ହେଡଲାଇନସ୍:

ଅଖିଲ ଭାରତୀୟ ମାରୱାଡି ମହିଳା ସମ୍ମେଳନ (ପଦ୍ମପୁର ଶାଖା ) ଓ ଆମ ଓଡିଶା ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ସ୍ଥାନୀୟ ମାରୱାଡି ଧର୍ମଶାଳା ରେ ଅଖିଲ ଭାରତୀୟ ମାରୱାଡି ମହିଳା ସମ୍ମେଳନ (ପଦ୍ମପୁର ଶାଖା ) ଓ ସମ୍ବାଦ ଆମ ଓଡିଶା ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି l ଏହି ଶିବିରକୁ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ଉପଜିଲ୍ଲାପାଳ ସଦାକର କୁମ୍ଭାର, , ଉପଖଣ୍ଡ ଚିକିତ୍ସା ଅଧିକାରୀ ସରୋଜ ସେଠ୍, ଥାନା ଅଧିକାରୀ ମମତା ନାୟକ, ସମାଜ ସେବୀ ନିରୋଜ ଦୋରା, "ସମ୍ବାଦ" ପ୍ରତିନିଧି ରତ୍ନମଣି ଶତପଥୀ ଅତିଥି ଭାବେ ଯୋଗଦେଇ ଥିଲେ l ପଦ୍ମପୁର ରକ୍ତଭଣ୍ଡାର ତରଫରୁ ଏହି ଶିବିରରେ ୪୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଭାନେତ୍ରୀ କ୍ରିଷ୍ଣା ଅଗ୍ରୱାଲ, ସମ୍ପାଦିକା ଏନି ଅଗ୍ରୱାଲ, କୋଷାଧକ୍ଷା ସଂଗୀତା ଅଗ୍ରୱାଲ, ସଭାପତି ଅମରଦୀପ ଅଗ୍ରୱାଲ, ଗଜାନନ୍ଦ ଅଗ୍ରୱାଲ, ହରିଶଙ୍କର ଅଗ୍ରୱାଲ ଏବଂ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ l

0
0
0
s2sdefault