପାଇଁ କର୍ତ୍ତବ୍ୟରତ ସରକାରୀ ଅଧିକାରୀମାନଙ୍କର ଦାୟିତ୍ୱ, କର୍ତ୍ତବ୍ୟନିଷ୍ଠା, ପ୍ରତିବଦ୍ଧତା ପ୍ରତି କୁଠାରଘାତ ସଦୃଶ ବୋଲି ସୂଚନା ସେବା ସଂଘ ତରଫରୁ ଉପ ସଭାପତି ସୁଚେତା ପ୍ରିୟଦର୍ଶିନୀ ଏକ ପ୍ରେସ ସୂଚନାରେ ଜଣାଇଛନ୍ତି |
ରାଜ୍ୟ
ପାଣ୍ଡିଆନଙ୍କ ଉପରେ କାଳିମାଡ଼ ଘଟଣାକୁ ନିନ୍ଦା କଲା ସୂଚନା ସେବା ସଂଘ
- Hits: 274








