ହେଡଲାଇନସ୍:

ସୋଆରେ ୭୭ତମ ସ୍ୱାଧୀନତା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୧୬/୦୮: ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭର୍ସିଟି (ସୋଆ)ରେ ସୋମବାର ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।
ସୋଆ କ୍ୟାମ୍ପସ୍ ୫ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଜାତୀୟ ପତାକା ଉତୋଳନ କରିଥିଲେ । ଏହି ଅବସରରେ ନିଜ ଅଭିଭାଷଣରେ ପ୍ରଫେସର ନନ୍ଦ କହିଥିଲେ ଯେ ଭାରତ ୭୬ବର୍ଷ ପୂର୍ବରୁ ସ୍ୱାଧୀନତା ହାସଲ କରିଥିବା ବେଳେ ଆମେ ଆଜି ସମସ୍ତେ ସେହି ସ୍ୱାଧୀନତାର ମହାନ ଦିବସକୁ ପାଳନ କରୁଛୁ । ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଅନେକତା ଭିତରେ ଏକତା ହିଁ ଭାରତର ବୈଶିଷ୍ଟ ବୋଲି ପ୍ରଫେସର ନନ୍ଦ କହିଥିଲେ ।
ସେହିପରି ପ୍ରଫେସର ନନ୍ଦ ସୋଆ ୨୬ବର୍ଷ ପୂରଣ କରିସାରିଥିବା ବେଳେ ଏହି ସମୟରେ କିପରି ଶିକ୍ଷା କ୍ଷେତ୍ରରେ କିଭଳି ନିଜକୁ ପ୍ରତିପାଦିତ କରିପାରିଛି ସେ ସମ୍ପର୍କରେ ତଥ୍ୟ ରଖିଥିଲେ । ଏହି ସଫଳତା ନେଇ ପ୍ରଫେସର ନନ୍ଦ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଧନ୍ୟବାଦ ଦେଇଥିଲେ ।
ଏହି ଅବସରରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ‘ଗ୍ରୀନ୍ କ୍ଳବ୍’ ଆରମ୍ଭ କରାଯାଇଥିବା ପ୍ରକାଶ କରି ଏହାର ମୂଳ ଲକ୍ଷ୍ୟ ପରିବେଶ ସୁରୁକ୍ଷା ବୋଲି କହିଥିଲେ । ଏହି ଗ୍ରୀନ୍ କ୍ଲବ୍ରେ ସୋଆର ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ ବୋଲି ସେ କହିଥିଲେ ।
ସୋଆ ବିଶ୍ୱ ବିଦ୍ୟାଳୟର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, ମୁଖ୍ୟ ପରାମର୍ଶଦାତା ତଥା ପୂର୍ବତନ କୁଳପତି ପ୍ରଫେସର ଆର୍.ପି. ମହାନ୍ତି, ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚୁ୍ୟଟ ଅଫ୍ ଲ’ର ଉପଦେଷ୍ଟା ତଥା ସିନିୟର ପ୍ରଫେସର ଜୟଦେବ ପତି, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ର ଡିନ୍ ପ୍ରଫେସର ନୀତା ମହାନ୍ତି, ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଏସ୍ଏଚ୍ଏମ୍ର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଚଇନି, ଏସ୍ପିଏସ୍ ଡିନ୍ ପ୍ରଫେସର ଏସ୍.ସି.ସି, ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଡାଇରେକ୍ଟର ରିସୋର୍ସ କମ୍ ଚିଫ୍ ଭିଜିଲାନ୍ସ ଅଫିସର୍ ଶ୍ରୀ ଯୁଗଳ କିଶୋର ଦାଶ, ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଡେପୁଟି ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ରାଜେଶ ଲେଙ୍କା, ଜଏଂଟ ରେଜିଷ୍ଟ୍ରାର ଶ୍ରୀ ଭିଷ୍ମ ଚରଣ ଦାସ, ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଉପଲକ୍ଷେ ସୋଆ ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ତରଫରୁ ପରେଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହାକୁ ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମା ପରିଚାଳନା କରିଥିଲେ ।
ଏହି ପରିପ୍ରେକ୍ଷୀରେ ପରେଡ ଓ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ କୁଳପତି ପ୍ରଫେସର ନନ୍ଦ ପୁରସ୍କୃତ କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ ପ୍ରଫେସର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ସୋଆ ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ କୁଳପତି ପ୍ରଫେସର ନନ୍ଦ ଜାତୀୟ ପତାକା ଉତୋଳନ କରିଥିଲେ ।

 

0
0
0
s2sdefault