ହେଡଲାଇନସ୍:

ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର ୭୭ତମ ସ୍ୱାଧୀନତା ଦିବସ ପାଳିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ସମସ୍ତ ପୁର ପଲ୍ଲୀରେ ମହା ଆଡମ୍ବର ରେ ପାଳିତ ହେଇଯାଇଛି ୭୭ ତମ ସ୍ୱାଧୀନତା ଦିବସ । ଏହି ଅବସର ରେ ଅସ୍ତରଙ୍ଗ ବି ଜେ ଡି, କାର୍ଯା ଳୟ ଠାରେ,ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ,କଂଗ୍ରେସ ଅଫିଶି ଠାରେ ବ୍ଲକ ସଭାପତି ସୁକାନ୍ତ କୁମାର ମହାନ୍ତି , ଛୁରିଆନ୍ନା ଗ୍ରାମ ପଞ୍ଚାୟତ ଠାରେ,ସରପଞ୍ଚ କ୍ଷୀରୋଦ କାଣ୍ଡି,ଜାହାନିଆ ଫରେଷ୍ଟ ବିଟ ହାଉସ ଠାରେ,ଫରେଷ୍ଟର ଶ୍ରୀ ସାହୁ ଆଦି ପତାକା ଉତୋଳନ କରିଥିବା ବେଳେ, ସାମ୍ବାଦିକ ସଙ୍ଘ, ବିଭିନ୍ନ ଶିକ୍ଷାଅନୁଷ୍ଠାନ, ବଜାର କମିଟି, ବ୍ଲକ, ତହସିଲ, ଥାନା, ମେଡିକାଲ, ଏବଂ ଅସ୍ତରଙ୍ଗ ର ବହୁ ପୁରାତନ ଦୁର୍ଗା କ୍ଳବ, ଲଷ୍ମୀ କ୍ଳବ,ବାବା ଗଣ ପତି କ୍ଲବ , ସରସ୍ଵତୀ ଶିଶୁ ମନ୍ଦିର ଆଦି ରେ ମହାଆଡମ୍ବର ରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ ସହିତ ତ୍ରିରଙ୍ଗା ପତାକା ଉତ୍ତୋଳନ କରା ଯାଇ ଥିଲା । କିନ୍ତୁ ଚଳିତ ବର୍ଷ ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ଅସ୍ତରଙ୍ଗ ବଜାର ସ୍ଥିତ ଲଷ୍ମୀ କଲ୍ୟାଣ ମଣ୍ଡପ ସମୁଖରେ ୭୭ ତମ ସ୍ୱାଧୀନତା ଦିବସ ମହାଆଡମ୍ବର ରେ ପାଳନ କରିଛି । ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅସ୍ତରଙ୍ଗ ତହସିଲଦାର ଶ୍ରୀମତୀ ରାଜଲଷ୍ମୀ ନାୟକ ଉପସ୍ଥିତ ରହି ପତାକା ଉତ୍ତୋଳନ କରୀ ଥିଲେ । ଉତ୍ସବ ରେ ସଭାପତି ବିଶ୍ୱରଞ୍ଜନ ବିଶ୍ୱଶ୍ରୀ, କାର୍ଯ୍ୟ କାରି ସଭାପତି ଯୁବ ସାମ୍ବାଦିକ ଆର୍ଯ୍ୟ ବିଶ୍ୱାଳ, ଉପସଭାପତି ସମୀର କୁମାର କର, ସମ୍ପାଦକ ଲୋକନାଥ ସ୍ୱାଇଁ, ଉପଦେଷ୍ଟା ମଣ୍ଡଳୀ ଯଥାକ୍ରମେ ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ, ନିରଞ୍ଜନ ଦାସ, ଶରତ ପରିଡା, ପ୍ରଶାନ୍ତ ବାରିକ ଙ୍କ ସମେତ ଅନ୍ୟ ସଭ୍ୟ ମାନେ ତଥା, ତ୍ରିଲୋଚନ ବେହେରା, ଆର୍ତ୍ତତ୍ରାଣ ମହାନ୍ତି, କୋଷାଧକ୍ଷ ବୃନ୍ଦାବନ ବିଶ୍ୱାଳ, ପ୍ରଶାନ୍ତ ଜେନା, ସଞ୍ଜୟ ପୃଷ୍ଟି, ଆଦିତ୍ୟ ବିଶ୍ୱାଳ,ପ୍ରମୁଖ ଉପସ୍ଥିତ ରହିଥିଲେ। ସଂଘ ର ଆଇନ ପରାମର୍ଶଦାତା ଦିବ୍ୟଦର୍ଶୀ ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିବା ବେଳେ, ମୁଖ୍ୟ ଅତିଥି ତହସିଲଦାର ରାଜଲଷ୍ମୀ ନାୟକ ଗଣତନ୍ତ୍ର ରେ ସାମ୍ବାଦିକ ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା କୁ ନେଇ ଅଭିଭାଷଣ ରଖିଥିଲେ । ରାଷ୍ଟ୍ରୀୟ ସଙ୍ଗୀତ ପାଠ କରିବା ସହିତ ଭାରତ ପାଇଁ ଶହୀଦ ହୋଇଥିବା ବୀର ଯବାନ ଙ୍କ ଉଦ୍ଦେଶ୍ୟରେ ରେ ଏକ ମିନିଟ ନିରବ ପାର୍ଥନା କରାଯାଇଥିଲା । ସଙ୍ଘ ର ସାଂସ୍କୃତିକ ସମ୍ପାଦକ ମନୋଜ ବିଶ୍ୱାଳ ଓ ସାଙ୍ଗଠନିକ ସମ୍ପାଦକ ପ୍ରିୟବ୍ରତ ମୁଦୁଲି ଏହି ଉତ୍ସବ କୁ ପରିଚାଳନା କରିଥିଲେ । ପରିଶେଷରେ ସମ୍ପାଦକ ଲୋକନାଥ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault