ହେଡଲାଇନସ୍:

ଆଫିନ୍ ଏବଂ ଓଆଇଜି ତରଫରୁ ବ୍ଲକ ସ୍ତରୀୟ ମେଗା ରକ୍ତଦାନ ଶିବିର - ୨୦୧ ୟୁନିଟ ରକ୍ତ ସଂଗୃହୀତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୮.୦୮.୨୦୨୩/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ମଣିଜଙ୍ଗା ପଞ୍ଚାୟତ ର କଲ୍ଯାଣ ମଣ୍ଡପ ଠାରେ “ସ୍ବେଚ୍ଛାସେବୀ ସଙ୍ଗଠନ " ଆଫିନ୍ ଏବଂ ଓଆଇଜି ତରଫରୁ ଏକ ବ୍ଲକ ସ୍ତରୀୟ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିର ରେ ୨୦୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ସକାଳ ୯ଟା ରେ ଅଭିବକ୍ତ ତିର୍ତ୍ତୋଲ ର ପୂର୍ବତନ ସରପଂଚ ତଥା ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ବିମଳ ପ୍ରସାଦ ଦାଶ, ଆଫିନ୍ ଏବଂ ଓଆଇଜି ର ପ୍ରତିଷ୍ଠାତା ଇଂ ହିମାଂଶୁ ଭୂଷଣ ମଲ୍ଲିକ ଓ ମୁଖ୍ଯ ପରାମର୍ଶଦାତା ତଥା ଗୋବିନ୍ଦପୁର ସମିତିସଭ୍ୟ ଦେବ ପ୍ରସାଦ ନାୟକ ଆନୁଷ୍ଠାନିକ ଭାବେ ରକ୍ତଦାନ ଶିବିର ର ଉଦଘାଟନ କରିଥିଲେ। ବର୍ଷା ପାଗ ସ୍ବତ୍ତେ ଇଂ ମଲ୍ଲିକ ଙ୍କ ଅନୁରୋଧ ରକ୍ଷା କରି ତିର୍ତ୍ତୋଲ , ରଘୁନାଥପୁର, ବିରିଡି, ଏରସମା, ରାହାମା, କୁଜଙ୍ଗ, ପାରାଦ୍ୱୀପ ସମେତ କଲେଜ ଛାତ୍ରଛାତ୍ରୀ ମାନେ ସ୍ବଚ୍ଛାକୃତ ଭାବେ ରକ୍ତଦାନ କରି ମହାନତା ର ପରିଚୟ ଦେଇଥିଲେ। ଜଗତସିଂହପୁର ଓ କଟକ ରକ୍ତଭଣ୍ଡାର କର୍ମଚାରଙ୍କ ଦ୍ବାରା ଏହି ରକ୍ତ ସଂଗ୍ରହ କରାଯାଇଥିଲା।
ଉକ୍ତ ସଙ୍ଗଠନ ର ସଭାପତି ଶ୍ରୀପତି ଲେଙ୍କା ,ସାଧାରଣ ସମ୍ପାଦକ ସୁନୀଲ ରାଣା, ସମାଜସେବୀ ଅଶ୍ବିନୀ ସ୍ବାଇଁ, ସଫି ଆଜମ୍, ଜ୍ଯୋତି ରଞ୍ଜନ ମଲ୍ଲିକ, ବୁଦ୍ଧେଶ୍ବର ବେହେରା, ରାକେଶ ସ୍ବାଇଁ, ସାଇ ପ୍ରଭଞ୍ଜନ ମହାପାତ୍ର, ସୁଦାମ ସ୍ବାଇଁ,ତର୍ପଣ ଶତପଥୀ, ମାନସି ବାରିକ, ସୋନାଲି ସୁପ୍ରଭା ସାହୁ, ସୁଶୀଲ କୁମାର ଦାଶ, ପ୍ରଦୀପ୍ତ ସୁନ୍ଦର ନାୟକ, ଶୁଭମ ମହାପାତ୍ର, ସୌମ୍ଯ ରଞ୍ଜନ ରାୟ, ଅଜୟ କୁମାର ସ୍ବାଇଁ, ସମ୍ପଦ ପଲେଇ, ସୌମ୍ଯଶ୍ରୀ ପଣ୍ଡା, ବିଶ୍ବଜିତ ବାରିକ, କାଳୁଚରଣ ଛୁଆଳ ସିଂ, ପ୍ରତ୍ଯୁଷ ପରିଜା, ସୌମ୍ଯ ରଞ୍ଜନ ସାହୁ, ପ୍ଯାରେଶ ପାତ୍ର , ସମରେନ୍ଦ୍ର ମହାପାତ୍ର, ରାଜେନ୍ଦ୍ର ନାୟକ ପ୍ରମୁଖ ରକ୍ତଦାନ ଶିବିର କୁ ପରିଚାଳନା କରିଥିଲେ। ନିହାର ରଞ୍ଜନ ନାୟକ, ପ୍ରଶାନ୍ତ କୁମାର ଦାସ, ଜିତେନ୍ଦ୍ର ମହାନ୍ତି, ଆର୍ତ୍ତତ୍ରାଣ ପଣ୍ଡା, ଲକ୍ଷ୍ମୀଧର ଦାଶ, ଶୁଭ ନାରାୟଣ ନାୟକ, ସରପଂଚ ଶଶଧର ମଲ୍ଲିକ, ପ୍ରଦ୍ୟୁମ୍ନ କିଶୋର ଚୟନୀ, ସରୋଜିନୀ ପରିଜା, ସମିତିସଭ୍ୟ ଦେବୀ ପ୍ରସାଦ ପାଳ, ରଞ୍ଜନ କୁମାର ସାହୁ,ପ୍ରହ୍ଲାଦ ଚରଣ ସାହୁ, ପ୍ରଶାନ୍ତ ଲେଙ୍କା, ଧ୍ରୁବ ଚରଣ ପରିଡା, ଚିତ୍ତ ରଞ୍ଜନ ଦାସ, ସତ୍ଯ ଭୂଷଣ ଦାସ, ବ୍ରଜ କିଶୋର ମଲ୍ଲିକ, ସଞ୍ଜୟ ମହାନ୍ତି, ଦେବୀ ପ୍ରସାଦ ରାଉଳ, ଅନୁସୁୟା ପ୍ରଧାନ, ପ୍ରାଚୀ ଚୟନୀ, ଅହଲ୍ଯା ମହାନ୍ତି, ପ୍ରସନ୍ନ ଲେଙ୍କା, ସମିର କର, ରଶ୍ମି ରଞ୍ଜନ ଦାଶ, ଅମର ପଣ୍ଡା, ସୁଭାସିସ ସ୍ବାଇଁ, ସନ୍ତୋଷ ଶତପଥୀ, ସୁନୀଲ ଆଚାର୍ଯ୍ୟ, ପ୍ରକାଶ ସାସମଲ,ଲଲାଟ କେଶରୀ ମହାପାତ୍ର, ଲକ୍ଷ୍ମୀଧର ମନ୍ତ୍ରୀ, ଭିକି ଶର୍ମା, ନିହାର ରଞ୍ଜନ ଦାସ, ଅଧିକାରୀ ସୁଧାଂଶୁ ଶେଖର, ଜୁବୁ ମହାନ୍ତି, ରବିନ୍ଦ୍ର ମଲ୍ଲିକ, ଆଶିଷ ମଲ୍ଲିକ, ରମାକାନ୍ତ ଦାସ, ସନ୍ତୋଷ ପାତ୍ର,ସୌମ୍ଯ ରଞ୍ଜନ ବାରିକ, ରୂପ ରଞ୍ଜନ ମିଶ୍ର, କ୍ରୀତି ସ୍ବାଇଁ, ସଞ୍ଜିବ ବାରିକ, ସତ୍ଯଜିତ ମହାନ୍ତି, କିଶୋର ପଟ୍ଟନାୟକ, ପ୍ରଶାନ୍ତ ନାଥ, ଦିପୁ ନାଥ, ସୁରେଶ ନାୟକ, ସୁଦର୍ଶନ ମଲ୍ଲିକ , ଦିଲ୍ଲୀପ ବାରିକ, ଦୀପ୍ତି ରଞ୍ଜନ ନାୟକ, ଦୀପକ କୁମାର ମହାନ୍ତି, ଅଧିର ରାଉତ ପ୍ରମୁଖ ଯୋଗଦେଇ ରେକର୍ଡ ସଂଖ୍ଯକ ରକ୍ତଦାନ କରିଥିଲେ। ଏହି ରକ୍ତଦାନା ଶିବିର କୁ ସାଫଲ୍ୟ ମଣ୍ତିତ କରି କିଛି ମାତ୍ରାରେ ରକ୍ତର ଅଭାବ କୁ ଦୂର କରିଥିବାରୁ ସମସ୍ତ ରକ୍ତଦାତା, ଦୁଇ ରେଡକ୍ରସ ଟିମ୍ ର କର୍ମଚାରୀ ଓ ଆଫିନ୍ ଏବଂ ଓଆଇଜି ର ସମସ୍ତ ସ୍ବଚ୍ଛେସେବୀ ମାନଙ୍କୁ ଇଂ ହିମାଂଶୁ ମଲ୍ଲିକ ଓ ଦେବ ପ୍ରସାଦ ନାୟକ କ୍ରୁତଜ୍ଞତା ଜ୍ଞାପନ କରିଛନ୍ତି।

0
0
0
s2sdefault