ହେଡଲାଇନସ୍:

ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ନିଶ୍ଚିନ୍ତକୋଇଲି ବ୍ଲକ ଘେରାଉ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ମାହାଙ୍ଗା ବରିଷ୍ଟ କଂଗ୍ରେସ ନେତା ଦେବେନ୍ଦ୍ର ସାହୁ ଙ୍କ ନେତୃତ୍ୱ ରେ ନିଶ୍ଚିନ୍ତକୋଇଲି ବ୍ଲକ ଘେରାଉ କରାଯାଇଛି । ରାଜ୍ୟରେ ବିଭିନ୍ନ ବ୍ଲକ ଅଫିସ ମାନଙ୍କରେ ବ୍ୟାପକ ପି.ସି. କାରବାର ,ଆବାସ ଯୋଜନା ରେ ଦୁର୍ନୀତି, ଦରଦାମ ବୃଦ୍ଧି , ବେକାରୀ ସମସ୍ୟା , ନାରୀ ନିର୍ଯାତନା , ଚାଷୀମାରଣ ନୀତି , ଟାଟା କମ୍ପାନୀ କୁ ବିଜୁଳି ବିକି ଉପୋଭକ୍ତା ମାନଙ୍କୁ ଶୋଷଣ ଏବଂ ଏହିପରି ୨୩ ଦଫା ଦାବି ପ୍ରସଙ୍ଗ ରେ ବ୍ଲକ ଅଫିସ ଆଗରେ ଧାରଣା ଦେବା ସହିତ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ମାନ୍ୟବର ମହାମହିମ ରାଜ୍ୟପାଳ ଙ୍କ ଉଦ୍ଧେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ବ୍ଲକ କଂଗ୍ରେସ ସଭାପତି ରମାକାନ୍ତ ବେହେରା, ଆଇନଜିବି ଭାସ୍କର ବେହେରା,ବ୍ଲକ ଯୁବ ସଭାପତି ଅଜୟ ସେଠୀ , ହୃଦାନନ୍ଦ ରାଉତ,ସମୀର ସାହୁ, ଭରତ ଚନ୍ଦ୍ର ବେହେରା,ଶରତ ଚନ୍ଦ୍ର ସ୍ୱାଇଁ ଙ୍କ ସମେତ ଶତାଧିକ କର୍ମୀ ମାନେ ଯୋଗ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇଥିଲେ।

0
0
0
s2sdefault