ଭଞ୍ଜନଗର (ଉଦୟନାଥ ପଣ୍ଡା): ସାରା ରାଜ୍ୟରେ "ଯୁବ ସ୍ବାଭିମାନ ଦିବସ" ପାଳିତ ଅବସରରେ, ଭଞ୍ଜନଗର ରେ ଅନୁଷ୍ଠିତ ହୋଇଯାଇଅଛି ଏକ ରକ୍ତଦାନ ଶିବିର। ରକ୍ତ ଦାନ ମହାପୂଣ୍ୟ ,ଏହାକୁ ପାଥେୟ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ ହିଁ ଏକମାତ୍ର ବିକଳ୍ପ। ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଯେଉଁ ଆତ୍ମ ସନ୍ତୁଷ୍ଟି ମଳିଥାଏ, ତାହା ସ୍ବର୍ଗିୟ ଆନନ୍ଦ ପ୍ରଦାନ କରିଥାଏ। ରକ୍ତ ଅଭାବରୁ କାହାରିକୁ ମରିବାକୁ ଦେବାନାହିଁ’ ସମ୍ବାଦ ଓ ଆମ ଓଡିଶା ଅଧ୍ୟକ୍ଷଙ୍କ ପ୍ରେରଣାଦାୟୀ ଏହି ସ˚କଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଆଜି ଯୁବ ସ୍ବାଭିମାନ ଦିବସ ପାଳନ ଅବସରରେ ,ଭଞ୍ଜନଗର ଠାରେ ଆୟୋଜିତ ରକ୍ତଦାନ ଶିବିରରେ ଅତିଥି ମାନେ ପ୍ରକାଶ କରିଛନ୍ତି।
ଭଞ୍ଜନଗର ରକ୍ତକେନ୍ଦ୍ର ଠାରେ ସମ୍ବାଦ ଆମ ଓଡ଼ିଶା ଓ ବିପଦର ବନ୍ଧୁ ନାମକ ସ୍ବେଛାସେବୀ ଅନୁଷ୍ଠାନ ର ମିଳିତ ସହଯୋଗରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବରରେ ଜଣେ ଯୁବତୀଙ୍କ ସମେତ ବହୁ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ଏଥିରେ ଥାନା ଅଧିକାରୀ ଶ୍ରୀ ଧୀରେଶ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ମେଡିକାଲ୍ ଅଧିକ୍ଷକ ଡା.ସୀତାଂଶୁ ଶେଖର ଶତପଥୀ,ପ୍ରାକ୍ତନ ବନାଞ୍ଚଳ ଅଧିକାରୀ ଶ୍ରୀ ଅନୁପମ ବାନାର୍ଜି,ସମାଜସେବୀ ଶ୍ରୀ ଶୂଳପାଣୀ ଶତପଥୀ,ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ,ସମ୍ବାଦ ପ୍ରତିନିଧି ବିଶ୍ବମ୍ବର ଜେନା, ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ,ଅମରେନ୍ଦ୍ର ପଟ୍ଟନାୟକ,ବିପଦର ବନ୍ଧୁ ଅନୁଷ୍ଠାନର ଅରକ୍ଷିତ ପରିଚ୍ଛା ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏଥିରେ କିଛି ସାମ୍ବାଦିକଙ୍କ ସହ ଶ୍ରୀବତ୍ସ ଶିକ୍ଷା ନିକେତନ ଛାତ୍ର ମାନେ ରକ୍ତଦାନ କରିଥିଲେ` ।ଏହି ଶିବିରକୁ ସାମ୍ବାଦିକ ନିଲୁ ବିଷୋୟୀ,ଆଶିଷ ଗୌଡ,ମନୋଜ ଗୌଡ,ଅପୂର୍ବ ପ୍ରଧାନ,ଗୋବିନ୍ଦ ଗୌଡ,ପ୍ରମୋଦ ପ୍ରଧାନ ସୁଧୀର ଗୌଡ,ପ୍ରଭାକର ନାୟକ,ବିକାଶ ସ୍ବାଇଁ,ବିକ୍ରମ ପଣ୍ଡା ସମେତ ପ୍ରମୁଖ ସାମ୍ବାଦିକ ଓ ବ୍ୟକ୍ତିବିଶେଷ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ରକ୍ତକେନ୍ଦ୍ରର ସୁରେନ୍ଦ୍ର ମହାପାତ୍ର,ଅନୀଲ କୁମାର ମାହାର,ବିପିନ ପାଣିଗ୍ରାହୀ,ଗଣେଷ ନାୟକ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।








