ହେଡଲାଇନସ୍:

ନବରଙ୍ଗପୁରରେ ସଦଭାବନା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନବରଙ୍ଗପୁର/ଅଶୋକ ସାହୁ; ନବରଙ୍ଗପୁର ଜିଳ୍ଲାପାଳ ଙ୍କ ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ସଦଭାବନା ଦିବସ ପାଳନ ଅବସରରେ ଶପଥ ପାଠ ଉଚ୍ଛବ ପାଳନ ହୋଇଯାଇଛି। ଜିଲ୍ଲାପାଳ ଡଃ ମିଶ୍ର, ଜାତି ସମ୍ପ୍ରଦାୟ କ୍ଷେତ୍ର, ଧର୍ମ ଅଥବା ଭାଷା ଭିତ୍ତିକ ଭେଦଭାବ, ହିଂସା ର ସାହଯ୍ୟ ବିନା ସବୁ ପ୍ରକାର ମତଭେଦ କଥାବାର୍ତ୍ତା ଏବଂ ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ ସମାଧାନ କରିବା ପାଇଁ ଭାରତ ବାସୀଙ୍କ ଭାବନାତ୍ମକ ଏକତା ଏବଂ ସଦଭାବନା ନିମନ୍ତେ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଙ୍କୁ ଶପଥ ପାଠ କରାଇଥିଲେ।

ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ନବରଙ୍ଗପୁର ମହେଶ୍ବର ନାୟକ ଏବଂ ନବୀନ ଚନ୍ଦ୍ର ନାୟକ, ଡେପୁଟି ଜିଲ୍ଲାପାଳ ନିର୍ମଳ ନାୟକ, ମନସ୍ମିତା ପି, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜି ଭି venket ରେଡି, ସହକାରୀ କୃଷି ନିର୍ଦ୍ଦେଶକ କମଳ ଲୋଚନ ନାୟକ, ସୌଭାଗ୍ୟ ନାୟକ, ପ୍ରକାଶ ବାରିକ, ଶିଶିର ପଣ୍ଡା, ଓଡିଶା ଭି କ୍ରିଷ୍ଣା ବେଣୀ, ରାଜସ୍ଵ ଅମଲା ସଂଘର ସଭାପତି ତ୍ରିପତି ବାଲାଜୀ ସାହୁ, ନରେନ୍ଦ୍ର ସାହୁ,ପାର୍ବତୀ ନାୟକ, ଦାନବୀର ଜଗତ, ପ୍ରଫୁଲ୍ଲ ପାତ୍ର,ସୁରେଶ ପଟନାୟକ, ବିଜୟ ସାହୁ, କବିତା ବ୍ରହ୍ମା ,ତୃପ୍ତି ପଟ୍ଟନାୟକ, ଚିତ୍ତରଞ୍ଜନ ପାତ୍ର, ଧନୁର୍ଯୟ ପୂଜାରୀ, ଅରୁଣ କୁମାର ବେହେରା, ପିରାମିଲ foundation ର ସାୟୁ ସିହ୍ନା, ନ୍ୟାୟସିଲ , ଦେବବ୍ରତ ଆଚାର୍ଯ୍ୟ ଙ୍କ ସହିତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

0
0
0
s2sdefault