ହେଡଲାଇନସ୍:

ସ୍ୱାଧୀନତା ଦିବସକୁ ନିଆରା ଢଙ୍ଗରେ ପାଳନ କଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସଂଗଠନର ମହିଳା ସଦସ୍ୟାଙ୍କ ପକ୍ଷରୁ ସର୍ବ ଧର୍ମ ଶବ ସଂସ୍କାର ସ୍ଥଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର/ସନ୍ତୋଷ ଠାକୁର: କୌଣସି ଜାତି, ଧର୍ମ, ବର୍ଣ୍ଣ ନୁହେଁ "ଭାରତୀୟ" ହେଉଛି ଆମର ଅସଲ ପରିଚୟ। ସ୍ୱାଧୀନତା ଦିବସ ମନେ ପକାଇ ଦିଏ ଯେ, ଆମେ ବିଶ୍ୱର ସର୍ବବୃହତ ନାଗରିକ ସମ୍ପ୍ରଦାୟର ଜଣେ ଜଣେ ସଦସ୍ୟ। ଏଠି ମହିଳା ପୁରୁଷ ସମସ୍ତଙ୍କର ସମାନ ଅଧିକାର ରହିଛି। ତେଣୁକରି ପବିତ୍ର ସ୍ୱାଧୀନତା ଦିବସକୁ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ମହିଳା ସଦସ୍ୟା ମାନେ କିଛି ନିଆରା ଚିନ୍ତାଧାରା ନେଇ ପାଳନ କରିବା ସହିତ ଏକ ଉଦାହରଣ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।
ପରମ୍ପରାଗତ ସମ୍ମାନ ଯୋଗୁଁ ପ୍ରାୟତଃ ଶବ ସଂସ୍କାର ସ୍ଥଳ ଗୁଡିକରେ ମହିଳା ମାନଙ୍କର ଅନୁପସ୍ଥିତି ରହିଥାଏ। କିନ୍ତୁ ଆଜି ବୃହତ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାରତ ଦେଶର ସ୍ୱାଧୀନତା ଦିବସ ପବିତ୍ର ଅବସରରେ ମହିଳା ସଦସ୍ୟା ମାନେ ବଲାଙ୍ଗିରସ୍ଥିତ ଆଦର୍ଶ ସ୍ମଶାନ, ସୁନ୍ନି ସଦର କବରସ୍ଥାନ, ଖ୍ରୀଷ୍ଟିଆନ ସମାଧିସ୍ଥଳ ଆଦି ସର୍ବ ଧର୍ମ ଶବ ସଂସ୍କାର ସ୍ଥଳକୁ ଯାଇ ଶବ ସଂସ୍କାର ପାଇଁ ଆସୁଥିବା ଲୋକଙ୍କ ସୁବିଧା ନିମନ୍ତେ ବଲାଙ୍ଗିର ମହିଳା ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ। ସମସ୍ତ ଶବ ସଂସ୍କାର ସ୍ଥଳ ଗୁଡିକରେ ମହିଳା ସଦସ୍ୟା ମାନେ ନିଜେ ଶ୍ରମ ଦାନ କରି ବୃକ୍ଷରୋପଣ କରିବା ସହିତ ଏହାର ଯତ୍ନ ନେବା ପାଇଁ ସଂକଳ୍ପ କରିଥିଲେ। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟା ଅନିତା ମିଶ୍ର, ଶ୍ଵେତା ସାହୁ, ଚିନ୍ମୟୀ ବୀର, ପାୟଲ ମହାନ୍ତି, ସୁହାଶିନୀ ସ୍ବାଇଁ ଓ ସଞ୍ଜୁ ସ୍ବାଇଁଙ୍କ ସମେତ ସଦସ୍ୟ ସୁମିତ ମିଶ୍ର, ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଶତପଥୀ, ଏମ୍.ଡି.ବବଲୁ, ତନ୍ମୟ ପୁଟେଲ, ସୁବାଷ ବାଗ ପ୍ରମୁଖ ସାମିଲ ରହିଥିଲେ।

0
0
0
s2sdefault