ହେଡଲାଇନସ୍:

ବେପରୁଆ ଗାଡିଚାଳନା ପାଇଁ କଷ୍ଟ ଭୋଗୁଛି ୩ ବର୍ଷର ନାବାଳିକା ଶିବନ୍ୟା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ଘଟଣା ଚାପିବାକୁ ଗାଡି ଚାଳକଙ୍କ ପରିବାର ଓ ପୋଲିସ ଅଧିକାରୀଙ୍କ ମସୁଧା

  • କେଶ ଦର୍ଜ ପାଇ ବାରମ୍ବାର ଯିବାକୁ ପଡୁଛି ଥାନା


ଜମନକିରା /ଲିପନ ନାୟକ ; ସରକାର ଲୋକଙ୍କୁ ସେବା ଯୋଗାଇବା ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି l ଜନସାଧାରଣ ଙ୍କ ସମସ୍ୟାର ସମାଧାନ ପାଇଁ ଓ ଆଇନ ବ୍ୟବସ୍ଥା ପାଇଁ ପୋଲିସ ପ୍ରଶାସନ କୁ ନିୟୋଜିତ କରିଛନ୍ତି l ହେଲେ ବାଡ଼ ଯଦି ଫସଲ ଖାଇବା ତେବେ ଜନ ସାଧାରଣ କାହାକୁ ଆଉ ଭରସା କରିବେ l ଏଭଳି ଏକ ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅଧୀନରେ ଦେଖିବାକୁ ମିଳିଛି l ସୂଚନା ଅନୁଯାଇ ଜମନକିରା ବ୍ଳକ ଟିକିଲିପଡ଼ା ପଞ୍ଚାୟତ ବଡ଼ଭାଲୁଚୁଆ ଗ୍ରାମର ନାରାୟଣ ଭୋଇଙ୍କ ୩ ବର୍ଷ ର ଝିଅ ଶିବନ୍ୟା ଭୋଇ ଗତ ୮ ତାରିଖ ମଙ୍ଗଳବାର ଦୀନ ନିଜ ଘର୍ ପାଖ ଅଙ୍ଗନୱାଡ଼ିକୁ ପାଠ ପଢିବା ପାଇଁ ଯାଉଥିଲେ | ଠିକ ଏହି ସମୟରେ ଉକ୍ତ ରାସ୍ତାରେ ବରାହମୁଣ୍ଡିର ଗ୍ରାମର ପ୍ରତୀକ ପଟେଲ ଓ ତାଙ୍କ ଅଜା ହିରୋ ବାଇକ ଗାଡ଼ି ରେଜିଷ୍ଟେସନ ନମ୍ବର (ଓଡ଼ି ୧୭ ସି ୩୦୧୩) ଚଳାଇ ଦୃତ୍ ଗତିରେ ଆସି ଝିଅ ସିବାନ୍ୟା ଙ୍କୁ ଜୋର୍ ରେ ଧକ୍କା ଦେଇଥିଲେ | ଗାଡ଼ି ଶହ ଝିଅଟି ଅଳ୍ପ ଦୂର ପର୍ୟ୍ୟନ୍ତ ଘଷାଡ଼ି ହୋଇ ଯାଇଥିଲେ। ଝିଅଟିର ଘଟଣା ସ୍ଥଳରେ ହିଁ ଗୋଡ ଭାଙ୍ଗି ଯାଇଥିବା ବେଳେ ଝିଅଟି ଯନ୍ତ୍ରଣା ରେ ଚିତ୍କାର କରିବାବେଳେ ହିଁ ଗାଡ଼ି ଚାଳକ ଦୁଇ ଜଣ ଝିଅକୁ ଉଠାଇ ନେଇ ପାଖ ଘର୍ ଖଟରେ ଶୁଆଇ ଦେଇ ଚାଲିଯାଇଥିଲେ। ଝିଅର କାନ୍ଦିବା ଶୁଣି ପରିବାର ଲୋକଙ୍କ ଶହ ଗ୍ରାମବାସୀ ଓ ଅଙ୍ଗନବାଡି ଦିଦୀ ବାହାରିବା ବେଳକୁ ଉକ୍ତ ଗାଡ଼ି ଚାଳକ ଦୁଇ ଜଣ ଦୃତଗତି ରେ ଗାଡ଼ି ନେଇ ଚାଲି ଯାଇଥିବା ଗ୍ରାମବାସୀ ଦେଖିଥିଲେ। ଏହା ଯାଇ ଗ୍ରାମବାସୀ ଗାଡ଼ି ଚାଳକ ପରିବାରଙ୍କୁ ଅଭିଯୋଗ କରିଥିବା ବେଳେ ଝିଅର ସମ୍ପୂର୍ଣ ଚିକିତ୍ସା କରିବୁ ଯାହା ଖର୍ଚ୍ଚ ହେବ କହି ଚିକଣିଆ ପ୍ରତିଶ୍ରୁତି ଦେଇଥିଲେ । ଶିଶୁ ର ପରିବାର ନିରୀହ ସରଳ ହୋଇଥିବାରୁ ଚିକଣିଆ କଥା କୁ ବିଶ୍ୱାସ କରିନେଇଥିଲେ। ହେଲେ ଶିଶୁର ବାମ ଗୋଡ ର ଜଂଘ ଭାଙ୍ଗି ଯାଇଥିଲେ ହେଁ ବାଇକ ଚାଳକ ନିଜକୁ ଶିକ୍ଷିତ ଦେଖାଇ କୁଚିଣ୍ଡା ର ଏକ ପ୍ରାଇଭେଟ୍ ଡାକ୍ତର ଙ୍କୁ ଦେଖାଇ ପ୍ଲାଷ୍ଟର କରାଇବା ପାଇଁ କିଛି ଟଙ୍କା ଦେଇଥିଲେ। ହେଲେ ଅନେକଙ୍କ ପରାମର୍ଶ ରୁ ଜାଣି ପାଇଲେ କି ସମ୍ପୂର୍ଣ ଭାଙ୍ଗିଯାଇଥିବା ଗୋଡ କୁ ଯୋଡିବା ଅପରେସନ ପାଇଁ କୁଚିଣ୍ଡା ରେ ବ୍ୟବସ୍ଥା ନାହିଁ। ତେଣୁ ବୁର୍ଲା ବଡ ଡ଼ାକ୍ତର ଖାନା କୁ ନେଇ ଅପରେସନ କରାଇ ଶିଶୁର ଗୋଡ ଠିକ କରିବାକୁ ଚିନ୍ତା କରୁଥିଲେ ପରିବାର। ହେଲେ ଶିଶୁ ର ବାପା ଜଣେ ମଜୁରୀଆ ତଥା ଅତ୍ୟନ୍ତ ଗରୀବ ହୋଇଥିବାରୁ ବୁର୍ଲା ନେବାପାଇଁ ସାହାସ ଯୁଟାଇ ପାରିନଥିଲେ। ତେଣୁ ଧକା ଦେଇଥିବା ବାଇକ୍ ଚାଳକ ପ୍ରତୀକ ପଟେଲ ଏବଂ ତାଙ୍କ ପରିବାରକୁ ନେହୁରା ହୋଇଥିଲେ। ହେଲେ ଏତିକିରେ ଧକା ଦେଇଥିବା ଚାଳକ ଉତ୍ୟକ୍ତ ହୋଇ ମୁଁ ଆଉ କିଛି କରି ପାରିବି ନାହିଁ ଯାହା କରିବୁ କର, ଯା କେସ କର ମୋ କିଛି ହେବନି ବୋଲି କହିବା ସହ ଉଭୟ ନାରାୟଣ ଭୋଇ ଓ ସ୍ତ୍ରୀଙ୍କୁ ବିଭିନ୍ନ ପ୍ରକାର ଅସଭ୍ୟ ଭାଷାରେ ଗାଳି ଗୁଲଜ ଧମକ ଚମକ କରିଥିବା ଅଭିଯୋଗ ହୋଇଛି । ଏ ନେଇ ନାରାୟଣ ଭୋଇ ଥାନା ଦ୍ୱାରସ୍ଥ ହୋଇଥିଲେ l ହେଲେ ଥାନାରେ ଏଫ ଆଇ ଆର ଗ୍ରହଣ ନ କରି ଆସନ୍ତା କାଲି ଆସିବୁ ବୋଲି ଫେରାଇ ଦେଇଥିଲେ, ପରେ ଯା ମେଡିକାଲ ର କାଗଜ ଦେଖା ପୁଣି ଚାଳକର ଯେତେଟଙ୍କା ଖର୍ଚ୍ଚ ହୋଇଛି ଫେରା ବୋଲି ନାନା ପ୍ରକାର ବାହାନା କରି ଏମାନଙ୍କୁ ପୋଲିସ ଥାନାରୁ ଫେରାଇ ଦେଇଥିଲେ ବୋଲି ପରିବାର ସହ ଗ୍ରମାବାସି ଅଭିଯୋଗ କରିଛନ୍ତି। ପୋଲିସର ଅସହଯୋଗ ଓ ଦୁର୍ଘଟଣା ଘଟାଇଥିବା ବ୍ୟକ୍ତିଙ୍କ ଅମଣିଷପଣିଆ ପରିପ୍ରେକ୍ଷୀରେ ପରେ ଗ୍ରାମ ରେ ଏକ ମିଟିଂ କରି ପରିବାର କୁ ଥାନା କୁ ପଠାଯାଇଥିଲେ ମଧ୍ୟ ପୋଲିସ ଏତେ ଜଣକ ଦସ୍ତକଥ ଆଣିଚୁ ବୋଲି କହୁଥିବା ବେଳେ ପୋଲିସର କହିବା ଅନୁଯାଇ ଚାଲକଙ୍କୁ ପଇସା ଫେରାଇବା ପାଇଁ ବାପା ନାରାୟଣ ଭୋଇ ଧାର ଉଧାର କରି ଆଣି ୧୦ ହଜାର ଟଙ୍କା ଫେରାଇଥିଲେ ଏବଂ ଏଫ ଆଇ ଆର ରଖିବାକୁ ନେହୁରା ହୋଇଥିଲେ। ପରେ ଅନ୍ୟ ଜଣେ ପୋଲିସ ଆସି ଏଫ ଆଇ ଆର ଗ୍ରହଣ କରିଥିବା ପରିବାର କହିଛନ୍ତି । ଅଞ୍ଚଳରେ ଚର୍ଚ୍ଚା ହେଉଚିକି ପୋଲିସ ଥାନାର କିଛି କର୍ମଚାରୀଙ୍କ ସହ ଗାଡ଼ି ଚାଳକ ପରିବାରଙ୍କ ବେଶ ନିବିଡ଼ ସମ୍ପର୍କ। ହେଲେ ଯଦି ପୋଲିସ ସାଧାରଣ ଜନତା ଉପରେ ଏମିତି ଅନ୍ୟାୟ କରିବ ତାହା ହେଲେ ସାଧାରଣ ଜନତା ନ୍ୟାୟ ପାଇଁ କାହା ପାଖକୁ ଯିବେ। ତୁରନ୍ତ ଗାଡ଼ି ଚାଳକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୀବନ୍ୟା ଙ୍କ ଚିକିତ୍ସା ପାଇଁ ଅର୍ଥ ସହଯୋଗ କରାନଗଲେ ପୋଲିସ ଥାନା ଘେରଉ କରିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏହାକୁ ନେଇ ଜମନକିରା ଥାନା ଚାର୍ଜ ରେ ଥିବା ସୁଧାଂଶୁ ଶେଖର ପାତ୍ରଙ୍କୁ ଫୋନ ମାଧ୍ୟମରେ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ସେ ଫୋନ ଉଠାଇ ନଥିଲେ ।

0
0
0
s2sdefault