ହେଡଲାଇନସ୍:

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ:  77 ତମ, ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରାତଃ ସହରରେ ରାମଧୁନ, ପ୍ରଭାତ ଫେରି ସହରସ୍ଥିତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ସ୍ଥାନୀୟ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ସମାରୋହ ର ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ ର ଅଭିବାଦନ ଗ୍ରହଣ କରିଥିଲେ । ଜିଲା ସ୍ତରୀୟ ସ୍ବାଧିନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଡଃ ମିଶ୍ର ତାଙ୍କ ଅଭିଭାଷଣରେ ସମବେତ ଜନତା, ଜିଲ୍ଲା ସ୍ତରୀୟ ଅଧିକାରୀ, ଜନପ୍ରତିନିଧି, ଛାତ୍ରଛାତ୍ରୀ,ଶିକ୍ଷକ,ଶିକ୍ଷୟତ୍ରୀ,ଗଣମାଧ୍ୟମ ର ପ୍ରତିନିଧି, ଜିଲ୍ଲା ବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଯେଉଁ ସ୍ଵାଧୀନତା ସଂଗ୍ରାମୀ ଓ ମହାପୁରୁଷ ଙ୍କ ଅକ୍ଳାନ୍ତ ପରିଶ୍ରମ,ତ୍ୟାଗ, ଲହୁ ଲୁହ ବଳରେ ଭାରତ ସ୍ୱାଧୀନତା ପାଇବାରେ ସକ୍ଷମ ହୋଇଥିଲା ସେହି ଯୋଗଜନ୍ମା ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ନବରଙ୍ଗପୁର ସ୍ଵାଧୀନତା ସଂଗ୍ରାମୀ ଙ୍କ ମାଟି। ଭାରତର ସ୍ୱାଧୀନତା ଆନ୍ଦୋଳନରେ ନବରଙ୍ଗପୁର ଜିଲ୍ଲା ର ଯୋଗଦାନ ଆମ ଇତିହାସ ର ସ୍ଵର୍ଣ୍ଣିମ ଅଧ୍ୟାୟ। ଏ ମାଟିର ଅନେକ ବୀର ସ୍ଵାଧୀନତା ସଂଗ୍ରାମୀ ଦେଶ ମାତୃକା ପାଇଁ ତ୍ୟାଗ ଓ ବଳିଦାନ ଦେଇଥିଲେ ସେମାନେ ଆମର ଚିର ନମସ୍ୟ ଓ ପୂଜ୍ୟ କହି ମହାନ୍ ଆତ୍ମା ଙ୍କ ପ୍ରତି ମୁଖ୍ୟ ଅତିଥି ଜିଲ୍ଲାପାଳ ଡଃ ମିଶ୍ର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ନବରଙ୍ଗପୁର ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏଠାରେ ଅନେକ ଜନଜାତି ରହିଛନ୍ତି। ଏମାନଙ୍କର ନିଜସ୍ଵ କଥିତ ଭାଷା, ସଂସ୍କୃତି ଓ ପରମ୍ପରା ରହିଛି । ଜିଲ୍ଲା ର ଗଣ ପର୍ବ ମଣ୍ଡେଇ ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ନବରଙ୍ଗପୁର ଜିଲ୍ଲା ରାଜ୍ୟ ର ଏକ ଉପାନ୍ତ ଜିଲ୍ଲା ହୋଇଥିଲେ ମଧ୍ୟ ସରକାରଙ୍କ ସ୍ଵତନ୍ତ୍ର ଦୃଷ୍ଟି ଥିବାରୁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତି ପଥରେ ଅଗ୍ରସର ହୋଇ ପାରିଛି। ଜିଲ୍ଲା ର ଚାଷୀ ଭାଇ ମାନେ ଆଧୁନିକ କୃଷି ପ୍ରଣାଳୀରେ ଉନ୍ମତ ମାନର ମକା, ଧାନ, ମାଣ୍ଡିଆ,ମାଛ ଚାଷ ପନିପରିବା ଇତ୍ୟାଦି ଚାଷ କରି ଅଧିକ ଲାଭବାନ ହେବା ସହିତ ଅନ୍ୟ ଜିଲ୍ଲା ତଥା ରାଜ୍ୟ ର ଉଦାହରଣ ହୋଇପାରିଛନ୍ତି। ଜିଲ୍ଲାର ସମସ୍ତ ତହସିଲ୍ ରେ ଜମିଜମା ସମ୍ବନ୍ଧୀୟ ସମସ୍ତ ରେକର୍ଡ ପତ୍ର, ମାନଚିତ୍ର ଇତ୍ୟାଦି କମ୍ପୁଟରୀ କରଣ କ୍ଷେତ୍ରରେ ଉତ୍କର୍ଷତା ପଦର୍ଶନ କହିଥିବାରୁ ଜାତୀୟ ସ୍ତରରେ ଯୋଗ୍ୟ ବିବେଚିତ ହୋଇ ଭାରତର ମହାମହିମ ରାଷ୍ଟ୍ରପତି ଙ୍କ ଠାରୁ ଭୂମି ସମ୍ମାନ ପ୍ଲାଟିନମ୍ ପୁରସ୍କାର ରେ ନବରଙ୍ଗପୁର ଜିଲ୍ଲା ସମ୍ମାନିତ ହୋଇଛି। ସେହିପରି ଏହି କାର୍ଯ୍ୟ ର ସଫଳତା ର ଶ୍ରେୟ ସ୍ଵରୁପ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ମଧ୍ୟ ଜିଲ୍ଲା ଭୂମି ସମ୍ମାନ ପୁରସ୍କାର ପାଇଛି। ଜିଲ୍ଲାବାସୀଙ୍କ ପାଇଁ ଏହା ଗର୍ବ ଓ ଗୌରବ ର ବିଷୟ ଏହା ସମସ୍ତ ଙ୍କର ସହଯୋଗ ପାଇଁ ସମ୍ଭବ ହୋଇପାରିଛି। ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ନିମନ୍ତେ ସରକାର ଙ୍କ ଜନକଲ୍ୟାଣ ଯୋଜନା ଓ କାର୍ଯ୍ୟକ୍ରମ ର ସଫଳ ରୂପାୟନ କ୍ଷେତ୍ରରେ ସମସ୍ତଙ୍କ ସହଯୋଗ ରହିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର କାମନା କରିଥିଲେ। ପ୍ୟାରେଡ ରେ ପୁଲିସ ବାହିନୀ ସହିତ ବିଭିନ୍ନ ଶିକ୍ଷା ନୁଷ୍ଠାନ ରୁ 24 ଗୋଟି ଦଳ ଅଂଶ ଗ୍ରହଣ କରି ଆକର୍ଷଣୀୟ ପରେଡ୍ ପ୍ରଦର୍ଶନ କରିଥିଲେ। ପ୍ୟାରେଡ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାର ଟ୍ରଫି ପ୍ରଦାନ କରାଯାଇଥିଲା।ଏଥିରେ ଗ୍ରୁପ ଡି (ସି ଭି ଲି ଏନ୍ ଜୁନିଅର ) ଟେକ୍ନୋ ଗୁରୁକୁଳ ଉଇନର ଓ ରନର୍ସ ରେ ପେରେଣ୍ଟ୍ ପ୍ରାଇଡ଼ ପବ୍ଲିକ୍ ସ୍କୁଲ୍, ଗ୍ରୁପ୍ ସି (ସି ଭି ଲି ଏନ୍ ସିନିୟର ) ରେ ରନରସ ରେ ଥିଓଡର ପବ୍ଲିକ୍ ସ୍କୁଲ୍, ଓ ୱ୍ଇ ନର ସ୍ମାର୍ଟ ଗୁରୁକୁଳ କଲେଜ,ଗ୍ରୁପ ବି (ସି ଭି ଲି ଏନ୍ ) ନନ ଇଉନିଫର୍ମ ରେ ରନର୍ସ ସ୍କାଉଟ୍ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଉଇନର୍ସରେ ରେଡ଼କ୍ରସ ଆର ସି ଡି ନୋଡାଲ ହାଇ ସ୍କୁଲ୍ ସେହି ପରି ଗ୍ରୁପ ଏ( ନନ ସିଭି ଲି ଏନ୍) ଇଉନିଫର୍ମ୍ ରେ ରନରସ ଏନ୍ ସି ସି ଏକଲବ୍ୟ ଆବାସିକ ବିଦ୍ୟାଳୟ ଓ ୱ୍ଇନର ଭାବରେ ଏନ୍ ସି ସି ନବରଙ୍ଗପୁର ମହାବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ମୁଖ୍ୟ ଅତିଥି ଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ। ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ଡକ୍ଟର ଦଶରଥ ନାଗ, ସ୍ୱାସ୍ଥ୍ୟ କର୍ମୀ ମିନାକ୍ଷୀ ସିଂ,ଆଶା ଦିଦି ମଞ୍ଜୁଳା ଭତରା,ଜିଲ୍ଲା ସମାଜ କଲ୍ୟାଣ ବିଭାଗ ର ସି ଡି ପି ଓ, ଏସ୍. ଗୀତା,ଅଙ୍ଗନବାଡି କର୍ମୀ ଗୋଲାପୀ ମାଝୀ, ଜୁବଲି ହରିଜନ, ଜିଲ୍ଲା କୃଷି ବିଭାଗ ତରଫରୁ କୃଷକ ଫୁଲ ଧର ଭତରା,କେଶବ ସେଠି, ସଦାଶିବ ଦାସ,ପୌରପାଳିକା ନବରଙ୍ଗପୁର ରେ କାର୍ଯ୍ୟରତ ଥିବା ଜୟ ରାମ ନାୟକ ଙ୍କୁ ସ୍ଵଚ୍ଛ ସାରଥି, ବୈଦେହୀ ମୁଦୁଲି ଙ୍କୁ ସ୍ଵଚ୍ଛ ସଫେଇ ଦିଦି, ଭାବରେ ନିଜ ନିଜ କ୍ଷେତ୍ରରେ
ଉତମ କାର୍ଯ୍ୟ ଏବଂ ପାରଦର୍ଶିତା ପାଇଁ ମୂଖ୍ୟ ଅତିଥି ଜିଲ୍ଲାପାଳ ଡଃ ମିଶ୍ର ଙ୍କ ଦ୍ଵାର ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସେନାବାହିନୀର ଅବସର ପ୍ରାପ୍ତ ଜବାନ ମାନଙ୍କୁ ମଧ୍ୟ ମୁଖ୍ୟ ଅତିଥି ଙ୍କ ଦ୍ଵାର ସମ୍ମାନିତ କରାଯାଇଥିଲା। ବିଭିନ୍ନ ଶିକ୍ଷା ଅନୁଷ୍ଠାନ ରୁ 6 ଗୋଟି ଦଳ ଅଂଶ ଗ୍ରହଣ କରି ଦେଶଭକ୍ତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ମୁଖ୍ୟ ଅତିଥି ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ପ୍ୟାରେଡ ଉତ୍ସବ ପରେ ମୁଖ୍ୟ ଅତିଥି ସ୍ଥାନୀୟ ଉପ କାରାଗାର ପରିଦର୍ଶନ ରେ ଯାଇ ସେଠାରେ ଥିବା ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ଵତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ, ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଅନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ଚନ୍ଦ୍ର ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଶାନ୍ତ କୁମାର ପଟନାୟକ, ଉପ ଜିଲ୍ଲାପାଳ ପି କେ ମିଶ୍ର, ପି ଏ ଆଇ ଟି ଡି ଏ, ରାଜୀବ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜୀ ଭେଙ୍କଟ ରେଡି, ଅତିରିକ୍ତ ମୁଖ୍ୟ ଉନ୍ନୟନ୍ନ ଅଧିକାରୀ ଜିଲ୍ଲାପରିଷଦ ଦୁର୍ଯ୍ୟୋଧନ ଭୋଇ, ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ଉପ ଆରକ୍ଷୀ ଅଧିକ୍ଷକ ଡାଃ ଚନ୍ଦ୍ର ଶେଖର ହୋତା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ମଳୟ କୁମାର ତ୍ରିପାଠୀ, ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ ବିଭାଗ ଦିଲୀପ କୁମାର ଦାସ, ଅଧ୍ୟକ୍ଷ ପୌରପାଳିକା ନବରଙ୍ଗପୁର କୁନୁ ନାୟକ,ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ନିର୍ବାହୀ ଅଧିକାରୀ ପୌରପାଳିକା ପ୍ରାଣ ନାଥ ସେଠ୍, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ୍ ପଟ୍ଟନାୟକ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ବରିଷ୍ଟ ନାଗରିକ, ଶୀକ୍ଷକ ଶିକ୍ଷୟିତ୍ରୀ,ଛାତ୍ର ଛାତ୍ରୀ,ଗଣ ମାଧ୍ୟମର ଜିଲ୍ଲା ପ୍ରତିନିଧି,ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗଦେଇ ଥିଲେ। ମିଳିତ ପ୍ୟାରେଡ ର ପରିଚାଳନା ଆର ଆଇ ଅଫ୍ ପୋଲିସ ଅଜୟ କୁମାର ଏକ୍କା କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ପରିଚାଳନା କରିଥିଲେ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault