ହେଡଲାଇନସ୍:

ପାଣ୍ଡିଆନଙ୍କ ଉପରେ କାଳିମାଡ଼ ଘଟଣାକୁ ନିନ୍ଦା କଲେ ମନ୍ତ୍ରୀ ଅତନୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ଭୀରୁ ଅନୁପ୍ରବେଶକାରୀମାନେ ବୁଝିବା ଉଚିତ ଯେ ଭୟାର୍ତ୍ତ ଘୃଣା ଏବଂ ଖୋଲା ପ୍ରେମ ମଧ୍ୟରେ ପାର୍ଥକ୍ୟ କଣ"


ଭୁବନେଶ୍ୱର : ଆଜି ପୁରୀ ଜିଲ୍ଲା ସତ୍ୟବାଦୀଠାରେ ୫ଟି ସଚିବ ଶ୍ରୀ ଭି. କେ. ପାଣ୍ଡିଆନଙ୍କ ଉପରେ ହୋଇଥିବା ଘୃଣିତ କାଳିମାଡ ଘଟଣାକୁ କଡା ଶବ୍ଦରେ ନିନ୍ଦା କରିଛନ୍ତି ଖାଦ୍ୟ, ଯୋଗାଣ, ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା ତଥା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଏ ଘୃଣ୍ୟ ଘଟଣା ସମ୍ପର୍କରେ ଖବର ପାଇଁ ପ୍ରଥମ ମନ୍ତ୍ରୀ ଭାବେ ଶ୍ରୀ ନାୟକ ଟୁଇଟ କରି ଏ ଘଟଣାର ଦୃଢ ନିନ୍ଦା କରିଥିଲେ | ସେ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି "ସତ୍ୟବାଦୀରେ ୫-ଟି ସଚିବଙ୍କ ଉପରେ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା କାଳି ଫିଙ୍ଗା ଯିବା ଘଟଣା ଅତ୍ୟନ୍ତ ଭୀରୁତାପୂର୍ଣ୍ଣ କାର୍ଯ୍ୟ | ମୁ ସେ ଅସାମାଜିକ ତତ୍ୱଙ୍କୁ କହୁଛି ସେମାନେ ଟିକେ ଦେଖନ୍ତୁ ସେଇ ସାଧାରଣ ମହିଳାଙ୍କ ମୁଖମଣ୍ଡଳର ବ୍ୟସ୍ତତା, ଦୁଃଖ ଓ ଆତ୍ମୀୟତାକୁ | ସେମାନେ ଫିଙ୍ଗିଥିବା କାଳିକୁ କେମିତି ଜଣେ ମା ଜଣେ ତାଙ୍କ ପଣତ କାନିରେ ପୋଛି ଦେଉଛନ୍ତି ମା ପରି !
ସେ ଭୀରୁ ଅନୁପ୍ରବେଶକାରୀମାନେ ବୁଝିବା ଉଚିତ ଯେ ଭୟାର୍ତ୍ତ ଘୃଣା ଏବଂ ଖୋଲା ପ୍ରେମ ମଧ୍ୟରେ ପାର୍ଥକ୍ୟ କଣ " ବୋଲି ଶ୍ରୀ ନାୟକ ତାଙ୍କ ଟୁଇଟରେ କହିଛନ୍ତି |

0
0
0
s2sdefault