ଉପଜିଲ୍ଲାପାଳ କାର୍ଯ୍ଯାଳୟରେ ସଦ୍-ଭାବନା ଦିବସ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ଭାରତ ଦେଶକୁ ପ୍ରଗତି ପଥରେ ଆଗେଇ ନେବାପାଇଁ ସମସ୍ତ ଦେଶବାସୀଙ୍କ ମଧ୍ଯରେ ସଦ୍ ଭାବନା ଜରୁରୀ। ସେଇ ମହୋତ୍ତର ଲକ୍ଷ୍ଯ ନେଇ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ସଦ୍-ଭାବନା ଦିବସ ପାଳିତ ହୋଇଛି । ଉପଜିଲ୍ଲାପାଳ ସଦାକର କୁମ୍ଭାରଙ୍କ ପୌରୋହିତ୍ଯରେ ସମସ୍ତ ଅଧିକାରୀ ଓ କର୍ମଚାରୀ ସଦ୍-ଭାବନା ସଂକଳ୍ପ ନେଇଛନ୍ତି।
ଭାରତର ଷଷ୍ଠ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀକୁ ଦେଶରେ ପ୍ରତିବର୍ଷ ଅଗଷ୍ଟ ୨୦ ରେ ସଦଭାବନା ଦିବସ ବା ହାରମୋନି ଦିବସ ଭାବରେ ପାଳନ କରାଯାଏ । ମାତ୍ର ଏହି ବର୍ଷ ଅଗଷ୍ଟ ୨୦ ରବିବାର ପଡୁଥିବାରୁ ସରକାରୀ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୧୮ରେ ଏହା ପାଳିତ ହୋଇଛି। ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ସଦ୍-ଭାବନା ଦିବସ ଉପଲକ୍ଷେ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପଜିଲ୍ଲାପାଳ ସଦାକର କୁମ୍ଭାରଙ୍କ ପୌରୋହିତ୍ଯରେ ସଦ୍ଭାବନା ସଂକଳ୍ପ ନେଇଛନ୍ତି। ଦେଶର ସମସ୍ତ ଧର୍ମ, ଜାତି, ସଂପ୍ରଦାୟ, କ୍ଷେତ୍ର, ଭାଷା ମଧ୍ୟରେ ଶାନ୍ତି, ଜାତୀୟ ଏକୀକରଣ ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହା ଉତ୍ସର୍ଗୀକୃତ । ଉକ୍ତ ଭାବନାରେ ଉଦ୍ବୃଦ୍ଧ ହୋଇ ପଦ୍ମପୁର ଉପଖଣ୍ଡର ସମସ୍ତ ନାଗରିକଙ୍କ ସେବାରେ ନିଜକୁ ସମର୍ପି ଦେବାପାଇଁ ଶ୍ରୀ କୁମ୍ଭାର ସମସ୍ତଙ୍କୁ ଉତ୍ସାହିତ କରିଛନ୍ତି । ଏହା ସହ ସମସ୍ତ ବିଭାଗ ପକ୍ଷରୁ ଯେପରି ସମସ୍ତ ନାଗରିକଙ୍କୁ ଉଚିତ ଭାବରେ ସରକାରୀ ସେବା ମାନ ଯୋଗାଇ ଦିଆଯିବ ସେଥିପ୍ରତି ଯତ୍ନବାନ ହେବାପାଇ ଉପଜିଲ୍ଲାପାଳ ତାଗିଦ୍ କରିଛନ୍ତି ।

0
0
0
s2sdefault