ରାଉରକେଲା(ବସନ୍ତ କୁମାର ଜେନା): ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ୭୭ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବଭିନ୍ନ ଅନୁଷ୍ଠାନରେ ବିଭିନ୍ନ ଅତିଥିମାନେ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ଭାରତମାତା ର ଟେକ ରଖିବା ପାଇଁ ସମସ୍ତେ ଏକମନ ଏକପ୍ରାଣ ହୋଇ ଆଗେଇ ଆସିବାକୁ ଆହ୍ବାନ ଦେବା ସହ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ବଜାୟ ରଖିବା ପାଇଁ ମତ ରଖିଥିଲେ । ଦେଶରେ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା ଶକ୍ତିକୁ ନିରୂତ୍ସାହିତ କରିବା ସହ ଦେଶରେ ସାର୍ବଭୌମତ୍ବ ବଜାୟ ରଖିବା ପାଇଁ ମିଳିତ ପ୍ରୟାସ ଜରୁରୀ ବୋଲି ମତ ରଖିଥିଲେ । ଏହାସହ ପରିବେଶ, ସ୍ବାସ୍ଥ୍ୟ,ସାମାଜିକ ପ୍ରତିବଦ୍ଧତା ଉପରେ ଗୁରୁତ୍ବାରୋପ କରିଥିଲେ ।
ସଚେତନ ନାଗରିକ ମଞ୍ଚ:- ମଂଚର ସାଧାରଣ ସଂପାଦକ ପି ପି ରାୟଙ୍କ ଆବାହକତ୍ବରେ ଆୟୋଜିତ ସ୍ବାଧୀନତା ଦିବସ ପାଳନ ସେକ୍ଟର ୫ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଂଚର ସଭାପତି ବିମଳ କୁମାର ବିଶି ଜାତୀୟ ପତାକା ଉତ୍ତୋଳନ କରିବା ସହ ୭ ସୂତ୍ରୀ କାର୍ଯ୍ୟକ୍ରମ ସଂପର୍କରେ ତଥା ଏହା କିପରି ସଫଳ ରୂପାୟନ କରିହେବ ସେ ସଂପର୍କରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂପାଦକ ଶ୍ରୀ ରାୟଙ୍କ ବ୍ୟତୀତ ଜଗବନ୍ଧୁ ଜେନା, ଡାକ୍ତର ବସନ୍ତ କୁମାର ଦାସ, ଭଗବାନ ମହାପାତ୍ର, ସରୋଜ ଦାସ,ଗଙ୍ଗାଧର ଦାଶ, ଶଶଧର ପାତ୍ର, କୁଞ୍ଜବିହାରୀ ରାଉତ, ରମେଶ ଚନ୍ଦ୍ର ମହାନ୍ତି, ସୁରେନ୍ଦ୍ର ରାଉତ, ବିଷ୍ଣୁ ଚରଣ ସାମଲ,ରମେଶ ଚନ୍ଦ୍ର ସେଠୀ, ରାଜକିଶୋର ମିଶ୍ର,ଦିଲ୍ଲୀପ ମହାନନ୍ଦ, ଦୀନବଂଧୁ ନାୟକ, ବସନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ୍:- ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ୍ ତରଫରୁ ୭୭ତମ ସ୍ବାଧୀନତା ଦିବସ ପାଳନ ନିଜସ୍ବ କାର୍ଯ୍ୟାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ ତଥା ସାଧାରଣ ସଂପାଦକ ଅରୁଣ ଦାଶଙ୍କ ଆବାହକତ୍ବ ତଥା ଉପସଭାପତି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ ସିଆଇଏସଏଫ ର ପ୍ରାକ୍ତନ ଡିଆଇଜି ଦୟାନିଧି ତନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଥିଲେ । ଏହି ଅବସରରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଡଃ ସୁମନ ଦତ୍ତ, ବିମଳ ବିଶି, ସୁନିଲ୍ କୟାଲ, ପ୍ରଭାତ ଟିବ୍ରେୱାଲ, କୁମର ବେହେରା, ଗୁରମିତ ସିଂ, କମଲ ଅଗ୍ରୱାଲ, ଶ୍ରଦ୍ଧା ଷଡଙ୍ଗୀ,ପ୍ରକାଶ ପାଶୱାନ ପ୍ରମୁଖ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ,ସତ୍ୟାନନ୍ଦ ବେହେରା,ଜଟାଧାରୀ ମାଝୀ, ସନ୍ତୋଷ ସ୍ବାଇଁ, ସୁମନ୍ତ ଜେନା,ଗନ୍ଦୁର ଓରାମ, ଶୈଳେନ୍ଦ୍ର ସାହୁ, ଅନିଲ ମହାନ୍ତି, ସୁଜିତ ମହାନ୍ତି, ସସ୍ମିତା ପ୍ରଧାନ, ଇନ୍ଦ୍ର ମିସ୍ତ୍ରୀ, ବିଶ୍ବଜିତା ମହାପାତ୍ର,ରାନୁ ମହାପାତ୍ର, ପ୍ରମୋଦ ଜଗଦେବ, ସୁବାସ ଗୁପ୍ତା,ବିଜୟ ପ୍ରଧାନ, ବସନ୍ତ ନାୟକ, ସୁଶାନ୍ତ ବେହେରା, ବସନ୍ତ ମିଶ୍ର,କମଳାକାନ୍ତ ରାଉତ, ସୌମ୍ଯରଂଜନ ରାଉତ, ସରୋଜ ଜେନ, ସୁଦୀପ ଦେ, ମନୋରଞ୍ଜନ ମିଶ୍ର, ରାଜଦୀପ ମହାନ୍ତି, ଅକ୍ଷୟ ଧଳ, ଦିଲ୍ଲୀପ ଶର୍ମା ପ୍ରମୁଖ ସାମ୍ବାଦିକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
ହକର ଆସୋସିଏସନ୍:- ସେକ୍ଟର ୨ ହକର୍ସ ଆସୋସିଏସନ୍ ଠାରେ ୭୭ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି । ସଂଘର ସଂପାଦକ ବିମାନ ମାଇତିଙ୍କ ଆବାହକତ୍ବ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଟୁ ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ,କବି କୁଞ୍ଜବିହାରୀ ରାଉତ ଓ ଆର୍ତ୍ତତ୍ରାଣ ମହାପାତ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ଯ ରଖିଥିଲେ । କାର୍ଯ୍ୟକ୍ରମରେ ବସନ୍ତ ନାୟକ, ରାଜକିଶୋର ପ୍ରଧାନ,ସୁକେନ୍ଦୁ ପାତ୍ର, କୁନା ପଟ୍ଟନାୟକ, ନବୀନ ମାଝୀ, ଶରତ ପଣ୍ଡା, ଅଶେଷ ବିଶ୍ବାଳଙ୍କ ସମେତ ଶତାଧିକ ହକର ଭାଇମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ଏକତା ମହିଳା ମହାସଂଘ:- ସେକ୍ଟର ୨୦ ନେହେରୁପାଲ୍ଲୀ ସ୍ଥିତ ଏକତା ମହିଳା ମହାସଂଘ ର ସଭାନେତ୍ରୀ ଲିଲିମା ଜୟସିଂହ ଓ ସଂପାଦିକା ରୀତା ମହାପାତ୍ରଙ୍କ ଆବାହକତ୍ବ ତଥା ସମାଜସେବୀ ଗଣେଶ ଜୟସିଂହଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ ରଘୁନାଥପାଲୀ ବିଜେଡିର ମହିଳା ସଭାପତି ଇନ୍ଦିରା ନାୟକ ମୁଖ୍ୟଅତିଥି ଓ କବି କୁଞ୍ଜବିହାରୀ ରାଉତ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଜେଡି ରାଜ୍ୟ ସଂପାଦିକା ପ୍ରତିମା ରାଉତ ଓ ପୁଷ୍ପଲତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସଂଗଠନ ସଂପାଦିକା ରୁକସନା ବେଗମ ଜାତୀୟତା ସଂଗୀତ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦିନୀ ଦାସ,ଜାନକୀ ଦେବୀ,ଉମା ରାୟ,ମାନସୀ ଜୟସିଂହ, ପୁନମ ବେଗମ, ତାହିରା ଖାତୁନ, ନିମେ ବିବି, ଋକସନା ବିବି, ସୁକାନ୍ତୀ କୁମ୍ଭାର, ଦୌପଦୀ ଛତ୍ରୀ, ରୀନା କିଶାନ, ସହଦେବ ଜୟସିଂହ, ରଂଜନ ରାଉତ, ପ୍ରଫୁଲ୍ଲ ଦାସ,ଅଶୋକ,ଅଜିତ ଓ ଶତାଧିକ ସଭ୍ୟା ମାନେ ଉପସ୍ଥିତ ଥିଲେ । ପରେ ଅନୁଷ୍ଠାନର ସମସ୍ତ ସଦସ୍ୟା ଏକ ରାଲିରେ ଯୋଗଦେଇଥିଲେ ।
ହମିରପୁର ଉନ୍ନୟନ ପରିଷଦ:- ହମିରପୁର ଉନ୍ନୟନ ପରିଷଦ ତରଫରୁ ୭୭ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ପରିଷଦର ସଭାପତି ଡଃ ସୁମନ ଦତ୍ତଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଇତିହାସ ବିଭାଗର ଅଧ୍ୟାପକ ଡଃ ପ୍ରଭାତ କୁମାର ମଲ୍ଲିକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେ ଏହି ଅବସରରେ ସାମ୍ପ୍ରତିକ ସ୍ଥିତି ଓ ମାନବୀୟ ମୂଲ୍ୟବୋଧ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ଆଚାର୍ଯ୍ୟ,ଏସ ରାଜୁ, ମହେଶ୍ଵର ସାହୁ, ମହେନ୍ଦ୍ର ପଣ୍ଡିତ,ଅମୂଲ୍ୟ ପୁହାଣ, କୃଷ୍ଣଚନ୍ଦ୍ର ଧଳ,ସୁନିଲ୍ ରାୟ,ବିଷ୍ଣୁଚରଣ ନାୟକ, ପ୍ରତିମା ଦାଶ,ପ୍ରଫୁଲ୍ଲ ଦାସ, ସଚ୍ଚିଦାନନ୍ଦ ପରିଡା, ପ୍ରଭାତ ସାହୁ,ପି କେ ସୋମ ପ୍ରମୁଖ ଉପସ୍ଥିତ ଥିଲେ ।
ଇସ୍ପାତ ଫିଟନେସ ପାର୍କ:- ପ୍ରାକ୍ତନ ପୁଲିସ ଅଧିକାରୀ ଡଃ ସୁମନ ଦତ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୭୭ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଆଇଜିଏଚ ର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀକାନ୍ତ ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟଅତିଥିଙ୍କ ମଧ୍ୟରେ ବିମଳ ବିଶି,ଆର ଏନ ରାଜେନ୍ଦ୍ରନ,ଡି କେ ଗୁପ୍ତା, ଅବକାଶ ବେହେରା, ଚିତ୍ତରଞ୍ଜନ ମିଶ୍ର ଆଦି ବକ୍ତବ୍ଯ ରଖିଥିବାବେଳେ ଅଜୟ ପୁଝାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅକ୍ଷୟ ରାଉତ, ବିକାଶ ରାଉତରାୟ, ବିଦ୍ୟାଧର ଜେନା, ରାଜୁ ଯୋଶୀ,ପ୍ରଫୁଲ୍ଲ ଦାସ, କୈବଲ୍ୟ ସାହାଣୀ, ସନ୍ତୋଷ ପଣ୍ଡା, ରୋମାନ୍ସ ପଣ୍ଡା,ଅଲେଖ ବେହେରା, ଡିମ୍ପଲ ଆନନ୍ଦ,ବିକାଶ ପ୍ରଧାନ, ବିଷ୍ଣୁ ବେହେରା, ଅଧିର ବାରିକ, ବିବେକାନନ୍ଦ ପରିଡା, ବି ବି ତ୍ରିପାଠୀ, ଡି ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ରାଉରକେଲା ରେ ୭୭ତମ ସ୍ବାଧୀନତା ଦିବସ ପାଳନ
- Hits: 299








