ହେଡଲାଇନସ୍:

ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟାଳୟର ନିରୀକ୍ଷଣ ଓ ସମୀକ୍ଷା -

  • ଜନସେବାର ସଠିକ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ


ସୁବର୍ଣ୍ଣପୁର,(ଆର୍ତ୍ତତ୍ରାଣ ମହାପାତ୍ର): ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସମ୍ବଲପୁର ଡ଼ଃ ସୁରେଶ ଚନ୍ଦ୍ର ଦଳେଇ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ରେ ଆସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସହ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟାଳୟ ର ନିରକ୍ଷଣ କରି ବିଭାଗୀୟ କାର୍ଯ୍ୟକାରିତା ର ସମୀକ୍ଷା କରିଛନ୍ତି l ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ କାର୍ଯ୍ୟାଳୟ କକ୍ଷ ରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ବ ଆୟୁକ୍ତ ଡ଼ଃ ଦଳେଇ ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଜନସାଧାରଣଙ୍କ ନିମନ୍ତେ ଉଦ୍ଧିଷ୍ଟ ଜନସେବା କୁ ତ୍ୱରିତ ପ୍ରଦାନ କରିବା ଓ ବିଭାଗୀୟ ଜନମଙ୍ଗଳସେବାର କାର୍ଯ୍ୟକାରିତାକୁ ଶତ ପ୍ରତିଶତ ସଫଳ କରିବା ଉପରେ ଆବଶ୍ୟକ ନିର୍ଦେଶ ପ୍ରଦାନ କରିଛନ୍ତି l ରାଜସ୍ବ ଆୟୁକ୍ତ ଙ୍କ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ଵିମଳେନ୍ଦୁ ରାୟ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଉପଜିଲ୍ଲାପାଳ ସୋନପୁର ଡ଼ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ବୀରମହାରାଜପୁର ଶ୍ରୀ ଅଶୋକ ଭୋଇ, ତଥା ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l

0
0
0
s2sdefault