ବ୍ଲକ ଅଫିସ ମାନଙ୍କର ବିଭିନ୍ନ ଦୁର୍ନୀତି କୁ ବିରୋଧ କରି, ଭଞ୍ଜନଗର କଂଗ୍ରେସ କମିଟି ପକ୍ଷରୁ ବ୍ଲକ୍ ଘେରାଉ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର (ଉଦୟନାଥ ପଣ୍ଡା): ଆଜି ଅଗଷ୍ଟ ମାସ ୧୮ ତାରିଖ ରେ, ଭାରତୀୟ ଜାତୀୟ କଂଗ୍ରେସ ର ଆବାହନ ରେ ସମଗ୍ର ଓଡ଼ିଶାରେ ଥିବା ବିଭିନ୍ନ ବ୍ଲକ, ଆଗରେ କଂଗ୍ରେସ କର୍ମୀମାନେ ଘେରାଉ କରିଥିଲେ। ଏହି ପରିପ୍ରେକ୍ଷୀ ରେ ଆଜି ଦିବା ୧୧ ଘଣ୍ଟିକା ସମୟରେ ଗଞ୍ଜାମ ଜିଲ୍ଲା,ଭଞ୍ଜନଗର ବ୍ଲକ ର ବହୁ କର୍ମୀ ମାନେ ଭଞ୍ଜନଗର ବ୍ଲକ ଅଫିସ ଆଗରେ ବିକ୍ଷୋଭ କରିବା ସହ ବି.ଡି.ଓ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଦୁର୍ନୀତିଗ୍ରସ୍ତ କେନ୍ଦ୍ର ଓ ରାଜ୍ୟ ସରକାର, ଯେପରି ଭାବେ ବିଭିନ୍ନ ଅଫିସ ମାନଙ୍କରେ ପିସି କାରବାର ଚଳାଇ ଛନ୍ତି,ସେଥିରୁ ନିବୃତ ରହିବାକୁ , ଜାତୀୟ କଂଗ୍ରେସ ଚେତାବନୀ ଦେଇ କହିଛନ୍ତି। ଆଗାମୀ ଦିନରେ ଏହି ଆନ୍ଦୋଳନ ବିଭିନ୍ନ ପଞ୍ଚାୟତ ରେ ତୀବ୍ର ହେବ ବୋଲି ବରିଷ୍ଠ କଂଗ୍ରେସ କର୍ମୀମାନେ ପ୍ରକାଶ କରିଥିଲେ।

ଅନ୍ୟପକ୍ଷରେ ବ୍ଲକ ଅଫିସ ମାନଙ୍କରେ ବ୍ୟାପକ ପିସି କାରବାର,ଆବାସ ଯୋଜନାରେ ଦୁର୍ନୀତି,ଦରଦାମ ବୃଦ୍ଧି, ନାରୀ ନିର୍ଯାତନା,ଚାଷୀ ମାରଣ ନୀତି, ଟାଟା କମ୍ପାନୀରେ ଖାଉଟି ବିରୋଧୀ ନୀତି ବିରୁଦ୍ଧରେ ଆଜି ଭଞ୍ଜନଗର କଂଗ୍ରେସ ପରିବାର ତରଫରୁ ଭଞ୍ଜନଗର ବ୍ଲକ ଓ ଜଗନ୍ନାଥ ପ୍ରସାଦ ବ୍ଲକ ଘେରାଉ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ପିସିସି ସମ୍ପାଦକ ସୁକାନ୍ତ କୁମାର ଦିଗାଲ, ପିସିସି ସଭ୍ୟ ଦେବି ବିଶୋଇ, ଜିଲ୍ଲା ସମ୍ପାଦକ ଜବାହାରଲାଲ ସାହୁ ଓ ନାରାୟଣ ସେଠି, ଜଗନ୍ନାଥପ୍ରସାଦ ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ,ବେଲଗୁଣ୍ଠା ଟାଉନ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ,ଯୁବ ସଭାପତି ସନ୍ତୋଷ କୁମାର ପ୍ରଧାନ, ଛାତ୍ର ସଭାପତି ବିନାୟକ ପାଣିଗ୍ରାହୀ,ଯୁବ ନେତା ଗିରୀଜା ଶଙ୍କର ଭୂଇଁଆ, ସହସ୍ରାଂଶୁ ରାଉତ,ବିକ୍ରମ ବିଶୋଇ, ଭାସ୍କର ପତି, ସନ୍ତୋଷ ଗୌଡ଼,, ସିମାଞ୍ଚଳ ବିଶୋଇ ଓ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ.

0
0
0
s2sdefault