ହେଡଲାଇନସ୍:

ଜିଲ୍ଲାସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ଗଜପତି ଷ୍ଟାଡ଼ିୟମ ଠାରେ ମହାଡମ୍ୱରେ ପାଳନ କରାଯାଇଛି। ଜିଲ୍ଳାସ୍ତରୀୟ ସ୍ଵାଧୀନତା ଦିବସ ଉତ୍ସବରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶାନ୍ତି , ମୈତ୍ରୀ , ସମୃଦ୍ଧି ଓ ସ୍ୱାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ତାଙ୍କର ଅଭିଭାଷଣରେ ଗଜପତି ଜିଲ୍ଲା ପ୍ରାକୃତିକ ସୌନ୍ଧର୍ଯ୍ୟ ଓ କଳା , ସାହିତ୍ୟ , ସଂସ୍କୃତି ଆଦିଭୂମି , ଉତ୍କଳର ଅନ୍ୟତମ ପୁଣ୍ୟପୀଠ ହେଉଛି ଗଜପତି ଜିଲ୍ଲା। ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ଦେବା ଓ ଉନ୍ନତି ପାଇଁ ଓଡ଼ିଶାର ବରପୁତ୍ର , ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ବିଶେଷ ଅବଦାନ ଥିଲା। ଦକ୍ଷିଣ ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଥିବା ଏହି ମାଟିର ପ୍ରତ୍ୟେକ ରେଣୁ ଯେବଳି ପବିତ୍ର ମହେନ୍ଦ୍ର ତନୟାର ଶୀତଳ ଜଳ ଧାରାର ସ୍ଵର୍ଗରେ ସବୁଜିମା ବରା , ଏହି ଭୂଖଣ୍ଡର ପ୍ରାଚୀନ ଇତିହାସ। ରାଜନୀତି ଠାରୁ ଆରମ୍ଭ କରି କଳା , ସଙ୍ଗୀତ ଓ ନାଟ୍ୟ ଜଗତରେ ପ୍ରତିଭା ସମ୍ଫନ ଅନେକ ଯୋଗଜନ୍ମ ମହାମନିଷି ମାନଙ୍କୁ ଏହି ମାଟିର ଜନ୍ମ ଦେଇଛି। ଏହି ମାଟିର ସୁଯୋଗ୍ୟ ସନ୍ତାନ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଅନ୍ୟତମ। ଆମ ଜିଲ୍ଲାର ଅଧିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ରାଜ୍ୟ ସରକାର ସେମାନଙ୍କର ଉନ୍ନତି ପାଇଁ ଜିଲ୍ଲା ସ୍ତରରେ ସମନ୍ୱୟ ଅଧିବାସୀ ସଂସ୍ଥା ଏବଂ ସ୍ଵତନ୍ତ୍ର ଉନ୍ନୟନ ପରିଷଦ କୁ ଅଧିକ କ୍ରିୟାଶିଳ କରାଯାଉଛି। ସେମାନଙ୍କର ଉନ୍ନତି ପାଇଁ ଆସିଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ସହଜରେ ଉପଲବ୍ଧି ପାଇଁ ସେରଙ୍ଗରେ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ଏବଂ ଚନ୍ଦ୍ରଗିରିରେ ସଉରା ଉନ୍ନୟନ ସଂସ୍ଥା କାର୍ଯ୍ୟ କରୁଛି। ଜିଲ୍ଲାରେ ସମସ୍ତ ୫ଟି ହାଇ ସ୍କୁଲ ରୂପାନ୍ତରିତ କରାଯାଉଅଛି। ଜିଲ୍ଲାର ବିଭିନ୍ନ ବିଭାଗ ତଥା କ୍ରୀଡ଼ା , ସ୍ବାସ୍ଥ୍ୟ , ସ୍ୱଚ୍ଛ ପାନୀୟ ଜଳ ଯୋଗାଣ , ମିଶନ ଶକ୍ତି , ସାମାଜିକ ସୁରକ୍ଷା ଯୋଜନା , ଶିଶୁ ସୁରକ୍ଷା ବିଭାଗ ଓ ବିଭିନ୍ନ ପର୍ଯ୍ୟଟନ ଇତ୍ୟାଦି ଉନ୍ନତି ହେଉଛି। ଭୂ-ଅଭିଲେଖକୁ କମ୍ପ୍ୟୁଟର କରଣ କରି ଗଜପତି ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ , ଗତ ଅଗଷ୍ଟ ୧୦ ତାରିଖରେ ରାଜ୍ୟ ସଚିବାଳୟ ଠାରେ ଜିଲ୍ଲାକୁ ପୁରସ୍କୃତ କରିଛନ୍ତି। ଆବାସିକ ବିଦ୍ୟାଳୟ ମାନଙ୍କରେ ପାଠାଗାର ସ୍ଥାପନ କରି ଗଜପତି ଜିଲ୍ଲା ଭାରତ ବର୍ଷରେ ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ , ଏଣୁ ଏହି କାର୍ଯ୍ୟକ୍ରମକୁ ନୂଆ ଦିଲ୍ଲୀର ପ୍ରଗତି ମଇଦାନ ଠାରେ ଆୟୋଜିତ ହୋଇଥିବା ପାଠାଗାର ମହୋତ୍ସବରେ ଏକ ହଜାର ରୁ ଉର୍ଦ୍ଧ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ସମ୍ମୁଖରେ ଉପସ୍ଥାପନ କରି ଜିଲ୍ଲା ପ୍ରସଂଶିତ ହୋଇଥଲା। ଏଣୁ ଆମେ ଶପଥ ନେବା ସେବା , ତ୍ୟାଗ ଓ ବୀରତ୍ବର ମନ୍ତ୍ରରେ ଦୀକ୍ଷିତ ହୋଇ ଦେଶର ସ୍ଵାଧୀନତା ଓ ଅଖଣ୍ଡତାକୁ ବଜାୟ ରଖିବା ସହ ସମସ୍ତ ଜାତି , ଧର୍ମ , ବର୍ଣ୍ଣ ଓ ସମ୍ପ୍ରଦାୟକୁ ସମ୍ମାନ ଦେବା ସହିତ ଦେଶ , ରାଜ୍ୟ ଓ ଜିଲ୍ଲାର ଉନ୍ନତି ନିମନ୍ତେ ପ୍ରଗତି ପଥରେ ଆଗେଇ ନେବା ବୋଲି ବକ୍ତବ୍ୟ ରଖିଥିଲେ।
ଏହି ଜିଲ୍ଳା ସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ଉତ୍ସବରେ ସୁଶ୍ରୀ ସ୍ଵାତୀ ଏସ କୁମାର , ଆରକ୍ଷୀ ଅଧିକ୍ଷକ , ଗଜପତି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଓ ଶ୍ରୀ ବୀରେନ୍ଦ୍ର କୁମାର ଦାଶ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ ଓ ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ଉପସ୍ଥିତ ଥିଲେ।
ଆଜିର ଏହି ଉତ୍ସବରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କ୍ରୀଡ଼ା , ଦଶମ ଶ୍ରେଣୀ ପରୀକ୍ଷା ଓ ଯୁକ୍ତ ଦୁଇ ପରୀକ୍ଷାରେ ସର୍ବଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ତଥା କ୍ରୀଡ଼ା ଭିତ୍ ଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ପ୍ୟାରେଡ଼ କୁ ଶ୍ରୀ ସତ୍ୟକନ୍ତ ମନୋରଞ୍ଜନ ଜେନା ଆର୍.ଆଇ. ଅଫ୍ ପୋଲିସ୍ , ଗଜପତି ଓ ସେକେଣ୍ଡ ଇନ୍ କମାଣ୍ଡର ଶ୍ରୀ ଅଶୋକ ଭ୍ରମା ପରିଚାଳନା କରିଥିଲେ। ବରିଷ୍ଠ ବିଭାଗ ପ୍ୟାରେଡ଼ରେ ଏସକେସିଜି ମହାବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମହିଳା ମହାବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ ସେହିପରି କନିଷ୍ଠ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଜବାହାର ନବୋଦୟ ବିଦ୍ୟାଳୟ ଓ ଦ୍ଵିତୀୟ ସ୍ଥାନ ରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପୁରସ୍କୃତ କରାଯାଇଛି।
ଜିଲ୍ଲା କାରାଗାର ର ଅନ୍ତେବାସୀ , ଜିଲ୍ଲା ଚିକିତ୍ସାଳୟ ର ଚିକିତ୍ସାଧୀନ ଅନ୍ତେବାସୀ ଓ କୁଷ୍ଠା ଆଶ୍ରମର ଅନ୍ତେବାସୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଫଳ ଓ ମିଷ୍ଟାନ ବଣ୍ଟନ କରାଯାଇଛି।

0
0
0
s2sdefault