ଜୁନାଗଡ଼ /କଳାହାଣ୍ଡି ରୁ ଆଦିତ୍ୟ ପ୍ରସାଦ ମହାନ୍ତି :ଆଜି ଜୁନାଗଡ଼ ସ୍ଥିତ ସଂସ୍କୃତି ଭବନ ଠାରେ ଓଡିଶା ସରକାର ଙ୍କ ନିର୍ଦେଶ କ୍ରମେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ର ସହାୟତା ବଣ୍ଟନ ଅନୁଷ୍ଠିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବ୍ଲକ ଅଧକ୍ଷl ଶ୍ରୀମତୀ ସବିତା ମେହେର ଓ ଜୁନାଗଡ଼ ଏନ୍ ଏ ସି ଅଧ୍ୟକ୍ଷ ଶ୍ରୀ ମୁକେଶ ଅଗ୍ରୱାଲ,ଭବାନୀପାଟଣା ଡିସିସି ବ୍ୟାଙ୍କ ଅଧକ୍ଷ ଶ୍ରୀ ଗିରିଶ ବେହେରା, ଶ୍ରମିକ ନେତା ବିରଞ୍ଚି ପଣ୍ଡା, କଳାହାଣ୍ଡି ଶ୍ରମିକ ସଂଗଠନ ସଭାପତି ଶିଶିର ପଟ୍ଟନାୟକ ଉପସ୍ଥିତ ଥିଲେ l ଜ଼ିଲ୍ଲା ପ୍ରଶାସନ ସହଯୋଗ ରେ ଜ଼ିଲ୍ଲା ଶ୍ରମ ବିଭାଗ ତରଫରୁ ନିର୍ମାଣ ଶ୍ରମିକ ଙ୍କୁ ବିଭିନ୍ନ ସହାୟତା ରାଶି ବଣ୍ଟନ କରାଯାଇଥିଲା l ଯଥାଶିକ୍ଷା ସହାୟତା ପାଇଁ 76 ଜଣ ହିତାଧିକାରୀ ଙ୍କୁ 63ଲକ୍ଷ 84 ହଜାର 400 ଙ୍କା ଓ ବିବାହ ସହାୟତା ବାବଦ କୁ 41 ଜଣ କୁ ହିତାଧିକାରୀ ଙ୍କୁ 20 ଲକ୍ଷ ଟଙ୍କା, ପ୍ରସୂତିକାଳୀନ ସହାୟତା ପାଇଁ 5 ଜଣ ହିତାଧିକାରୀ ଙ୍କୁ 50000 ଟଙ୍କା ଏବଂ ମୃତ୍ୟୁ ସହାୟତା ବାବଦ କୁ 36 ଜଣ ହିତାଧିକାରୀ ଙ୍କୁ 71 ଲକ୍ଷ ଟଙ୍କା ଓ ଅନ୍ତେଷ୍ଟି କ୍ରିୟା ପାଇଁ 150000 ଟଙ୍କା ଓ ସର୍ବ ମୋଟ 99ଲକ୍ଷ 38 ହଜାର 400 ଟଙ୍କା ନିର୍ମାଣ ଶ୍ରମିକ ହିତାଧିକାରୀ ଙ୍କୁ ଅତିଥି ଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା l ନୂତନଭାବେ ପଞ୍ଜିକୃତ ନିର୍ମାଣ ଶ୍ରମିକ ଙ୍କୁ ନିର୍ମାଣ ଶ୍ରମିକ କାର୍ଡ଼ ପ୍ରଦାନ କରାଯାଇଥିଲା lଉକ୍ତ କାର୍ଯ୍ୟକ୍ରମ ରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ନରେନ୍ଦ୍ର ରାଇକା, ଜ଼ିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁବାଷ ଚନ୍ଦ୍ର ମଣ୍ଡଳ, ସହ ଶ୍ରମ ଅଧିକାରୀ ଶ୍ରୀ ଜିତମ ମାଝୀ ଓ ଶ୍ରମ କାର୍ଯ୍ୟାଳୟ ର କର୍ମଚାରୀ ସହ ସମସ୍ତ ଶ୍ରମିକ ସଂଗଠନ ଉପସ୍ଥିତି ଥିଲେ
ରାଜ୍ୟ
ଜୁନାଗଡ଼ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ l
- Hits: 260








