ଜଗତସିଂହପୁରରେ "ମୋ ମାଟି ମୋ ଦେଶ" କାର୍ଯ୍ଯକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଗତସିଂହପୁର,ତା-୧୭.୦୮.୨୦୨୩/ସୁମନ୍ତ କୁମାର ଦାସ:ଜଗତସିଂହପୁରସ୍ଥିତ ଆଦିକବି ଶାରଳା ଦାସ ସଂସୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମ ରେ ଜଗତସିଂହପୁର ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳରୁ ସରକାରୀ ଅଧିକାରୀ ମାନେ ସୁସଜ୍ଜିତ କଳସରେ ପରିପୂର୍ଣ୍ଣ ମାଟି ଆଣି ସ୍ଥାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ କରାଯାଇଥିବା ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମାଟିକୁ ପୁଜାର୍ଚ୍ଚନା କରାଯିବ ସହ ବିଭିନ୍ନ ବ୍ଲକ୍ ଓ ପୌରାଞ୍ଚଳରୁ ମାଟି ସଂଗ୍ରହ କରି ଆଣିଥିବା ପ୍ରଶାସନିକ ଅଧିକାରୀଙ୍କୁ ସ୍ଵତନ୍ତ୍ର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ମାଟିକୁ ସଂଗ୍ରହ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାପରିଷଦ କାର୍ଯ୍ୟାଳୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରୁଦ୍ରନାରାୟଣ ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ,ଜିଲ୍ଲା ସଂସ୍କୃତି ବିଭାଗର କର୍ମଚାରୀ ନଳିନୀ କାନ୍ତ ସାହୁ , ରାଧା ମୋହନ ଜେନା, ପରିବେଶବିତ୍ ଉତ୍କଳ ରଞ୍ଜନ ମହାନ୍ତି ନେହେରୁ ଯୁବକେନ୍ଦ୍ରର ପବିତ୍ର ମୋହନ ସୁବୁଦ୍ଧି, ସ୍ଵେଚ୍ଛାସେବୀ ତପନ କୁମାର ବେହେରା, ମନୋଜ ନାୟକ, ରାଜଲକ୍ଷ୍ମୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

0
0
0
s2sdefault