ରାଜ୍ୟ
ଜଗତସିଂହପୁର ରେ ଜିଲ୍ଲା ସ୍ତରୀୟ ୭୭ ତମ ସ୍ୱାଧୀନତା ଦିବସ ପାଳିତ
- Hits: 430
ଜଗତସିଂହପୁର, ତା-୧୫.୦୮.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ରେ ସ୍ଥାନୀୟ ନବ କୃଷ୍ଟ ଚୌଧୁରୀ ଷ୍ଟାଡିୟମ ପରିସରରେ ୭୭ ତମ ସ୍ୱାଧୀନତା ଦିବସ ଅତି ଆନନ୍ଦ ଓ ଉଲ୍ଲାସ ସହିତ ପାଳିତ ହୋଇଯାଇଛି ।
ସେହି ପରି ଜିଲ୍ଲା ର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ସଂସ୍ଥା, ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ସାମାଜିକ ସଂସ୍ଥା ମାନଙ୍କ ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏହା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ମେଡିକାଲ ରେ ରୋଗୀମାନଙ୍କୁ ଫଳ ବଣ୍ଟନ ସହିତ କାରାଗାର ରେ ବିଚରାଧୀନ କଏଦୀ ମାନଙ୍କୁ ମଧ୍ୟ ଫଳବଣ୍ଟନ କରିଥିଲେ l




