ପାଇକମାଲ ପୋଲିସ ର ବଡ଼ ସଫଳତା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 

ତିନି ଆନ୍ତଃରାଜ୍ୟ ଗାଡି ଚୋର ସହିତ ଚାରି ଗୋଟି ଚୋରି ଗାଡି ଉଦ୍ଧାର

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ମଣ୍ଡିଆଢିପା ଗ୍ରାମ ପଞ୍ଚାୟତ ର ମୁଣ୍ଡେଲା ଗ୍ରାମ ନିକଟରୁ ଦୁଇ ଚୋରକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ପାଇକମାଳ ପୋଲିସ । ପାଇକମାଳ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢ଼େଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲେ ଯେ ଦୁଇ ଜଣ ଯୁବକ ମୁଣ୍ଡେଲା ଗ୍ରାମ ପାଖରେ କିଛି ଚୋରି କରିବା ପାଇଁ ଯୋଜନା କରୁଛନ୍ତି ବୋଲି । ଥାନା ଅଧିକାରୀ ଙ୍କର ନିର୍ଦେଶ କ୍ରମେ ପାଇକମାଳ ପୋଲିସ ସଙ୍ଗେ ସଙ୍ଗେ ଯାଇ ଗଣପତି ଡନସନା ବୟସ 28 ବର୍ଷ ପିତା ସୁରେଶ ଡନସନା ଓ ବିଷ୍ଣୁ ଡନସନା ବୟସ 20 ବର୍ଷ ପିତା ବଜାରୁ ଡନସନା ନାମକ ଦୁଇ ଯୁବକ କୁ ଗିରଫ କରିଥିଲା । ଏହି ଉଭୟ ଯୁବକ , ଜିଲ୍ଲା/ଥାନା ନୂଆପଡା ଗ୍ରାମ ମହୁଲଭଟା ର ନିବାସୀ ବୋଲି ଜଣା ପଡିଛି । ତଦନ୍ତ ସମୟରେ ଜଣାପଡିଥିଲା ସେମାନେ ବିଭିନ୍ନ ସ୍ଥାନରେ ଆଗରୁ ଚୋରି କରିଛନ୍ତି । ଅଭିଯୁକ୍ତ ମାନଙ୍କ ନିକଟରୁ ମିଳିଥିବା ସୂଚନା କୁ ଆଧାର କରି , ପରେ ପାଇକମାଳ ପୋଲିସ ପଡୋଶୀ ନୂଆପଡ଼ା ଓ ଛତିଶଗଡ଼ ର ମହାସମୁଦ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚଢ଼ାଉ କରି ଏକ ନମ୍ବର ବିହୀନ ସୋନାଲିକା ଟ୍ରାକ୍ଟର , ଏକ ଟାଟା ଏସ ମେଗା ଏକ୍ସସେଲ ଯାହାର ଗାଡ଼ି ସାଂଖ୍ୟ CG -06-GM-9123 , ଏକ ୟମା R15 ବାଇକ ଯାହାର ଗାଡ଼ି ସାଂଖ୍ୟ OD-26-F-6271, ଏକ ବଜାଜ ଡିକୋଭର ବାଇକ ଯାହାର ଗାଡ଼ି ସାଂଖ୍ୟ OD-26-0597 ଓ ଏକ ଲୁହା କଲ୍ଟିଭଟର ଜବତ କରିବାରେ ସଫଳ ହୋଇଛି ପାଇକମାଳ ପୋଲିସ । ଏନେଇ ପାଇକମାଳ ଥାନାରେ କେଶ ସାଂଖ୍ୟ 190/2023 ଧାରା 379,411, 34 ଆଇପିସି ଅନୁଯାୟୀ ଏକ ମାମଲା ରୁଜୁ ହେବା ସହ ଅଧିକ ତଦନ୍ତ ଜରିରହିଛି ଏବଂ ଦୁଇ ଚୋରକୁ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ପାଇକମାଳ ଥାନା ଅଧିକାରୀ ସୁଶାନ୍ତ କୁମାର ବଢେଇ ।

0
0
0
s2sdefault