ଶାସକ ପ୍ରଶାସକ ରୁ ଗୁରୁ ଶଙ୍କର ପାଇକ -ବଲାଙ୍ଗୀର ଜିଲ୍ଲା ଆଗଲପୁର ତହସିଲ ତଥା ବ୍ଲକ ଅଂଚଳର ପ୍ରାୟ ସମସ୍ତ ସରକାରୀ ଅନୁଷ୍ଠାନରେ 77ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି | ଆଗଲପୁର ତହସିଲ କାର୍ଯ୍ୟାଳୟ ରେ ତହସିଲଦାର ସୁଶ୍ରୀ ସରୋଜା ବେହେରା ଜାତୀୟ ପତଳା ଉତ୍ତୋଳନ କରି ସ୍ବାଧୀନତା ଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ | ପୂର୍ବସୁରୀଙ୍କ ଅସୀମ ତ୍ୟାଗ ଓ ବଳିଦାନ ଦ୍ୱାରା ମିଳିଥିବା ଏହି ସ୍ୱାଧୀନତା ଯେପରି ବ୍ୟର୍ଥ ବା ନିରର୍ଥକ ନହୁଏ ସେଥିପାଇଁ ଆମ ସମସ୍ତଙ୍କୁ ସମର୍ପିତ ମାନସିକତା ନେଇ ସମ୍ମିଳିତ ଉଦ୍ୟମ କରିବାକୁ ପଡିବ ବୋଲି ତହସିଲଦାର ସୁଶ୍ରୀ ବେହେରା ଆହ୍ବାନ ଜଣାଇଥିଲେ | ଏହି ଅବସରରେ କାର୍ଯ୍ୟଳୟ ର ସମସ୍ତ କର୍ମଚାରୀ ତଥା ଅନ୍ୟମାନେ ଉପସ୍ଥିତ ଥିଲେ |
ସେହିପରି ଆଗଲପୁର ତହସିଲ ଅଧୀନ ଆଗଲପୁର ଆର ଆଇ ଅଫିସ ରେ ପତାକା ଉତ୍ତୋଳନ କରାଯାଇଛି |ଆଗଲପୁର ବ୍ଲକ ଅଧୀନ ସାଲେଭଟା ଗାଁ ସ୍ଥିତ କେପିଏମ ଏମ ବାଳିକା ଉଚ୍ଚ ବିଦ୍ୟାଳୟ ରେ 77ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି | ଏହି ମହାନ ଦିବସ ପାଳନ ସହିତ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ସ୍ବାଧୀନତା ଦିବସ ରେ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଛି |












