ଜୁନାଗଡ଼/ଆଦିତ୍ୟ ମହାନ୍ତି: ପଲାସ ସରପଞ୍ଚ ତଥା ବରିଷ୍ଠ ସାମ୍ବାଦିକ ପ୍ରଭାକର ସେଠି ବିଜେଡିରେ ସାମିଲ ହୋଇଛନ୍ତି ।ଶ୍ରୀ ସେଠି ତୁଙ୍ଗ ନେତାଙ୍କ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପଲାସ ଗ୍ରାମ ପଞ୍ଚାୟତର ବିକାଶଧାରାକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ,ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ପ୍ରଣବ ବଳବନ୍ତରାୟ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ,ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହ ଦେଓ,ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାଶଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେମିଶିଛନ୍ତି ।ସେ ବିଜେଡିର ସାମିଲ ହୋଇଥିବାରୁ ଦଳ, ପଞ୍ଚାୟତ ବସି ତଥା ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି।
ରାଜ୍ୟ
ମୂଖ୍ୟମନ୍ତ୍ରୀ ଙ୍କ ନେତୃତ୍ୱ ଓ ଆଦର୍ଶ ରେ ଅନୁପ୍ରାଣିତ ହୋଇ ପଲାସ ସରପଞ୍ଚ ବିଜେଡି ରେ ମିଶିଲେ।
- Hits: 340









