ହେଡଲାଇନସ୍:

ଅନଲାଇନ ଭତ୍ତା ଆବେଦନରେ ବ୍ୟାପକ ଦୁର୍ନୀତି, ବିନା ତଦନ୍ତରେ ଅଯୋଗ୍ୟଙ୍କର ଭତ୍ତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୮.୦୮.୨୦୨୩/ସୁମନ୍ତ କୁମାର ଦାସ:ଅନଲାଇନି ମାଧ୍ୟମରେ ଭତ୍ତା ଆବେଦନ କରିବାପାଇଁ ସରକାର ଯୋଜନା ପ୍ରଣୟନ କରିବାଦ୍ବାରା ଅଯୋଗ୍ୟ ଲୋକମାନେ ଭତ୍ତା ହାତେଇବାରେ ସୁବିଧା ପାଇଥିବା ଦେଖାଯାଇଛି l ଚଳିତ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଉପଲକ୍ଷେ ସରକାର ନୂତନ ଭାବେ ଭତ୍ତା ହିତାଧିକାରୀ ମାନଙ୍କୁ ବଣ୍ଟନ କରିଛନ୍ତି. ଗରିବ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଓ ଭିନ୍ନକ୍ଷମ ଭତ୍ତା ଯୋଜନାରେ ଗରିବ ଅସହାୟମାନଙ୍କୁ ସହାୟକ ହେବ l ଚଳିତ ବର୍ଷ ଅନଲାଇନି ମାଧ୍ୟମରେ ସ୍ଵଛଳ ବର୍ଗର ଲୋକମାନେ ଭତ୍ତା ଆବେଦନ କରି ଭତ୍ତା ମଧ୍ୟ ପାଇଛନ୍ତି l ଏହି ବ୍ଲକ ଖଇରଙ୍ଗ ଗ୍ରାମପଂଚାୟତରେ ନୂତନ ଭତ୍ତା ବଣ୍ଟନ କରାଯାଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା କନକ ପ୍ରଭା ଲେଙ୍କା ଯୋଗଦେଇଥିଲେ l ସରପଞ୍ଚ ଲିପକ୍ କୁମାର ସାହୁଙ୍କ ସଭା ପତିତ୍ବ ରେ ଭତ୍ତା ବଣ୍ଟନ କରାଯାଇଥିଲା l ଏଥିରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ହିମାଂଶୁ ଭୂଷଣ ନାୟକ, ନାୟବ ସରପଞ୍ଚ ମମତା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ମୋଟ ୪୯ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିବା ଦେଖାଯାଇଥିଲା l ନୂତନ ହିତାଧିକାରୀଙ୍କ ମଧ୍ୟରେ ଜନୈକ ପୂର୍ବତନ ସରପଞ୍ଚ ରହିଥିବାବେଳେ ସ୍ଵଛଳ ବର୍ଗର ପରିବାରବୋଲି ପଂଚାୟତରେ ଆଲୋଚନା ହେଉଛି. ସେହିଭଳି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅଧୀନରେ ଚାକିରୀ କରିଥିବା ପୁଅ ଝିଅଙ୍କ ବାପା ମା ମାନେ ମଧ୍ୟ ଚଳିତ ବର୍ଷ ଭତ୍ତା ହେତେଇବାରେ ସୁବିଧା ପାଇଛନ୍ତି l ସେମାନଙ୍କ ମଧ୍ୟରୁ କେତେକ ଶାସକ ବିଜୁ ଜନତା ଦଳର ପଂଚାୟତ, ବ୍ଲକ ଓ ଜ଼ିଲ୍ଲାସ୍ତରୀୟ ନେତୃବୃନ୍ଦମାନେ ରହିଥିବା ଜଣାପଡିଛି l ଅନଲାଇନି ମାଧ୍ୟମରେ ଭତ୍ତା ପାଇଁ ଆବେଦନ କରାଯାଉଥିବାରୁ ଅଧିକାରୀ ମାନେ ତଦନ୍ତ ପ୍ରତି ଗୁରୁତ୍ୱ ଦେଉନଥିବା ଅଭିଯୋଗ ଉଠୁଛି l ଅନଲାଇନି ମାଧ୍ୟମରେ ଆବେଦନ କରିଥିବା ସମସ୍ତ ହିତାଧିକାରୀ ମାନେ ଭତ୍ତା ହାତେଇ ନେଇଥିବା ଅଭିଯୋଗ ହେଉଛି l ବ୍ଲକ ପ୍ରଶାସନ ପକ୍ଷରୁ ସଠିକଭାବେ ତଦନ୍ତ କରାଗଲେ ପ୍ରକୃତ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ସତ୍ୟତା ପଦାକୁ ଆସିପାରିବବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l କେବେଳ ଖଇରଙ୍ଗ ପଂଚାୟତ ନୁହେଁ ଜଗତସିଂହପୁର ଜ଼ିଲ୍ଲା ର ପ୍ରତେକ ବ୍ଲକର ପଂଚାୟତ ମାନଙ୍କରେ ଶାସକଦଳର କର୍ମୀମାନେ ଅଯୋଗ୍ୟ ଓ ସ୍ଵଛଳ ବର୍ଗର ଲୋକମାନଙ୍କର ଭତ୍ତା କରିଦେଇଥିବା ଜଣାପଡିଛି. ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ କରାଯିବାପାଇଁ ସାଧାରଣରେ ଦାବୀ ହୋଇଛି l ଜଗତସିଂହପୁର ବ୍ଲକରେ ନୂତନ ଭତ୍ତା ହୋଇଥିବା ସମ୍ପର୍କରେ ବ୍ଲକ ସାମାଜିକ ମଙ୍ଗଳ ଅଧିକାରିଣୀ ରୂପରେଖା ସାହୁଙ୍କୁ ଯୋଗାଯୋଗ କରିବାରୁ ମୁଁ ମିଟିଙ୍ଗ ରେ ଅଛି ପରେ କହିବି ବୋଲି କହିଥିଲେ l

0
0
0
s2sdefault