ବାଲେଶ୍ଵର, ସିମୁଳିଆ (ଅକ୍ଷୟ କୁମାର ଜେନା): ଦୀର୍ଘ ଅଠର ବର୍ଷ ଧରି ସେବା ଯୋଗାଇ ଦେଇ ଆସୁଥିବା ବେସରକାରି ମଇତାପୁର ହସ୍ପିଟାଲ ରେ ଏକୋଇଶି ଜଣ ସଦସ୍ୟ ଙ୍କୁ ନେ଼ଇ ଏକ ନୂତନ କମିଟି ଗଠନ କରାଯାଇଛି। ଉଣେଇଶଶହ ପଞ୍ଚାଲବେ ମସିହା ରେ ଶିଳ୍ପ ପତି ପି ଏନ ଚୁଡି ୱାଲ ଏବଂ ସ୍ଥାନୀୟ ହିତେଶୁ ଏକ ହସ୍ପିଟାଲ କରିବା ସ୍ବପ୍ନ ନେଇ ଏକ ହସ୍ପିଟାଲ୍ ଗୃହ ନିର୍ମାଣ କରିଥିଲେ। ଦୂର୍ଯୋଗ ବସତ ସରକାର ଙ୍କ ଦୃଷ୍ଟି ଏହି ଅଞ୍ଚଳ କିମ୍ବା ଏହି ହସ୍ପିଟାଲ୍ ଉପରେ ପଡ଼ି ନ ଥିଲା। ଲୋକେ ସ୍ବାସ୍ଥ୍ୟ ସେବା ଟିକକ ପାଇବା ପାଇଁ ଭଦ୍ରକ, ମର୍କୋଣା ଏସବୁ ଯାଗାରେ ବହୁ ହଇରାଣ ହରକତ ହୋଇଥିଲେ। ଦୁଇ ହଜାର ଛ ମସିହା ରେ ସ୍ବର୍ଗତ ମୁକୁନ୍ଦ ମହାନ୍ତି ଏବଂ ହସ୍ପିଟାଲ୍ କମିଟି ର ଅନେକ ମେମ୍ବର ଲୋକ ମାନଙ୍କ କଷ୍ଟ କୁ ଲାଘବ କରିବା ପାଇଁ ଏ ଅଞ୍ଚଳ ର ସମାଜସେବୀ ଶିକ୍ଷାବିତ୍ ଶ୍ରୀଯୁକ୍ତ ବିଷ୍ଣୁ ମୋହନ ମହାନ୍ତି ହସ୍ପିଟାଲ୍ ଟି ର ଦାୟିତ୍ଵ ନେବା ପାଇଁ ବାରମ୍ବାର ବାଧ୍ୟ କରିଥିଲେ। ଜଣେ ସଚ୍ଚୋଟ ପରୋପକାରୀ ମଣିଷ ଭାବେ ସେତେ ବେଳେ ଏଯାବତ୍ ଶ୍ରୀ ମହାନ୍ତି ଅନେକ ସାମାଜିକ କାର୍ଯ୍ୟ ରେ ଜଡିତ ରହି ସାରା ଓଡିଶା ରେ ବେଶ ନାମ କମାଇ ପାରିଛନ୍ତି। ତେଣୁ ଗାଁ କୁ ଭଲ ପାଉଥିବା ନିଆରା ମଣିଷ ଶ୍ରୀ ମହାନ୍ତି ଗାଁ ର ଦୁଃଖ ଦୂର କରିବା ପାଇଁ ଦୁଇ ହଜାର ଛ ଅକ୍ଟୋବର ଦୁଇ ତାରିଖରେ ହସ୍ପିଟାଲ୍ ଟିକୁ ପୂର୍ଣ୍ଣାଙ୍ଗ ରୂପ ଦେଲେ। ଦୁଇ ଜଣ ଡାକ୍ତର ଜଣେ ଫାର୍ମାସିଷ୍ଟ, ଜଣେ ନର୍ସ ଏବଂ ଜଣେ ସଫେଇ କର୍ମଚାରୀ ଏବଂ ଜଣେ ରାତ୍ର ଜଗୁଆଳି କୁ ନେଇ ନୂଆ କରି ହୋଇ ଥିବା ହସ୍ପିଟାଲ୍ ଟି ଏଯାବତ୍ ଦୀର୍ଘ ଅଠର ବର୍ଷ ଧରି ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଛି। ଏବେ ଡାକ୍ତର ନ ଥିଲେ ମଧ୍ୟ ସ୍ୱଳ୍ପ କର୍ମଚାରୀ ରେ ସୁରୁଖୁରୁରେ ଆଗେଇ ଚାଲି ଥିବା ହସ୍ପିଟାଲ୍ ଟି ସେତେବେଳେ କର୍ମଚାରୀ ରହିବା ପାଇଁ ତିନୋଟି ଘର। ହସ୍ପିଟାଲ୍ ପାଇଁ ଆଧୁନିକ ଉପକରଣ ଚାରୋଟି ବେଡ ଭୂତ୍ କୋଠୀ ହୋଇ ମାଟି ରେ ମିଶିବାକୁ ବସିଥିବା ପୁରୁଣା ଘର ଟିକୁ ପୁନରୁଦ୍ଧାର କରି ଅଭିଜ୍ଞ କର୍ମଚାରୀ ଙ୍କ ସେବା ଯୋଗୁଁ ମ ଇ ତା ପୁର ବାସି ଙ୍କ ଉଦ୍ଦେଶ୍ୟ ରେ ହୋଇଥିବା ହସ୍ପିଟାଲ୍ ଅନେକ ଆଖପାଖ ଅଞ୍ଚଳ ର ଲକ୍ଷାଧିକ ରୋଗୀ ମଧ୍ୟ ଏହି ସେବା ଭରପୁର ନେବା ପରିଲିଖିତ ହୋଇ ଆସୁଛି। ଶ୍ରୀ ମହାନ୍ତି ଙ୍କ ତତ୍ବାବଧାନରେ ଶ୍ରୁଖଳିତ ପରିଚାଳିତ ହସ୍ପିଟାଲ୍ ଟି ଏବେ ସରକାର ଙ୍କ ଫାଇଭ ଟି କୁ ନେବାକୁ ଅଂଚଳ ବାସି ଦାବି ଜଣାଇଥିବା ବେଳେ। ଫାଇଭ ଟି ରୁ ସ୍ଵତନ୍ତ୍ର ଟିମ ମଧ୍ୟ ହସ୍ପିଟାଲ୍ ଟିକୁ ପରିଦର୍ଶନ ରେ ଆସି ଆଗାମୀ ଦିନ ରେ ସରକାରୀ ଡାକ୍ତର ଖାନା ହେବା ସ୍ବପ୍ନ ସାକାର ହେବାକୁ ଆଉ ଦୁଇ ପାଦ ବାକି ରହି ଅଛି। ସରକାରୀ ହେବାକୁ ନେଇ ଶ୍ରୀ ମହାନ୍ତି ଖୁସି ବ୍ୟକ୍ତ କରିବା ସହ ନିଷ୍କ୍ରିୟ ପୁରୁଣା କମିଟି କୁ ବାଦ ଦେଇ ସର୍ବଦଳ ନିର୍ବିଶେଷରେ ଏକ ନୂତନ କମିଟି ଗଠନ କରି ଛନ୍ତି। କମିଟି ର ଲକ୍ଷ ଆଗକୁ କେମିତି ଯଥା ଶୀଘ୍ର ଡାକ୍ତର ଖନା ଟି ସରକାରୀ ହେବ। ଏବଂ ଏବେ କେମିତି ଆସୁଥିବା ରୋଗୀ ଆଉ ଟିକେ ଅଧିକ ସେବା ପାଇବା ସହ ଆଉ କଣ ହସ୍ପିଟାଲ୍ ର ଉନ୍ନତି ହେବ ସେ ବାବଦ ରେ ତର୍ଜମା କରିବା। ଶ୍ରୀ ମହାନ୍ତି ଙ୍କ ଚିନ୍ତା ଧାରା ଆଉ ଦୀର୍ଘ ଅଠର ବର୍ଷ ଧରି ତାଙ୍କ ଦାନ ରେ ଚାଲୁଥିବା ହସ୍ପିଟାଲ୍ ଟି ସରକାରୀ ହେଲେ ଅନେକ ଭଲ ହୁଅନ୍ତା ବୋଲି ବୁଦ୍ଧିଜୀବୀ ଙ୍କ ମତ।












