ପୁରୀ (ଅନିମେଶ ପଟ୍ଟନାୟକ): ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ହୋଇଛି କାଳିମାଡ଼ । ଏଭଳି ଘଟଣା ସତ୍ଯବାଦୀ ଠାରେ ଘଟିଥିବା ସୂଚନା ରହିଛି ।
ସଚିବ ଭିକେ ପାଣ୍ଡିଆନ ପୁରୀ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ସାରି ସତ୍ଯବାଦୀ ଠାରେ ୟୁଜିଏସ କଲେଜ ଠାରେ ମିଶନ ଶକ୍ତିର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିଲେ । ମିଶନ ଶକ୍ତିର ସଦସ୍ୟମାନଙ୍କୁ ଭେଟିବା ସମୟରେ ଜଣେ ଯୁବକ ତାଙ୍କ ଉପରକୁ କାଳିମାଡ଼ କରିଥିଲେ । ଫଳରେ ପାଣ୍ଡିଆନଙ୍କ ଉପରେ କାଳି ସିଧାସଳଖ ପଡ଼ିଥିଲା । କାଳି ଜିଲ୍ଲାପାଳଙ୍କ ସମର୍ଥ ବର୍ମାଙ୍କ ଉପରେ ମଧ୍ଯ ପଡ଼ିଥିଲା । ସେଠାରେ ଉପସ୍ଥିତ ଥିବା ପୋଲିସ ଅଭିଯୁକ୍ତକୁ କାବୁ କରି ଥାନାକୁ ନେଇଥିଯାଇଥିବା ଜଣା ପଡ଼ିଛି ।
ଅନ୍ୟପଟେ କାଳିମାଡ଼ ଖାଇ ମଧ୍ଯ ସଚିବ ଭିକେ ପାଣ୍ଡିଆନ ଓ ଜିଲ୍ଲାପାଳ ସମର୍ଥ ବର୍ମା ଚାଲି ଚାଲି ଲୋକଙ୍କ ସହ ମିଶି ଆଲୋଚନା ଯାରି ରଖିଥିଲେ । ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।








