ହେଡଲାଇନସ୍:

ସୋଆ ପକ୍ଷରୁ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କୃଷି ପ୍ରଶକ୍ଷିଣ ଶିବିର ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ର ଚତୁର୍ଥ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭୁବନେଶ୍ୱର, ଜଟଣୀ ଓ ବାଲିଅନ୍ତା ବ୍ଲକ୍‌ର ୧୩ ଟି ଗ୍ରାମରେ ଅଗଷ୍ଟ ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏକ କୃଷି ପ୍ରଶିକ୍ଷଣ ଶିିବିର ଆୟୋଜିତ ହୋଇଯାଇଛି ।
ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତଃ ୩ଟି ବ୍ଲକ୍ ଅଧୀନରେ ଥିବା ବୁଦ୍ଧିପଡା, ପାଣିକଟା, ଶିଙ୍ଗିର ଶାସନ, ବାରୁଦଖାନା, ପୁରଣପ୍ରଧାନ, ଝିଇଂଟି ଶାସନ, ପୁରୋହିତପୁର, କୁଜିମହଲ, ମେଣ୍ଢାଶାଳ, ଛତାବର, ଗିରିଙ୍ଗାପୁଟ, କଂଟାବାଡ ଓ ଭୋଳା ପ୍ରଭୃତି ଗ୍ରାମଗୁଡିକୁ ସାମିଲ କରାଯାଇଥିଲା ।
ଛାତ୍ରଛାତ୍ରୀମାନେ ଏହି ଗ୍ରାମଗୁଡ଼ିକୁ ପରିଦର୍ଶନ କରିବା ସହ ଗ୍ରାମର ସାମାଜିକ, ଅର୍ଥନୈତିକ ଓ କୃଷିଭିତିକ ତଥ୍ୟ ଆଧାରରେ ପ୍ରଶିକ୍ଷଣ ଶିବିରର ବିଷୟବସ୍ତୁ ପ୍ରସ୍ତୁତ କରିଥିଲେ ।
ଆଇଏଏସ୍‌ର ଡକ୍ଟର ଭୁବନାନନ୍ଦ ଅଧିକାରୀ, ଡକ୍ଟର ମାନସ ପଟେଲ, ଡକ୍ଟର ସିମନ୍ତିନୀ ଶାସନୀ, ଡକ୍ଟର ଦୀପାଲି ଦାଶ, ଡକ୍ଟର ରାମ ପ୍ରସାଦ ନନ୍ଦି, ଡକ୍ଟର ସବ୍ୟସାଚୀ ପ୍ରଧାନ, ଅଧ୍ୟାପକ କୁମାର ସମ୍ଭବ ଗିରି, ଅଧ୍ୟାପକ ରାମକୃଷ୍ଣ ବସ୍ତିଆ, ସୂର୍ଯ୍ୟସିଦ୍ଧାନ୍ତ ରଥ, ସୁଶ୍ରୀ ସୁଦର୍ଶନା କର, ଦୀପ୍ତନୁ ଦତ, ପ୍ରୀତିଲଗ୍ନା ଧଳ, ସୁଚିସ୍ମିତା ମିଶ୍ର, ଡକ୍ଟର ପ୍ରଣୟ ରାୟ ପ୍ରମୁଖଙ୍କ ତତ୍ୱାବଧାନରେ ଗ୍ରାମବାସୀମାନଙ୍କୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉନ୍ନତ ଓ ବୈଜ୍ଞାନିକ ଉପାୟ ଅବଲମ୍ବନରେ ହେଉଥିବା ଆଧୁନିକ କୃଷି ଯଥା ଜୈବିକ ଚାଷ, ଛତୁଚାଷ ଓ ଏହାର ମୂଲ୍ୟଯୁକ୍ତ ଉତ୍ପାଦ, ଫସଲ ଅବଶେଷର ଉପଯୋଗ, ମହୁମାଛି ପାଳନ, ପତ୍ର ରଙ୍ଗ ଚାର୍ଟର ବ୍ୟବହାର, ଆଜୋଲା ଚାଷ, ସମନ୍ୱିତ ରୋଗ ପୋକ ପରିଚାଳନା ଓ ଭଟିକାଲ୍ ଫାର୍ମିଂ ଇତ୍ୟାଦିକୁ ନେଇ ୧୮ ଟି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ।
ଏହି ଶିବିରଗୁଡିକରେ ପ୍ରତି ଗ୍ରାମର ଅନେକ ଅଗ୍ରଣୀ କୃଷକ ଓ ଗ୍ରାମବାସୀମାନେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଆଗାମୀ ଦିନରେ ଏହିସବୁ ସ୍ଥାନରେ କୃଷି ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ସହିତ ଶେଷ ପର୍ଯ୍ୟାୟ କୃଷି ପ୍ରଶିକ୍ଷଣ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ।
ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣଗୁଡିକର ସଫଳତା ପରେ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ସଫଳ ହେବାକୁ ଯାଉଛି ଓ ଏହାର ଉଦ୍ଦେଶ୍ୟ ସାଧିତ ହେଉଛି ବୋଲି କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ କହିଛନ୍ତି ।
ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଫଳତା ପାଇଁ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମର ଅଧ୍ୟକ୍ଷ ତଥା ସଂଯୋଜକ ଡକ୍ଟର ଅଂଶୁମାନ ଜେନା ଅଂଶଗ୍ରହଣ କରିଥିବା ଗ୍ରାମବାସୀ ତଥା କୃଷକ ସାଥିମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

0
0
0
s2sdefault