ସାରସକଣା/ଦିପୁ ମହାପାତ୍ର : ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ପରିସରରେ ନବ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଙ୍କୁ ନେଇ 2021-23 ବର୍ଷର ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି । ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ଓ ସାରସକଣା ବିଡ଼ିଓ ଯୋଗ ଦେଇ । ସାରସକଣା ବ୍ଲକରେ ହୋଇଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ପଞ୍ଚ ଦଶ ଅର୍ଥ କମିଶନ ଯୋଜନାରେ ହୋଇଥିବା ସାମାଜିକ ଜନ ଶୁଣାଣୀ ଶିବିରରେ ପଞ୍ଚାୟତ ଅଧିକାରୀ ମାନେ କାଗଜପତ୍ର ଓ ଭାଉଚର୍ ଠିକ ସମୟରେ ବ୍ଲକ ଅଫିସରେ ସାମିଲ ନ କରିବାକୁ ନେଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥିଲା ଏବଂ ପଞ୍ଚାୟତ ସ୍ତରରେ ହେଉଥିବା ବନ କର୍ମଚାରୀଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟ ସରପଞ୍ଚ ମାନଙ୍କୁ ଜଣା ଯାଉ ନାହିଁ ବୋଲି ଅଭିଯୋଗ କରିଥିଲେ ପୋଖରିଆ ସରପଞ୍ଚ କାଳୀପୋଦ ସିଂ । ଅଭିଯୋଗ କରିଥିଲେ ଯେ ଅନ୍ୟ କା ର୍ଯ୍ୟ ଗୁଡିକ ସରପଞ୍ଚ ମାନେ ଜାଣିପାରୁ ନାହାନ୍ତି କାର୍ଯ୍ୟ ଗୁଡିକର ସାମାଜିକ ସମୀକ୍ଷା ପରେ ତାହାର ତଦନ୍ତ ରିପୋର୍ଟରୁ ଜଣା ପିଡ଼ିଲା ଯେ କାର୍ଯ୍ୟ ଗୁଡିକର ସୂଚନା ଫଳକ ଗୁଡିକ ତିଆରି ନ ହୋଇ କାଁଥ ବାଡ଼ରେ ଲେଖା ଯାଇଥିବା ସହ ଦୁଇ ଦୁଇ ଥର ବିଲ୍ ହୋଇଥିବା ଅଭିଯୋଗ କରିଥିଲେ ସାମାଜିକ ସମୀକ୍ଷକ ସିବାନି ପାତ୍ର ଓ ସହଜଗି ମାନେ । ତେବେ ଶିର୍ଷା ଓ ପାଣ୍ଡାରl ପଞ୍ଚାୟତ ର ଅନେକ ଅଭିଯୋଗ ହୋଇଥିଲା ତେବେ ଗ୍ରାମ ରୋଜଗାର ସେବକ ଦୀର୍ଘ ବର୍ଷ ଧରି ଗୋଟିଏ ପଞ୍ଚାୟତ ରେ ରହି ଆସୁଥିଵା ରୁ ମନ ମୁଖି କାମହୋଉଛି ବୋଲି ସ୍ଥାନୀୟ ଅଞ୍ଚଳରୁ ଶୁଣିବାକୁ ମିଳୁଛି ତେବେ ଏ ବାବଦରେ ସାରସ କଣା ବିଡ଼ିଓ ଗୀତା ମୁର୍ମୁ ଙ୍କୁ ପଚାରିବାରୁ ସେ କହିଥିଲେ ଯେ ପଞ୍ଚାୟତ ଅଧିକାରୀ ମାନଙ୍କୁ ଦୁଇ ଦିନ ଭିତରେ ସମସ୍ତ କାଗଜପତ୍ର ପଞ୍ଚାୟତ ସମିତି କାର୍ଯ୍ୟଲୟରେ ସାମିଲ କରିବାକୁ ନିର୍ଦେଶ ଦେଇଛନ୍ତି । ଯଦି ସାମିଲ ନ କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୀତା ମୁର୍ମୁ କହିଛନ୍ତି। ତେବେ ଦେଖିବାକୁ ବାକିବରହିଲା ତେବେ ସାରସକଣା ବିଡ଼ିଓ ଦେଇଥିବା ନିର୍ଦେଶ କେତେ କାର୍ଯ୍ୟ କାରି ହେଉଛି ତାହା ଦେଖିବାକୁ ବାକି ରହିଲା |
ରାଜ୍ୟ
ଏମଜିନରେଗା ୧୫ତମ ସିଏଫସି ବ୍ଲକସ୍ଥରୀୟ ଜନ ଶୁଣାଣୀ ଶିବିର
- Hits: 213











