ନୟାଗଡ଼,(ଲକ୍ଷ୍ମୀଧର ସାହୁ): ସମୟ ବଡ଼ ମୂଲ୍ୟବାନ, ଏହାକୁ ଅପଚୟ କର ନାହିଁ। ସମୟର ସୁବିନିଯୋଗ କର । ଯିଏ ସମୟକୁ ସୁବିନିଯୋଗ କରିଛି ସିଏ ସଫଳତାର ଶୀର୍ଷରେ ପହଞ୍ଚିଛି । ନିଜେ ସୁରକ୍ଷିତ ରହିବା ସହ ସମାଜକୁ ସୁରକ୍ଷା ଦିଅ । ଯେଉଁ ମାନେ ତୁମକୁ ଜନ୍ମ ଦେଇଛନ୍ତି ସେମାନଙ୍କର ସେବା କର । ପ୍ରତ୍ୟେକ କାମରେ ତାଙ୍କୁ ସହଯୋଗ କର । ବାପା ମାଆ ମାନଙ୍କର ଆଶୀର୍ବାଦ ରହିଲେ ସଫଳତା ଆପେ ଆପେ ଆସିବ । ନକରାତ୍ମକ କାମରେ ସମୟକୁ ନଷ୍ଟ ନକରି ସକରାତ୍ମକ କାମରେ ବିନିଯୋଗ କର । ଆଗ୍ରହ ବଢ଼ିଲେ କାର୍ଯ୍ୟ କରିବା ପାଇଁ ଦକ୍ଷତା ବୃଦ୍ଧି ପାଇବ । ସମୟକୁ ଏଭଳି ଭାବରେ ବିନିଯୋଗ କର ଯେପରି ତୁମ ମୁଖ୍ୟ ଉଦ୍ଦେଶ୍ୟ ପୁରଣ ହୋଇ ପାରିବ । ସମୟକୁ ଯିଏ ବିନିଯୋଗ କରିନାହିଁ ତାକୁ ସମୟ ଟିକି ଟିକି କରିଦେବ । ପୂର୍ବ ପୁରୁଷ ମାନେ ସକାଳୁ ସକାଳୁ ଆଧ୍ୟାତ୍ମିକା ଚେତନାକୁ ଗ୍ରହଣ କରିଥାନ୍ତି । ଆଧ୍ୟାତ୍ମିକା ଚେତନାକୁ ବୃଦ୍ଧି କରାଅ । ନିଜର ଶରୀର ସହିତ ପରିବାରର ସ୍ଵାସ୍ଥ୍ୟ ସମ୍ପର୍କରେ ସମୟ ଦିଅ । ସମୟର ଯିଏ ସଦୁପଯୋଗ କରିଛି ସିଏ ଜଗତକୁ ଜିତିଛି । ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଯୁବ ଛାତ୍ର ମାନଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ।
ପ୍ରତ୍ୟେକ ଶନିବାର ଡ. ସାହୁ ଯୁବ ଛାତ୍ରମାନଙ୍କୁ ନେଇ ମୋଟିଭେସନାଲ କ୍ଲାସ ଆରମ୍ଭ କରିଛନ୍ତି । ଯାହାକୁ ନେଇ ସବୁଆଡେ ଚର୍ଚ୍ଚା ଯାରି ରହିଛି । ରାଜନୀତି ବାଦ ସମାଜ ସଂସ୍କାରକୁ ଗୁରୁତ୍ବ ଦେଇଛନ୍ତି ଡ. ସାହୁ ।









