ହେଡଲାଇନସ୍:

ପୁରୀ-ପାଟନା ଓ ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଚଳାଚଳର ସେବା ବୃଦ୍ଧି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

● ପୁରୀ-ପାଟନା-ପୁରୀ ଏବଂ ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଅକ୍ଟୋବର 2023 ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ |

ଭୁବନେଶ୍ୱର: ପୁରୀ-ପାଟନା-ପୁରୀ ସ୍ପେଶାଲ ଏବଂ ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ଏକ୍ସପ୍ରେସର ସେବାକୁ ଅକ୍ଟୋବର 2023 ର ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି | ଯାତ୍ରୀ ସଂରଚନା ପରିଚାଳନା ସମୀକ୍ଷା କରିବା ସହିତ ଯାତ୍ରୀ ମାନଙ୍କ ଦାବିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି |

ଶନିବାର ଦିନ ପୁରୀରୁ ଛାଡୁଥିବା 08439 ପୁରୀ-ପାଟନା ସ୍ପେଶାଲ୍ ଚଳାଚଳ ସେବାକୁ 28 ଅକ୍ଟୋବର 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି | ଫେରିବା ମାର୍ଗରେ ରବିବାର ଦିନ ପାଟନାରୁ ଛାଡୁଥିବା 08440 ପାଟନା-ପୁରୀ ସ୍ପେଶାଲ ଚଳାଚଳ ସେବାକୁ 29 ଅକ୍ଟୋବର 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି |

ସେହିଭଳି ଭୁବନେଶ୍ୱରରୁ ପ୍ରତିଦିନ ଛାଡୁଥିବା 02832 ଭୁବନେଶ୍ୱର-ଧାନବାଦ ସ୍ପେଶାଲ ଚଳାଚଳ ସେବାକୁ 31 ଅକ୍ଟୋବର 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାବେଳେ ଫେରିବା ମାର୍ଗରେ ଧାନବାଦରୁ ଛାଡୁଥିବା 02831 ଧାନବାଦ-ଭୁବନେଶ୍ୱର ସ୍ପେଶାଲ୍ ଚଳାଚଳ ସେବାକୁ 1 ନଭେମ୍ବର 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି |

ଉପରୋକ୍ତ ଟ୍ରେନ୍ ଦ୍ବୟ ପାଇଁ ନିର୍ଦ୍ଧାରିତ ସମୟ ସାରଣୀ ଏବଂ ଷ୍ଟେସନ ମାନଙ୍କ ଠାରେ ସ୍ଥିରୀକୃତ ରହଣି ଅପରିବର୍ତ୍ତିତ ରହିବ |

0
0
0
s2sdefault