କେନ୍ଦ୍ରାପଡା:ପ୍ରଫୁଲ୍ଲ କୁମାର ମଲ୍ଲ କେନ୍ଦ୍ରାପଡା ଜିଲ୍ଲା ଡେରବିଶ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୪ ବିଶେଷଜ୍ଞ ଓ ୬ MBBS ଡାକ୍ତର ପଦବୀ ଖାଲି ପଡ଼ିଥିବା ନେଇ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଦ୍ଵାରା ପ୍ରତିବାଦ କରାଯାଇଛି । ପାଟକୁରାର ବିଜେପି ନେତା ତେଜେଶ୍ୱର ପରିଡାଙ୍କ ନେତୃତ୍ବରେ ସ୍ଥାନୀୟ ଅଞ୍ଚଳ ବାସୀ ଛତା ଚକ ଠାରୁ ଆରମ୍ଭ କରି ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ଚାଲି ଚାଲି ଆସି ପ୍ରତିବାଦ କରିଥିଲେ । ଅପରପଟେ ଆଗାମୀ ଦିନରେ ଯଦି ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ପଦବୀ ପୂରଣ ନକରାଯାଏ ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପ୍ରତିବାଦକାରୀଙ୍କ ପକ୍ଷରୁ ଚେତବନୀ ଦିଆଯାଇଛି।
ରାଜ୍ୟ
ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦବୀ ଖାଲି ନେଇ ପ୍ରତିବାଦ ।
- Hits: 284








