ହେଡଲାଇନସ୍:

ବନ୍ଧୁ ୱେଲଫେୟାର ଟ୍ରଷ୍ଟ ତରଫରୁ ସ୍ଵାଧୀନତା ଦିବସ ପାଳିତ :କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର:ଗତ ମଙ୍ଗଳ ବାର ବାଲିଅନ୍ତା ବ୍ଲକ ଅନ୍ତର୍ଗତ ବନ୍ଧୁ ୱେଲଫେୟାର ଟ୍ରଷ୍ଟ ,ତରଫରୁ ରଙ୍ଗ ବଜାର ନିକଟସ୍ଥ ଏକାମ୍ର ନିଳୟ ଠାରେ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଟ୍ରଷ୍ଟର ସମ୍ପାଦକ ଫଗୁ ସାମଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ସ୍ଵାଧୀନ ଭାରତରେ ବିଭିନ୍ନ ସାମାଜିକ ଅନୁଷ୍ଠାନର ଭୂମିକା ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସତ୍ୟଭାମାପୁର ସରକାରୀ ନୋଡ଼ାଲ ଉଚ୍ଚବିଦ୍ୟାଳୟର ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ ଗତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖିଥିବାରୁ ତାଙ୍କୁ ଏକ ମାନପତ୍ର ଓ ୧୦୦୦ଟଙ୍କା ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । କର୍ତ୍ତବ୍ୟ ପରାୟଣତା ଓ ସହଯୋଗ ପାଇଁ ବିଭୁଜିତ୍ ମହାନ୍ତି(କୁନ୍ତୁ)ଙ୍କୁ ମାନପତ୍ର ପ୍ରଦାନ ସହ ସମ୍ମାନିତ କରାଯାଇଥିଲା । ଏହା ସହ ଜଣେ ମେଧାବୀ ଓ ବିଭିନ୍ନ ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ର ପ୍ରତ୍ୟୁଷ କୁମାର ଦାସଙ୍କୁ ମଧ୍ୟ ମାନପତ୍ର ସହ ସମ୍ମାନିତ କରାଯାଇଥିଲା । ଏକାମ୍ର ନିଳୟର ପ୍ରାୟ ୮୦ ଜଣ ଅନ୍ତେବାସୀ ଓ ସହକର୍ମୀ ଏହି ପବିତ୍ର ଉତ୍ସବରେ ଯୋଗଦେଇଥିଲେ । ଟ୍ରଷ୍ଟର ସଭାପତି ଶ୍ରୀକାନ୍ତ ଦାଶ, ଉପସଦ୍ଭାପତି ସୂଚୀସ୍ମିତା ମହାନ୍ତି, ସହ ସମ୍ପାଦକ ସନାତନ ଦାସ, କୋଷାଧ୍ୟକ୍ଷ ସରୋଜ ସାହୁ, ଅନ୍ନପୂର୍ଣ୍ଣା ପାତ୍ର, ବୃନ୍ଦାବନ ପରିଡା ଓ ଅନ୍ୟ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ । ଶେଷରେ ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

0
0
0
s2sdefault