ହେଡଲାଇନସ୍:

ସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ବଦଳି ନୀତିରେ ସରକାର ଆଣିଲେ ପରିବର୍ତ୍ତନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ସରକାରୀ ଉଚ୍ଚ ବିଦ୍ୟାଳୟମାନଙ୍କର ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ଆନ୍ତଜିଲ୍ଲା ବଦଳିକୁ ସରଳୀକରଣ କରିବା ନିମନ୍ତେ ସରକାର ବିଭିନ୍ନ ବିଷୟକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରବିଜ୍ଞପ୍ତି ସଂଖ୍ୟା – ୨୧୯୦୮ ତା.-୦୧.୧୦.୨୦୧୮ରେ ନିମ୍ନଲିଖିତ ମତେ ପରିବର୍ତ୍ତନ କରିବାକୁ ସ୍ଥିର କରିଛନ୍ତି, ଯଦ୍ୱାରା ଅନେକ ଶିକ୍ଷକ/ଶିକ୍ଷୟତ୍ରୀ ଉପକୃତ ହୋଇପାରିବେ।
୧. Terminalଅସୁସ୍ଥତା ପାଇଁବଦଳି ବ୍ୟବସ୍ଥାକୁ ବ୍ୟାପକ କରାଯାଇ ସଂପୃକ୍ତ ଶିକ୍ଷକ/ଶିକ୍ଷୟତ୍ରୀ ସହିତ ସେମାନଙ୍କ ଦମ୍ପତି ତଥା ନାବାଳକ ସନ୍ତାନ ସନ୍ତତି ମାନଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ କରାଗଲା।
୨. (କ) ଶାରୀରିକ ଭିନ୍ନକ୍ଷମ (PwD) ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କର ବଦଳିକୁ ରାଜ୍ୟ ମେଡିକାଲ ବୋର୍ଡ ଦ୍ୱାରା ପ୍ରଦତ୍ତ ସାର୍ଟିପିକେଟ୍ ଦ୍ୱାରା ହିଁ ବିଚାରକୁ ନିଆଯିବ।
(ଖ)ଯେଉଁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ସନ୍ତାନ ସନ୍ତତି ମାନଙ୍କରଶାରୀରିକ ଭିନ୍ନକ୍ଷମତା90% ବା ତାଠାରୁ ଅଧିକ ଏବଂ ଜିଲ୍ଲା ମେଡିକାଲ ବୋର୍ଡ ଘରୋଇ ତତ୍ତ୍ୱାବଧାନ ପାଇଁ ସେ ପିଲାମାନଙ୍କୁ ସାର୍ଟିଫିକେଟ ଦେଇ ଥିବେ ସେ କ୍ଷେତ୍ରରେ ଉକ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଅନ୍ତଃ¬ଜିଲ୍ଲା ବଦଳି ପାଇଁ ବିଚାରକୁ ନିଆଯିବ। ପ୍ରକାଶ ଥାଉ କି ଉକ୍ତ ବଦଳି କେବଳ ସମାନ social category ଓ vacancy ଥିବା ସ୍ତରରେ ବିଚାରକୁ ନିଆଯିବ। ସଂପୃକ୍କ ଶିକ୍ଷକ ଜିଲ୍ଲା ମେଡିକାଲ ବୋର୍ଡର ସାର୍ଟିଫିକେଟ ଦାଖଲ କରିବେ।
୩. ସେହିପରି ଉଭୟ ଦମ୍ପତ୍ତି ଯଦି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଭିନ୍ନ ଭିନ୍ନ ଜିଲ୍ଲାରେ ଶିକ୍ଷକ ଚାକିରି କରୁଥିବେ ତେବେ ସମାନ social category ଓ vacancy ଅନୁଯାୟୀ ସେମାନେ ଚାକିରୀ କରୁଥିବା ଜିଲ୍ଲାମାନଙ୍କ ମଧ୍ୟରୁ ଗୋଟିଏ ଜିଲ୍ଲାକୁ ବଦଳି ହୋଇପାରିବେ।
Terminalଅସୁସ୍ଥତା,Mutual Transfer ଏବଂ 90% ବା ତାଠାରୁ ଅଧିକ ଭିନ୍ନକ୍ଷମ ସନ୍ତାନ ସନ୍ତତି ଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ କ୍ଷେତ୍ରରେ 15 ବର୍ଷିୟା ବଦଳି ନିୟମ ଲାଗୁ କରାଯିବ ନାହିଁ ।
୪. ଉପରୋକ୍ତ ପରିବର୍ତ୍ତନ ଗୁଡିକୁ onlineTransfer Portal ରେ 30 ଦିନ ମଧ୍ୟରେ ଅନ୍ତଭୁକ୍ତ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଓଡିଶା, ଙ୍କୁ ଅନୁରୋଧ କରାଯାଇଅଛି। ତତ୍ ପରେ online transfer portal ର ବିଜ୍ଞପ୍ତି ଅନୁଯାୟୀ ଶିକ୍ଷକ / ଶିକ୍ଷୟତ୍ରୀ ମାନେ ବଦଳି ପାଇଁ ଆବେଦନ କରିପାରିବେ ।

0
0
0
s2sdefault