ଜଗତସିଂହପୁର,ତା-୧୬.୦୮.୨୦୨୩/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ସମେତ ସମସ୍ତ ପଂଚାୟତ, ସରକାରୀ ବେସରକାରୀ ଅନୁଷ୍ଠାନ, ବିଦ୍ୟାଳୟ, କ୍ଲବମାନଙ୍କରେ ୭୭ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଅଛି। ପ୍ରଥମେ ବ୍ଲକ ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ପତକା ଉତ୍ତୋଳନ କରିଥିବା ବେଳେ ଏହି ଉତ୍ସବ ରେ ଜିଲ୍ଲା ଉପାଧ୍ୟକ୍ଷା ସୁଜାତା ମହାନ୍ତି, ତିର୍ତ୍ତୋଲ ବିଡ଼ିଓ ତପନ ସେନାପତି,ଏବିଡିଓ ସତ୍ୟଜିତ ମହାନ୍ତି,ସିଡିପିଓ ଦିପ୍ତିମୟୀ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ l ପତାକା ଉତ୍ତୋଳନ କରିବା ସହିତ ଜାତୀୟ ସଙ୍ଗୀତ ଗାନ କରିଥିଲେ। ସ୍ବାଧୀନତା ଦିବସ ଅବସରରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ମିଶନ ଶକ୍ତିର ମହିଳା, ଅଙ୍ଗନବାଡ଼ି କର୍ମୀ, ସହାୟିକା, ଆଶାଦିଦି ଙ୍କ ସମେତ ବ୍ଲକ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ସ୍ବାଧୀନତା ଦିବସ ଅବସରରେ 'ମେରି ଦେଶ୍ ମେରି ମିଟି ' କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ୨୯ ଟି ପଞ୍ଚାୟତର ଅମୃତସରୋବରରୁ ମୃତ୍ତିକା ସଂଗ୍ରହ କରାଯାଇଥିଲା l ପତାକା ଉତ୍ତୋଳନ ପରେ ପରେ ବ୍ଲକ ସଭାଗୃହରେ ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ ଭତ୍ତା ପାଇଁ ନୂତନ ଭାବେ ପଞ୍ଜିକୃତ ହୋଇଥିବା ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା l
କନିମୁଳ ପଂଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଅନୁସୟା ମହାନ୍ତି, ସମିତି ସଭ୍ୟ ବସନ୍ତ ମହାପାତ୍ରଙ୍କ ସମେତ ଅଙ୍ଗନବାଡି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ସ୍ୱାଧୀନତା ଦିବସ ପାଳନ କରିଥିଲେ l କନିମୁଳ ପଂଚାୟତ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପୂର୍ବତନ ଜ଼ିଲ୍ଲାପାରିଷଦ ତଥା ବ୍ଲକ ବିଜେଡି ଉପସଭାପତି ସନାତନ ଦଳାଇଙ୍କ ଅଧକ୍ଷତରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଏ ଅଞ୍ଚଳ ସୁନାମଧନ୍ୟ ଡାକ୍ତର ଡକ୍ଟର କରିମି ବକ୍ସଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଏହି ସମ୍ବର୍ଦ୍ଧନା ଉତ୍ସବରେ ନିମନ୍ତ୍ରିତ ଅତିଥି ଭାବେ ଜ଼ିଲ୍ଲାପରିଷଦ ରଞ୍ଜିତା ସିଂହ, ସରପଞ୍ଚ ଅନୁସୟା ମହାନ୍ତି, ସମିତି ସଭ୍ୟ ବସନ୍ତ କୁମାର ମହାପାତ୍ର, ପଂଚାୟତ ସଭାପତି ରାଜେନ୍ଦ୍ର ପ୍ରସାଦ ଦାସ, ଯୁବସଂଗଠକ ତଥା ସମାଜସେବୀ ପ୍ରଭାସ କୁମାର ସାହୁ ପ୍ରମୁଖ ଯୋଗଦେଇ ଡକ୍ଟର କରିମି ବକ୍ସଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସମିତି ସଭ୍ୟ ଗୋପିନଥ ଦାଶ଼, ରବିନ୍ଦ୍ରନାଥ ମହାପାତ୍ର, ବସନ୍ତ କୁମାର ସ୍ଵାଇଁ, କୈଳାଶ ଚନ୍ଦ୍ର ସାହୁ, ମାଧବ ବେହେରା, ସୁରେନ୍ଦ୍ରନାଥ ପ୍ରୁଷ୍ଟି, ପ୍ରଶାନ୍ତ ରାଉତ, ତିର୍ତ୍ତୋଲ ବ୍ଲକ ବିଜେଡି ଯୁବ ସମ୍ପାଦକ ଶିବ ଶଙ୍କର ସ୍ଵାଇଁ, ରାହାସ ବିହାରି ଦାସ, ମନୋରଞ୍ଜନ ମଲ୍ଲ, ନରେନ୍ଦ୍ର କୁମାର ସାହୁ, ସମରେନ୍ଦ୍ର ଦାସ, ସଚିଦାନନ୍ଦ ପତି, ପ୍ରସାନ୍ତ ସ୍ଵାଇଁ, ବନ୍ଦନା ଲେଙ୍କା, ଦିପ୍ତିମୟି ସ୍ଵାଇଁ, ପ୍ରକାଶ ପତି, ଭାଗ୍ୟଶ୍ରି ବାରିକ, ପ୍ରିତିଲତା ମଲ୍ଲ, ରୋଜାଲିନ୍ ସ୍ଵାଇଁ, ଶୁଭାସିନି ସାହୁ, ପ୍ରଭାତି ମହାନ୍ତି, ନିର୍ମଳା ସାହୁ, ସ୍ଵର୍ଣଲତା ସାହୁ, ବିଶ୍ଵରୁପା ସାହୁ, ଗିତାଞ୍ଜଳି ସୁତାର, ମିନତି ସୁତାର, ଭାସ୍କର ନାୟକ, ନିତ୍ୟାନନ୍ଦ ବେହେରା, ସଚିନ୍ ତରାଇ, ହିରଣ୍ୟ ଖୁଣ୍ଟିଆ, ଧ୍ୟାନକେତନ ସିଂହ, ପ୍ରକାଶ ଚନ୍ଦ୍ର ସ୍ଵାଇଁ, ଦିଲ୍ଲିପ ପରିଡା, ଅନିରୁଦ୍ଧ ପତି, ବାଶୁଦେବ ପିତାମ୍ବର ସାହୁ, ରମାକାନ୍ତ ସାହୁ, ଜିତେନ୍ଦ୍ର ଦଳାଇ, ଅଖିଳ ଦାସ୍, ସନ୍ଦିପ୍ ସ୍ଵାଇଁ, ରତ୍ନାକର ସାହୁ, ଶୁଭ୍ରାଂଶୁ ଶେଖର ଦାସ, ସୌମେନ୍ଦ୍ର ଦଳାଇ, ଶିଶିର ଦଳାଇ, ତ୍ରିଲୋଚନ ବେହେରା, ପ୍ରମୋଦ ବେହେରା, ଦିଲ୍ଲିପ ବେହେରା, ବିକାଶ ପଣ୍ଡା, ସୁଧାଂଶୁ ଶେଖର ଦାସ, ଦେବେନ୍ଦ୍ର ଖଣ୍ଡୁଆଳଙ୍କ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ରହି ସ୍ୱାଧୀନତା ଦିବସ ପାଳନ କରିଥିଲେ l
ବିରିତୋଳ ପ୍ରାଥମିକ କୃଷି ସମବାୟ ସମିତିରେ ସ୍ୱାଧୀନତା ଦିବସ ପାଳନ ଅବସରରେ ସ୍କୁଲ ପିଲାଙ୍କୁ ବିସ୍କୁଟ ବଣ୍ଟନ କରାଯାଇଥିଲା l ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ପଂଚାୟତ ରେ ଥିବା ବିରିତୋଳ ପ୍ରାଥମିକ କୃଷି ସମବାୟ ସମିତିରେ ୭୭ ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି l ଏହି ଅବସରରେ କୃଷି ସମବାୟ ସଭାପତି ଅଶ୍ୱିନୀ କୁମାର ଦାସ ପତାକା ଉତ୍ତୋଳନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସ୍ୱାଧୀନତା ସଂଗ୍ରାମୀ ଜଇରାମ ମଲ୍ଲିକ, ପ୍ରତାପ ପ୍ରଧାନ, ମିନାକ୍ଷୀ ଦଳାଇ, ଜ଼ିଲ୍ଲା ବିଜେଡି ସମ୍ପାଦକ ଦିଲ୍ଲୀପ ମହାନ୍ତି, ଶଶୀ ଭୂଷଣ ଷଢଙ୍ଗୀ, ଭାନୁମତି ଜେନା, ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ମଲ୍ଲିକ, ସୁନାକର ପରିଡା, ବିଜୟ ନାୟକ, ଅକ୍ଷୟ ନାୟକ, ଅଞ୍ଜନା ନାୟକ, କୃଷି ସମବାୟ ସମ୍ପାଦକ ଅସିତ କୁମାର ସ୍ୱାଇଁ, ସଂଗ୍ରାମ କୁମାର ପରିଡା, ବିଶ୍ୱଜିତ ସାହୁ, କୃଷ୍ଣ ଦାସଙ୍କ ସମେତ ଜନସାଧାରଣ ମାନେ ଉପସ୍ଥିତ ରହିଥିଲେ l ପରେ ସଅଁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ କୃଷି ସମବାୟ ସଭାପତି ଅଶ୍ୱିନୀ ଦାସ ବିସ୍କୁଟ ବଣ୍ଟନ କରିଥିଲେ l ମୂଳିସିଂ ପଂଚାୟତ ରେ ସରପଞ୍ଚ ସଫି ଆଜମ, ଗୋପାଳପୁର ପଂଚାୟତ ରେ ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ୱାଇଁ, କଟରା ପଂଚାୟତରେ ସରପଞ୍ଚ ସହିଁତା ବଳ, ଗରାମ ପଂଚାୟତ ରେ ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚଇନି, କୋଲର ପଂଚାୟତ ରେ ସରପଞ୍ଚ ଉମେଶ ଚନ୍ଦ୍ର ବେହେରା, ସାମନ୍ତରାପୁର ପଂଚାୟତରେ ସରପଞ୍ଚ ମଧୁସ୍ମିତା ବେହେରା, ତରଜଙ୍ଗା ପଂଚାୟତରେ ସରପଞ୍ଚ ରିତାଞ୍ଜଳୀ ମଲ୍ଲିକ, ତିର୍ତ୍ତୋଲ ପଂଚାୟତ ରେ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, ଜଡ ତିରା ପଂଚାୟତ ରେ ସରପଞ୍ଚ ଶିବପ୍ରସାଦ ସାହୁ, ମଣିଜଙ୍ଗା ପଂଚାୟତ ରେ ଷଷଧର ମଲ୍ଲିକ, ତେନ୍ତୁଳିପଦା ପଂଚାୟତ ରେ ସରପଞ୍ଚ ସରୋଜିନୀ ପରିଜା, କନକପୁର ପଂଚାୟତ ରେ ସରପଞ୍ଚ ରେବତୀ ମହାନ୍ତି, ଗୋବିନ୍ଦପୁର ପଂଚାୟତ ରେ ସରପଞ୍ଚ ଶୁଭଶ୍ରୀ ନାୟକ, ବିଷନପୁର ପଂଚାୟତ ରେ ସରପଞ୍ଚ ରାଜଶ୍ରୀ ମହାପାତ୍ର, କୃଷ୍ଣାନନ୍ଦପୁର ପଂଚାୟତ ରେ ନମିତା ଖଟୁଆ, ଦାଇଁଲୋ ପଂଚାୟତରେ ସରପଞ୍ଚ ଅନିତା ବାରିକ, ଗୋପାଳପୁର (ଶଙ୍ଖେଶ୍ୱର) ପଂଚାୟତରେ ସରପଞ୍ଚ ଆରତୀ ମାଝୀ, ପିପାଳମାଧବ ପଂଚାୟତ ରେ ସରପଞ୍ଚ ଅଶୋକ କୁମାର ନାୟକ, ଜଗନ୍ନାଥପୁର ପଂଚାୟତରେ ସରପଞ୍ଚ ସୁଶାନ୍ତ କୁମାର ନାୟକ, ଇବ୍ରିସିଂ ପଂଚାୟତରେ ସରପଞ୍ଚ ପ୍ରଶାନ୍ତ ସାହୁଙ୍କ ସମେତ ବିଭିନ୍ନ ପଂଚାୟତରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ବିଦ୍ୟାଳୟ, କ୍ଲବ ମାନଙ୍କରେ ୭୭ ତମ ସ୍ୱାଧୀନତା ଦିବସ ମହାଡ଼ମ୍ବାର ସହିତ ପାଳନ ହୋଇଯାଇଛି l
ରାଜ୍ୟ
ତିର୍ତ୍ତୋଲ ବ୍ଲକରେ ୭୭ତମ ସ୍ବାଧୀନତା ଦିବସ ପାଳିତ
- Hits: 436












