ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ 'ନିୟତି' ବିଦ୍ୟାଳୟରେ ମହାଆଡ଼ମ୍ବରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି।
ସଭାପତି ଡ଼ .ଅଜୟ କୁମାର ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ବିନୋଦିନୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏ ଦେଶ , ଏ ମାଟି, ଆମ ପାଇଁ ଗର୍ବ ଗୌରବ ବୋଲି କହିଥିଲେ।
ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ,କୋଷାଧ୍ୟକ୍ଷ ଶ୍ରୀ ଲୋକନାଥ ମିଶ୍ର , ଫିଯଥରାଫି ଡ଼. ଅରୁଣ ନାୟକ , ନିୟତି ବିଦ୍ୟାଳୟର ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ ନିଜ ନିଜ ମନ୍ତବ୍ୟ ଦେଇଥିଲେ । ଶେଷରେ ସୁନିତି ଗମାଙ୍ଗ ଧନ୍ୟବାଦ୍ ଅର୍ପଣ କରିଥିଲେ। ବିନୋଦିନୀ ମହାବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।
ରାଜ୍ୟ
ନିୟତି ବିଦ୍ୟାଳୟରେ ୭୭ତମ ସ୍ବାଧୀନତା ଦିବସ ପାଳିତ
- Hits: 315











