ହେଡଲାଇନସ୍:

ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିତ୍ୟ ଆସର ଓ ସାମ୍ବାଦିକ ସମ୍ମିଳନୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଉରକେଲା, (ବସନ୍ତ କୁମାର ଜେନା): ଜେଲ ରୋଡ ସ୍ଥିତ ପଦ୍ମାବତୀ ମେମୋରୀଆଲ୍ ହଲ ଠାରେ ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିତ୍ୟ ଆସର ସହିତ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସଂପାଦକ ଡଃ ସୁବାସ ଚନ୍ଦ୍ର ଲେଙ୍କା ଙ୍କ ଆବାହକତ୍ବ ତଥା ସଭାପତି ଡଃ ଉମାକାନ୍ତ ପଣ୍ଡା ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରାଧ୍ୟାପକ ଭାବେଶଚନ୍ଦ୍ର ସାହୁ , ମୁଖ୍ୟବକ୍ତା ଭାବେ ଡ଼କ୍ଟର ଅଶ୍ୱିନ କୁମାର ରାୟ ପ୍ରମୁଖ ଯୋଗଦେଇ ଓଡିଆ ଭାଷାର ପ୍ରଚାର ପ୍ରସାର ଦିଗରେ ଗଙ୍ଗାଧରଙ୍କ ଭୂମିକା ସଂପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଶ୍ରୀ ସାହୁ ତାଙ୍କ ବକ୍ତବ୍ଯରେ ମାତୃଭାଷା ର ଉନ୍ନତି ଓ ପ୍ରସାର ଦିଗରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସ୍ବତନ୍ତ୍ର ଭୂମିକା ଥିଲା ବୋଲି କହିବା ସହ ତାଙ୍କ ସୃଷ୍ଟି ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଡ଼କ୍ଟର ରାୟ ତାଙ୍କ ବକ୍ତବ୍ଯରେ କହିଲେ ଯେ ଗଙ୍ଗାଧରଙ୍କ ସାହିତ୍ୟରେ ନୈତିକତା, ଶାଳିନତା ଓ ଶାସ୍ତ୍ରୀୟତା ପୃଷ୍ଠଭୂମି ଥିଲା। ଓଡିଆ ଭାଷାକୁ ବଂଚାଇ ରଖିବାର ଉଦ୍ୟମ ପ୍ରଥମେ ସେ ହିଁ ଆରମ୍ଭ କରିଥିଲେ ଓ ସମ୍ବଲପୁର ବାସୀ ଏଥିରେ ଶକ୍ତ ଭୂମିକା ଗ୍ରହଣ କରିଥିଲେ ।
ସେହିପରି ସାହିତ୍ୟ ସଭା ପୂର୍ବରୁ ରାଉରକେଲାର ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ରେଲବାଇବୋର୍ଡ଼, ନୂଆ ଦିଲ୍ଲୀ ରୁ ଡଃ ଲେଙ୍କା ଦୁଇ ବର୍ଷ ପାଇଁ ଡ଼ି ଆର ୟୁ ସି ସି ଭାବେ ଯେଉଁ ନିଯୁକ୍ତି ମିଳିଛି ସେ ସମ୍ବନ୍ଧରେ ନିଜର ବକ୍ତବ୍ୟ ରଖିଥିଲେ। ପରେ ମୁଖ୍ୟଅତିଥି,ମୁଖ୍ୟ ବକ୍ତା,ଅନୁଷ୍ଠାନ ର ସଭାପତି ଏବଂଡ଼ଃ ଲେଙ୍କା ଙ୍କ ଦ୍ୱାରା ଉପସ୍ଥିତ ସାମ୍ବାଦିକମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା । ଏହି ଅବସରରେ ଡଃ ଲେଙ୍କା ବାର୍ଷିକ ବିବରଣୀ ପାଠ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ରୀନାରାଣୀ ସ୍ୱାଇଁ ଓ ସୁଶ୍ରୀ ସଂଗୀତା ଦାଶ ଙ୍କ ସଂଯୋଜନା ଓ ବଳରାମ ଦାଶଙ୍କ ସଭାପତିତ୍ବରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅକ୍ଷୟ କୁମାର ଧଳ ଉପସ୍ଥିତ ଥିଲେ । କବି କୁଞ୍ଜବିହାରୀ ରାଉତ,ଜ୍ଞାନ ମଲିକ, ସଂଗୀତା ଦାଶ,ରୀନାରାଣୀ ସ୍ୱାଇଁ, ବସନ୍ତ ଦାସ,ବସନ୍ତ ଜେନା,ଭାଗିରଥି ଧଳ ରାନୁ ମହାପାତ୍ର,ସସ୍ମିତା ପ୍ରଧାନ, ଶୁଚିସ୍ମିତା ପଣ୍ଡା, ଉମେଶ ପାଶଓ୍ବାନ, ହିମାଂଶୁ ମହାପାତ୍ର, ପ୍ରବୋଧ ଜେନା, ଉମେଶ
ସିଂହ, ବିଜୟ ଜେନା, ବଳିଆ ନାୟକ, ରଜନୀ ରାଉତ,ସୁଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ କବି ଶୁଚିସ୍ମିତା ପଣ୍ଡା ସମସ୍ତ କବି ଓ ସାମ୍ବାଦିକ ବନ୍ଧୁ ମାନଙ୍କୁ ଧନ୍ୟବାଦ ଦେଇ ଥିଲେ ।

0
0
0
s2sdefault