ଜିଲ୍ଲାସ୍ତରୀୟ "ଦିଶା" ତଥା ଜିଲ୍ଲା ଉନ୍ନୟନ ତଦାରଖ ଓ ସଂଯୋଜନା କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ 'ଦିଶା' ତଥା ଜିଲ୍ଲା ଉନ୍ନୟନ ତଦାରଖ ଓ ସଂଯୋଜନା କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 'ଦିଶା' କମିଟିର ଅଧ୍ୟକ୍ଷ ତଥା ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଏହି ବୈଠକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଗଠନ ମୂଳକ ବିଷୟ ଉପରେ ଆଲୋଚନା କରାଯାଇ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି , ସେ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଅଧିକ ଯତ୍ନବାନ ସହ କାର୍ଯ୍ୟ କରି ଜିଲ୍ଲାର ପ୍ରଗତି ପଥକୁ ଆଗେଇ ନେବାରେ ସହାୟକ ହେବା ପାଇଁ ପରାମର୍ଶ ଦେଇଥିଲେ।
କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଯେଉଁ କାର୍ଯ୍ୟକାରୀ ହେଉଛି , ସେହି ଯୋଜନା କାର୍ଯ୍ୟକ୍ରମ ଗୁଡ଼ିକର ଅଗ୍ରଗତି କେତେ ଦୂର ହୋଇଛି , କେଉଁ ଯୋଜନା ପାଇଁ କେତେ ଅର୍ଥ ଆସିଛି , କେତେ ଖର୍ଚ୍ଚ ହୋଇଛି , ଆଉ କଣ ଆବଶ୍ୟକ ଏ ସବୁକୁ ନେଇ ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା ସମେତ ଗାଇଡ ଲାଇନ୍ ପ୍ରକାରେ ଯେଉଁ ନିର୍ବାଚିତ ପ୍ରତିନିଧି ମାନେ ଅଛନ୍ତି ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀ ଏ ସମସ୍ତଙ୍କୁ ନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା।
ମୁଖ୍ୟତଃ ପିଇବା ପାଣି , ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା , ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ସ୍ୱାସ୍ଥ୍ୟ ଏବଂ ଉଦ୍ୟାନ କୃଷି ମିଶନ ଉପରେ ଅଧିକ ଆଲୋଚନା କରାଯାଇ ଏ ଦିଗରେ ଆହୁରି ଅଧିକ ବ୍ୟବସ୍ଥା କିଭଳି କରା ଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା 'ଦିଶ' କମିଟିର ମେମ୍ବର ସେକ୍ରେଟାରୀ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ବୈଠକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଗୁଣନିଧି ନାୟକ ବୈଠକର କାର୍ଯ୍ୟସୂଚୀ ପ୍ରକାରେ ବିଭିନ୍ନ ଯୋଜନା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ଅନୁମତି ନେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ.ନାରାୟଣ ରାଓ , ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି.ତିରୁପତି ରାଓ ଏବଂ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ଅଧିକାରୀ ଶ୍ରୀମତୀ ମୋରିଅମ୍ ରଇତ ପ୍ରମୁଖ ମଞ୍ଚାସୀନ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକର ବ୍ଲକ ଅଧ୍ୟକ୍ଷ /ଅଧ୍ୟକ୍ଷାଙ୍କ ସମେତ ବହୁ ସଂଖ୍ୟାରେ ସଂପୃକ୍ତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇ ବିଭିନ୍ନ ଆଲୋଚନା ମାନଙ୍କରେ ଅଂଶଗ୍ରହଣ କରି ଯୋଜନା କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ଅବଗତ କରାଇଥିଲେ।

0
0
0
s2sdefault