ଝାରବନ୍ଧ - ମନୋହର ଦାଶ: ଅନ୍ୟାୟ, ଅନୀତି, ଦୁର୍ନୀତି, ବିରୋଧ ରେ ସଂଗ୍ରାମ କରି ଜନ ସାଧାରଣ ଙ୍କୁ ହକ ପ୍ରଦାନ କରିବା ସହିତ ମୂଲ୍ୟବୋଧ ଭିତ୍ତିକ ସମାଜ ଗଢିବା ରେ ବରଗଡ଼ ରୁ ପ୍ରକାଶିତ ଗଣଇସ୍ତାହାର ପ୍ରମୁଖ ଭୂମିକା ନିର୍ବାହ କରି ଆସିଛି ଏହା କହିଛନ୍ତି ଗଣଇସ୍ତାହାର ର ମୁଖ୍ୟ ସମ୍ପାଦକ ପ୍ରସନ୍ନ କୁମାର ମିଶ୍ର l 1981 ରେ ସ୍ୱର୍ଗତଃ ଶିତିକଣ୍ଠ ପାଟଯୋଶୀ ଙ୍କ ଦ୍ୱାରା ପ୍ରତିଷ୍ଠିତ ସାପ୍ତାହିକ ଖବର କାଗଜ ଗଣଇସ୍ତାହାର ପୁନଃ ଲୋକାର୍ପଣ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ମୁଖ୍ୟ ସମ୍ପାଦକ ଶ୍ରୀ ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଛି l ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ପୁର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର, ବିଧାୟକ ଦେବେଶ ଆଚାର୍ଯ୍ୟ, ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସାଧୁ ନେପାକ, ବରିଷ୍ଠ ସମ୍ବାଦିକ ଶଙ୍କର ବଲ୍ଲଭ ମିଶ୍ର, ବରଗଡ଼ ସମ୍ବାଦିକ ସଂଘ ସଭାପତି ସୁରେନ୍ଦ୍ର ହୋତା, ଜିଲ୍ଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫ, ବରିଷ୍ଠ ଆଇନଜୀବୀ ଶିରୀଶ ବଲ୍ଳଭ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ l ଗଣଇସ୍ତାହାର ସମ୍ପାଦକ ଡ.ପ୍ରଦୀପ ହୋତା ସଭା ସଂଯୋଜନା କରିଥିଲେ l
ଅସତ୍ୟ ର ଆଶ୍ରୟ ନେଉଥିବା ଲୋକେ ହିଁ ଗଣମାଧ୍ୟମ କୁ ଭୟ କରିଥାନ୍ତି l ସାମ୍ବାଦିକ ଗଣତନ୍ତ୍ର ର ଭିନ୍ନ ଏକ ସ୍ତମ୍ଭ l ସେ ଚୋବିଶ ଘଣ୍ଟା ସଜାଗ ଥାଏ l ଅନ୍ୟମାନେ ସୋଇଥିବା ବେଳେ ସେ ଚେଇଁ ରହେ l ତେଣୁ ଏବେ ସମସ୍ତେ ଏକାଠି ହୋଇ କାମ କରିବା ସମୟ ଆସିଛି ବୋଲି ସମ୍ପାଦକ ଡ. ହୋତା ବରଗଡ଼ ଜିଲ୍ଲା ବିଭିନ୍ନ ବ୍ଲକ ରୁ ଆସିଥିବା ସାମ୍ବାଦିକ ମାନଙ୍କୁ କହିଥିଲେ l
ରାଜ୍ୟ
ପୁନଃ ଲୋକାର୍ପିତ ହେଲା "ଗଣଇସ୍ତାହାର"
- Hits: 405








