ହେଡଲାଇନସ୍:

"ସତ୍ୟବାଦୀ ମାଟି ରହିଲା ସାକ୍ଷୀ ପୁଣି ନବୀନ ବାବୁ ପିନ୍ଧିବେ ମୂଖ୍ୟମନ୍ତ୍ରୀ ଟୋପି"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାଳିମାଡ଼ ପରେ ପାଣ୍ଡିଆନ ଟୁଇଟ : "ନୂଆ ପରିଚୟ ସୃଷ୍ଟି କରିବାକୁ କିଛି ପରିବର୍ତ୍ତନ କରିବାକୁ ହେଲେ ଅନେକ ବାଧାବିଘ୍ନ ଦେଖାଦେବ"

ଭୁବନେଶ୍ୱର : କାଳିମାଡ଼ ପରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ  ପାଣ୍ଡିଆନ | ନୂଆ ପରିଚୟ ସୃଷ୍ଟି କରିବାକୁ କିଛି ପରିବର୍ତ୍ତନ କରିବାକୁ ହେଲେ ଅନେକ ସମସ୍ୟା ଅନେକ ବାଧାବିଘ୍ନ ଦେଖାଦେବ ଓ  ତାହାକୁ ଅଣଦେଖା କରି ଆଗକୁ ବଢିବାକୁ ପଡିବ ବୋଲି ତାଙ୍କରି ନାମରେ ଖୋଲା ଯାଇଥିବା ଟୁଇଟାର ହାଣ୍ଡଲ ରେ କୁହାଯାଇଛି | | 

ସେ ତାଙ୍କର ଟୁଇଟାର ହାଣ୍ଡଲ ବୋଲି ବିଶ୍ୱାସ କରାଯାଉଥିବା @vkpandianod ରେ ଉଲ୍ଲେଖ କରିଛନ୍ତି " କିଛି ପରିବର୍ତ୍ତନ କରିବାକୁ ହେଲେ ଅନେକ ସମସ୍ୟା ଅନେକ ବାଧାବିଘ୍ନ ଦେଖାଦେବ, କିନ୍ତୁ ତାହାକୁ ଅଣଦେଖା କରି ଆଗକୁ ବଢିବାକୁ ପଡିବ । ଯେତେବେଳେ ପରିବର୍ତ୍ତନ ଆସିବ ତେବେ ଏକ ନୂଆ ପରିଚୟ ସୃଷ୍ଟି ହେବ । #ଜୟ_ଜଗନ୍ନାଥ"

ଏହା ସହିତ ଅନ୍ୟ ଏକ  ଟୁଇଟରେ କୁହାଯାଇଛି ଯେ "ଓଡ଼ିଶା ସରକାର ଙ୍କ ଦ୍ଵାରା ହେଉଥିବା ଉନ୍ନତି ଓ ବିକାଶ ର ମହାଅଭିଯାନ କୁ ବିରୋଧୀ ସହ୍ୟ କରିପାରୁନାହାଁନ୍ତି। ଯାହା ଦ୍ଵାରା ଏଭଳି ନିନ୍ଦନୀୟ କାର୍ଯ୍ୟ କରୁଛନ୍ତି । କିନ୍ତୁ ଏଭଳି କରିବା ଦ୍ୱାରା ବିକାଶ କାର୍ଯ୍ୟ ର ଧାରା କେବେ ରହିଯିବ ନାହିଁ।ସେହି ସତ୍ୟବାଦୀ ମାଟି ରହିଲା ସାକ୍ଷୀ  ପୁଣି ନବୀନ ବାବୁ ପିନ୍ଧିବେ ମୂଖ୍ୟମନ୍ତ୍ରୀ ଟୋପି ।"  ହେଲେ ଏହି ରାଜନୈତିକ ମନ୍ତବ୍ୟରୁ ଏହି ହାଣ୍ଡଲ ଶ୍ରୀ ପାଣ୍ଡିଆନଙ୍କର କି ନାହିଁ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି | 

0
0
0
s2sdefault