ହେଡଲାଇନସ୍:

ଭୋଜପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପୁରାତନ ଛାତ୍ର ଓ ଅଭିଯାନ ସଦସ୍ୟଙ୍କ ବାର୍ଷିକ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜମନକିରା /ଲିପନ ନାୟକ:୧୬/୮-ଭୋଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ସଭା ଗୃହ ରେ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ସ୍କୁଲର ପୁରାତନ ଛାତ୍ର,ଛାତ୍ରୀ ଓ ଅଭିଯାନର ସଦସ୍ୟ ମାନଙ୍କ ମିଳିତ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ ପୁରସ୍କୃତ ପ୍ରଧାନ ଶିକ୍ଷକ ଲକ୍ଷପତି ନନ୍ଦ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ କୁଚିଣ୍ଡା ଆଇ ଟି ଡି ଏ ର ଯୋଜନା ପ୍ରଶାସକ ହେମେନ୍ଦ୍ର ଭୋଇ ଓ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସଭ୍ୟ ମାନଙ୍କ ମତ ସ୍କୁଲ ରେ ବିଜ୍ଞାନ ବିଭାଗରେ ଯୁକ୍ତ ଦୁଇ ଖୋଲିବା ଓ ସ୍କୁଲ ପଡିଆ କୁ ଉନ୍ନତ କରିବା ଦାବୀକୁ ସମର୍ଥନ କରିଥିଲେ ।ଯୋଜନା ପ୍ରଶାସକ ଶ୍ରୀ ହେମେନ୍ଦ୍ର ଭୋଇ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଏ ବାବଦ ରେ ଅବଗତି କରାଇ ବିହିତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଶ୍ରୀ ଦିଲ୍ଲୀପ ପଟେଲ ସ୍ୱାଗତ ଭାଷଣ,ଭୋଜପୁର କନିଷ୍ଠ କଲେଜ୍ ର କ୍ରୀଡା ଶିକ୍ଷକ ଦେବେନ୍ଦ୍ର ନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଆବାହକ ପ୍ରଭାତ ବେହେରା କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଭାତପୁର ହାଇ ସ୍କୁଲ ପ୍ରଧାନ ଶିକ୍ଷକ ରତନ ଲାଲ ସିଂ ଅତିଥି ପରିଚୟ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମର ଖୋଲା ଆଲୋଚନା କୁ ମୋ ସ୍କୁଲ ଅଭିଯାନ ର ସଭାପତି ମଳୟ ବେହେରା ପରିଚାଳନା କରିଥିଲେ ।ସମସ୍ତଙ୍କୁ ଚାରା ପ୍ରଦାନ କରି ସମ୍ମାନ କରା ଯାଇଥିବା ବେଳେ ସଦ୍ୟ ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ନନ୍ଦ ଓ ଅଭିଯାନ ର ପୂର୍ବ ସଭାପତି ସୁବାଷ ନାୟକ ଙ୍କ ପ୍ରତିଭା ପୂଜା କାର୍ଯ୍ୟକ୍ରମରେ ସଫଳତା ପାଇଁ ମୁଖ୍ୟ ଅତିଥି ଶ୍ରୀ ଭୋଇ ଅଙ୍ଗ ବସ୍ତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୁରାତନ ଛାତ୍ର ରୁଦ୍ର ନାରାୟଣ ବେହେରା,ଏହି ସ୍କୁଲ ରେ ଶିକ୍ଷକତା କରିଥିବା ଅବସର ପ୍ରାପ୍ତ ଶିକ୍ଷକ ରମେଶ ନାୟକ ପ୍ରମୁଖ ମଧ୍ୟ ଆଲୋଚନା କରିଥିଲେ । ଶେଷରେ ସଂଯୋଜକ ରମେଶ କିଶାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

0
0
0
s2sdefault