ହେଡଲାଇନସ୍:

ସ୍ନାତକ ମହିଳା ମହାବିଦ୍ୟାଳୟରେ ସ୍ବାଧୀନତା ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ୭୭ତମ ସ୍ବାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଶୁଭ ଅବସରରେ କଲେଜର ପରିଚାଳନା କମିଟିର ସଭାପତି ଶ୍ରୀ ନାସିର ବେଗ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ସଭାପତି ମହୋଦୟ ସ୍ବାଧୀନତାର ୭୬ତମ ବିଜୟ ଅମୃତ ଦିବସ ଉପରେ ଆଲୋକପାତ କରି ମହାତ୍ମାଗାନ୍ଧୀଙ୍କ ସମେତ ତ୍ରିରଙ୍ଗା ପତାକାର ସ୍ରଷ୍ଟା ପିଙ୍ଗାଲି ଭେଙ୍କୟାଙ୍କ ବିଷୟରେ ସ୍ମୃତି ଚାରଣ କରିଥିଲେ।
ହର୍ ଘର୍ ତ୍ରିରଙ୍ଗା ପାଳନ ପାଇଁ ତାଙ୍କ ଦ୍ବାରା ଛାତ୍ରୀଙ୍କୁ ତ୍ରିରଙ୍ଗା ପତାକା ପ୍ରଦାନ କରାଯାଇଥିଲା। ଅନ୍ୟ ପକ୍ଷରେ ଅଧ୍ୟକ୍ଷା ଡ଼. ରୀନା ସାହୁ ମହାପୁରୁଷ ଓ ନାରୀ ମାନଙ୍କ ବଳିଦାନ ଓ ତ୍ୟାଗ ଫଳରେ ଦେଶ କିପରି ସ୍ବାଧୀନ ହୋଇଥିଲା ବର୍ଣ୍ଣନା କରିବା ସହିତ ତ୍ରିରଙ୍ଗାର ମହତ୍ତ୍ବ ଆଜିକାର ଯୁବ ସମାଜ ଶାନ୍ତି , ମୈତ୍ରୀ , ପ୍ରଗତି ଓ ସଂହତିର ଭାଇଚାରାରେ ଦେଶକୁ କିପରି ଆଗେଇ ନେବା ଲାଗି ଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ। ଏହାପରେ କଲେଜ ପରିସରରେ ରେଡ୍‌କ୍ରସ୍ ସଂସ୍ଥା ଆନୁକୂଲ୍ୟରେ ସଭାପତି ଓ ଅଧ୍ୟକ୍ଷାଙ୍କ ଦ୍ବାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା।
ଏହି ଅବସରରେ ସଭାପତି ଶ୍ରୀଯୁକ୍ତ ବେଗ୍ ୨୦୨୧ ମସିହାରେ ସାବରମତୀ ଆଶ୍ରମରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘୋଷିତ ଆଜାଦି କା ଅମୃତ ମହୋତ୍ସବ ପାଳନର ଆଜି ଉଦଯାପନ ଦିବସ ବୋଲି ଉଲ୍ଲେଖ କରିଥିଲେ ଏବଂ ସମଗ୍ର ବିଶ୍ବରେ ଭାରତ ଏକ ଶକ୍ତିଶାଳୀ ସ୍ବାଧୀନ ରାଷ୍ଟ୍ର ଭାବେ ପ୍ରସିଦ୍ଧି ଲାଭ କରିଛି ତାହା ଏକ ସୌଭାଗ୍ୟ ର ବିଷୟ କିନ୍ତୁ ସ୍ବାଧୀନତା ପୂର୍ବରୁ ଶହ ଶହ ବର୍ଷ ଧରି ଭାରତ ବିଦେଶୀ ଶାସନ ହାତରେ କିପରି ପରାଧିନତା ଏବଂ ଦାସତ୍ବରେ ଦିନ କାଟୁଥିଲା ସେ ବିଷୟରେ ଉଲ୍ଲେଖ କରିଥିଲେ। ବିଦେଶୀ ଶାସନ ନିଗୋଡରୁ ଆମର ପୂର୍ବଜ ମହାପୁରୁଷ ମାନେ ସେମାନଙ୍କର ମୂଲ୍ୟବାନ ସମୟ , ସମ୍ପତ୍ତି ଏବଂ ଜୀବନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରି ଦେଶକୁ କିପରି ସ୍ବାଧୀନତା ପ୍ରଦାନ କରିଥିଲେ ସେ ସମ୍ବନ୍ଧରେ ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ ଏବଂ ସେହି ମହାତ୍ମାମାନଙ୍କର ଆଦର୍ଶକୁ ଶିକ୍ଷାର୍ଥୀମାନେ ଅନୁସରଣ କରି କିପରି ଏକ ଆଦର୍ଶ ନାଗରିକ ହୋଇପାରିବେ ତାହା ଉପଦେଶ ଛଳରେ କହିଥିଲେ।
ସେହିପରି ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁ ଛାତ୍ରୀ ମାନଙ୍କୁ ସମ୍ବୋଧନ କରି ଜାତୀୟ ସଙ୍ଗୀତ ତଥା ତ୍ରିରଙ୍ଗା ପତାକାର ସ୍ରଷ୍ଟା ପିଙ୍ଗାଲି ଭେଙ୍କୟାଙ୍କ ସମ୍ବନ୍ଧରେ କହିବା ଅବସରରେ ତ୍ରିରଙ୍ଗାରେ ପ୍ରଥମରୁ ଥିବା ଦୁଇଟି ରଙ୍ଗ ସହ ମହାତ୍ମାଗାନ୍ଧୀଙ୍କର ଚରଖାଚିତ୍ର ପରିବର୍ତ୍ତେ ପିଙ୍ଗାଲି ଭେଙ୍କୟା ତାକୁ ତିନୋଟି ରଙ୍ଗ ଯଥା ନାରଙ୍ଗୀ ଧଳା , ସବୁଜ ରଙ୍ଗର ସମାହାରରେ ଏବଂ ଚରଖା ପରିବର୍ତ୍ତେ ଅଶୋକ ଚକ୍ର ଚିହ୍ନ ଅଙ୍କନ କରି ନୂତନ ତ୍ରିରଙ୍ଗା ପତାକା ସୃଷ୍ଟି କରିଥିଲେ ଏବଂ ଯାହା ୧୯୫୦ ମସିହା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ପ୍ରଥମେ ଉତ୍ତୋଳନ କରାଯାଇଥିଲା। ଏହି ତ୍ରିରଙ୍ଗା ଶାନ୍ତି , ମୈତ୍ରୀ , ପ୍ରୀତିର ବାହକ ବୋଲି ଅଧ୍ୟକ୍ଷା କହିଥିଲେ। ଏବଂ ତତ୍ ସହିତ ମିଆମାର ବ୍ରହ୍ମଦେଶର ୧୪ ବର୍ଷର କିଶୋରୀ ସ୍ବାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କର ଦୁଃସାହସିକତା ଉପରେ ଆଲୋକପାତ କରି ଛାତ୍ରୀ ମାନଙ୍କୁ ସମାଜ ତଥା ଦେଶ ଉଦ୍ଦେଶ୍ୟରେ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନା ପାଇଁ ପ୍ରେରଣା ଯୋଗାଇଥିଲେ। ଆଜିକାର ଏହି ପବିତ୍ର ଦିବସଟିକୁ ସ୍ନାତକ ମହିଳା ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ଗଣ , ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ଉଲ୍ଲାସର ସହିତ ପାଳନ କରିଥିଲେ।

0
0
0
s2sdefault