ହେଡଲାଇନସ୍:

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ଵାଧୀନତା ଦିବସ ପାଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର - ୭୭ତମ ସ୍ଵାଧୀନତା ଦିବସ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମହା ସମାରୋହ ରେ ପାଳିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସକାଳ ୮ ଘଟିକା ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ କାର୍ଯ୍ୟାଳୟରେ ଉପସ୍ଥିତ କର୍ମଚାରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଦେଶର ଯେଉଁ ବୀର ସନ୍ତାନ ମାନଙ୍କ ଯୋଗୁଁ ଆମେ ସ୍ଵାଧୀନତା ପାଇଛୁ, ସେମାନେ ଆମର ଚିର ନମସ୍ୟ ହୋଇ ସର୍ବଦା ରହିବେ ଓ ରାଜ୍ୟ ତଥା ଦେଶର ଉନ୍ନତିରେ ଆମ ସମନସ୍ତଙ୍କର ଯୋଗଦାନ ନିମନ୍ତେ ଆଜିର ଦିନରେ ଆମେ ସମସ୍ତେ ସଂକଲ୍ପ ନେବା ବୋଲି ଶ୍ରୀ ଧଳ ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତମୁଖ୍ୟ ନିର୍ବାଚନ ଅଧିକାରୀ ସଙ୍ଘମିତ୍ରା ଶତପଥୀ ଓ ଶତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ଓ ଲକ୍ଷ୍ମୀ ପ୍ରସାଦ ସାହୁଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

0
0
0
s2sdefault