ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶୁକ୍ରବାର ଦିନ ଗଜପତି ଜିଲ୍ଲାର ସମସ୍ତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ କରାଯାଇଛି। ଓଡ଼ିଶାର ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଗଜପତି ଜିଲ୍ଲାର ସମସ୍ତ ବ୍ଲକ ଘେରାଉ ବିକ୍ଷୋଭ କାର୍ଯ୍ୟକ୍ରମ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରେ କଂଗ୍ରେସ ତରଫରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ହୋଇଥିଲା। ଗଜପତି ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା ମୋହନା ଏବଂ ପାରଳାଖେମୁଣ୍ଡି। ମୋହନା ନିର୍ବାଚନ ମଣ୍ଡଳୀର ଚାରିଗୋଟି ବ୍ଲକକୁ କଂଗ୍ରେସ ଜିଲ୍ଲା ସଭାପତି ତଥା ମୋହନା ବିଧାୟକ ଦାସରଥି ଗମାଙ୍ଗ ଦାଇତ୍ଵରେ ପରିଚାଳିତ ହେଉଥିବା ବେଳେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ତିନୋଟି ବ୍ଲକ ଇତି ମଧ୍ୟରେ ଗୋଷାଣି , କାଶୀନଗର ଓ ଗୁମ୍ମା ବ୍ଲକରେ ମଧ୍ୟ ସଂପୂର୍ଣ୍ଣ ରୁପେ ଦାଇତ୍ବରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଘେରାଉ କରାଯାଇଛି। ଏଥିପାଇ ପୂର୍ବତନ ମୁଖ୍ୟଶାସନ ସଚିବ ତଥା ପ୍ରଦେଶ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଏହି ଘେରାଉ କରାଯାଇଥିଲା। ବ୍ଲକର ବ୍ଲକ କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରାଯାଇଥିଲା।
ଗୋଷାଣୀ ବ୍ଲକ୍ ନିମନ୍ତେ ସଂଜୟ କୁମାର ଅଧିକାରୀ , ଗୁମ୍ମା ବ୍ଲକ ନିମନ୍ତେ ଲଳିତ ମୋହନ ଦଣ୍ଡସେନା ଓ କାଶୀନଗର ବ୍ଲକ ନିମନ୍ତେ ରାମ ପ୍ରସାଦ ପଟ୍ଟନାୟକଙ୍କ ଦାଇତ୍ୱ ରେ କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିଲା।
ଆଜିର ବିକ୍ଷୋଭ ପ୍ରଦର୍ଶନ ବେଳେ ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଙ୍କ ଅଭିଯୋଗ ଅନୁଯାୟୀ , ବ୍ଲକ ମାନଙ୍କରେ ବ୍ୟାପକ ପିସି କାରବାର , ଆବାସ ଯୋଜନାରେ ଦୁର୍ନୀତି , ଦରଦାମ ବୃଦ୍ଧି , ନାରୀ ନିର୍ଯ୍ୟାତନା , ଚାଷୀମାରଣ ନୀତି , ଟାଟା କମ୍ପାନୀର ଖାଉଟି ବିରୋଧୀ ବିଜୁଳି ନୀତି ଆଦିର ବିରୋଧ କରି ବ୍ଲକ ଘେରାଉ କରାଯାଇଥିଲା । ତାପରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୯ଦଫା ସମ୍ବଳିତ ଦାବୀପତ୍ର ସମ୍ପୃକ୍ତ ବିଡିଓ ତଥା ଗୋଷାଣି ବିଡିଓ ଅଜୟ କୁମାର ପ୍ରଧାନ ଏବଂ କାଶୀନଗର ବିଡିଓ କପିଳେଶ୍ବର ତାଣ୍ଡିଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ଗୋଷାଣି ବ୍ଲକରେ ଜିଲ୍ଲା କଂଗ୍ରେସ ନେତା ସଞ୍ଜୟ କୁମାର ଅଧିକାରୀ , ଅଭିମନ୍ୟୁ ପଣ୍ଡା , ବସନ୍ତ ପଣ୍ଡା ଓ ଜିଲ୍ଲା ଯୁବକଂଗ୍ରେସ ସଭାପତି ସୂର୍ଯ୍ୟନାରାୟଣ ପାତ୍ର , ଅଶୋକ କୁମାର ଅଧିକାରୀଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।
ସେହିପରି କାଶୀନଗର ବ୍ଲକ ଠାରେ ରାମ ପ୍ରସାଦ ପଟ୍ଟନାୟକ , ସୁକାନ୍ତି ଶବର , ତାୱାରା ନାଇଡୁ ବୋଡାଲା ରାବଣା , ମୋଜେସ ଇତ , ସାମୁଏଲ୍ ଗମାଙ୍ଗ , ଯୁବ ନେତା ଜିକ୍ରିୟ ନାଇକା , ଆୟୁବ ଭୂୟାଁ , ୱାଇ. ପାର୍ଥସାରଥି , ଏସ୍.ପାତ୍ର ପ୍ରମୁଖଙ୍କ ସମେତ ବହୁ ସଂଖ୍ୟକ କଂଗ୍ରେସ ନେତା ଓ କର୍ମୀମାନେ ଉପସ୍ଥିତଥିଲେ।
ଏହି ଅବସରରେ ଗୋଷାଣୀ ଏବଂ କାଶୀନଗର ବ୍ଲକ ରେ ଏକ ପଟୁଆର ବାହାରି ଗ୍ରାମ ପରିକ୍ରମା କରି ବ୍ଲକ ସମୁଖରେ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ ପରେ ଗୋଷାଣୀ ବ୍ଲକ କାର୍ଯ୍ୟାଳୟ ଯାଇ ବିଡ଼ିଓ ଅନୁପ ଅଭିଷେକ ବେହେରାଙ୍କୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ଯୁବ କଂଗ୍ରେସ ନେତା ସମୂହ । ଏଥିରେ ବ୍ଲକର ଶତାଧିକ କର୍ମୀମାନେ ଯୋଗଦାନ କରିବା ଦେଖିବାକୁ ମିଳିଥିଲା।
ରାଜ୍ୟ
କଂଗ୍ରେସ ତରଫରୁ ଜିଲ୍ଲାର ସମସ୍ତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ ବିକ୍ଷୋଭ ପ୍ରଦର୍ଶନ
- Hits: 311








